Advertisment

କାଟ୍ରିନାଙ୍କୁ ରାତିରେ ନିଦ ନ ହେଲେ କ’ଣ କରନ୍ତି ଭିକି କୌଶଲ...

କ୍ୟାଟ୍ରିନା ଏବଂ ଭିକି ବିବାହ ପୂର୍ବରୁ ନିଜ ସମ୍ପର୍କକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଥିଲେ କିନ୍ତୁ ବିବାହ ପରେ ଉଭୟ ପରସ୍ପରଙ୍କୁ ଖୁବ ଭଲ ପାଉଥିବା ଜଣାଯାଏ। ତେବେ ସେଇ ଭଲ ପାଇବାକୁ ନେଇ ଆସନ୍ତୁ ଜାଣିବା କାଟ୍ରିନାଙ୍କୁ ରାତିରେ ନିଦ ନ ହେଲେ କ’ଣ କରନ୍ତି ଭିକି କୌଶଲ।

ଅଦ୍ୟତନ ହୋଇଛି
Katrina Kaif reveals her bedroom secrets

Katrina Kaif reveals her bedroom secrets

Advertisment

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଫୋନ୍ ଭୁତ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। କ୍ୟାଟ୍ରିନାଙ୍କ ସହ ଏହି ଚଳଚ୍ଚିତ୍ରରେ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟର ନଜର ଆସିବେ। କ୍ୟାଟ୍ରିନା ତାଙ୍କ ଚଳଚ୍ଚିତ୍ରକୁ ଖୁବ ପ୍ରଚାର ମଧ୍ୟ କରୁଛନ୍ତି।

Advertisment

ନିକଟରେ କ୍ୟାଟ୍ରିନା ଏକ ସାକ୍ଷାତକାର ଦେଇ ତାଙ୍କ ବେଡ୍‌ରୁମ୍ ସିକ୍ରେଟ୍ ଉନ୍ମୋଚନ କରିଛନ୍ତି। ଏହି ବାର୍ତ୍ତାଳାପ ସମୟରେ କ୍ୟାଟ୍ରିନା କହିଛନ୍ତି ଯେ ସ୍ନେହରେ ତାଙ୍କ ଶାଶୁ ଘରେ ତାଙ୍କୁ କ’ଣ ଡାକନ୍ତି ଏବଂ ଭିକି କୌଶଲ ତାଙ୍କୁ କିପରି ରାତିରେ ଶୁଆଇଦିଅନ୍ତି।

ଏହି ସାକ୍ଷାତକାରରେ କ୍ୟାଟ୍ରିନା କୈଫ୍ ଭିକି କୌଶଲଙ୍କ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ଅଭିନେତ୍ରୀ ତାଙ୍କ ସ୍ୱାମୀ ଭିକିଙ୍କର ଉଭୟ ଭଲ ଏବଂ ଖରାପ ଅଭ୍ୟାସ ବିଷୟରେ କହିଛନ୍ତି। ତାଙ୍କ ଭଲ ଅଭ୍ୟାସ ବିଷୟରେ କ୍ୟାଟ୍ରିନା କହିଛନ୍ତି ଯେ ଭିକିଙ୍କ ଗୀତ ଏବଂ ନାଚ ପ୍ରତି ଥିବା ଶୌକକୁ ସେ ଖୁବ ଭଲ ପାଆନ୍ତି। ଭିକି ଜଣେ ଭଲ ଗାୟକ ବୋଲି ସେ କହିବା ସହ ଯେତେବେଳେ ତାରିରେ ସେ ଶୋଇ ନ ପାରନ୍ତି ଭିକି ତାଙ୍କୁ ଗୀତ ବୋଲି ଶୁଆଇ ଦିଅନ୍ତି ବୋଲି ସେ କହିଛନ୍ତି।

Advertisment

ଏହା ପରେ କ୍ୟାଟ୍ରିନା ଭିକିଙ୍କ ଖରାପ ଅଭ୍ୟାସ ବିଷୟରେ ମଧ୍ୟ କହିଛନ୍ତି। ସେ ବେଳେବେଳେ ବହୁତ ଜିଦ୍‌ଖୋର୍‌ ବୋଲି ଅଭିନେତ୍ରୀ କହିଛନ୍ତି। କ୍ୟାଟ୍ରିନା ଯେତେବେଳେ କପିଲ ଶର୍ମା ଶୋ’ରେ ଯୋଗ ଦେଇଥିଲେ ସେତେବେଳେ ଅଭିନେତ୍ରୀ ତାଙ୍କ ସ୍ୱାମୀ ଭିକି ଏବଂ ତାଙ୍କ ଶାଶୁଙ୍କ ବିଷୟରେ କହିଥିଲେ। ସେ କହିଥିଲେ ଯେ ଘରେ ସମସ୍ତେ ତାଙ୍କୁ ‘କିଟୋ’ ବୋଲି ଡାକନ୍ତି। କ୍ୟାଟ୍ରିନା ଏବଂ ଭିକି ବିବାହ ପୂର୍ବରୁ ନିଜ ସମ୍ପର୍କକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଥିଲେ, କିନ୍ତୁ ବିବାହ ପରେ ଉଭୟ ପରସ୍ପରଙ୍କୁ ଖୁବ ଭଲ ପାଉଥିବା ଜଣାଯାଏ।

ସୂଚନାଯୋଗ୍ୟ ଯେ କ୍ୟାଟ୍ରିନା କୈଫ୍‌ଙ୍କ ଫିଲ୍ମ 'ଫୋନ୍ ଭୁତ୍' ଚଳିତ ବର୍ଷ ନଭେମ୍ବର ୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ଏକ ହରର କମେଡି ଫିଲ୍ମ, ଯେଉଁଥିରେ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟର କ୍ୟାଟ୍ରିନାଙ୍କ ସହ ନଜର ଆସିବେ। ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା ଏକ 'ଭୂତୁଣୀ' ଭୂମିକାରେ ଅଭିନୟ କରିଛନ୍ତି।

Advertisment
Katrina Kaif Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ