Advertisment

ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଦୀପିକା-କାଟ୍ରିନାଙ୍କ ପୁରୁଣା ଫଟୋ

ବଲିଉଡ ଜଗତର ଦୁଇ ଆଗ ଧାଡିର ଅଭିନେତ୍ରୀ ହେଲେ ଦୀପିକା ପାଦୁକୋନ୍ ଓ କାଟ୍ରିନା କୈଫ୍। ଏହି ଦୁଇ ଅଭିନେତ୍ରୀଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖିବା ଏତେ ସହଜ ନୁହେଁ। କେବେ କେବେ ଏମିତି ସୁଯୋଗ ଆସିଥାଏ ଯେତେବେଳେ ଏହି ଦୁଇ ଅଭିନେତ୍ରୀଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖିବାକୁ ମିଳେ। ତେବେ ଉଭୟଙ୍କ ଏକ ବିଗତ ଦିନର ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ହଇଚଇ ଖେଳଉଛି।

Deepika-Katrina

Deepika-Katrina

Advertisment

ନୂଆଦିଲ୍ଲୀ : ବଲିଉଡ ଜଗତର ଦୁଇ ଆଗ ଧାଡିର ଅଭିନେତ୍ରୀ ହେଲେ ଦୀପିକା ପାଦୁକୋନ୍ ଓ କାଟ୍ରିନା କୈଫ୍। ଏହି ଦୁଇ ଅଭିନେତ୍ରୀଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖିବା ଏତେ ସହଜ ନୁହେଁ। କେବେ କେବେ ଏମିତି ସୁଯୋଗ ଆସିଥାଏ ଯେତେବେଳେ ଏହି ଦୁଇ ଅଭିନେତ୍ରୀଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖିବାକୁ ମିଳେ। ତେବେ ଉଭୟଙ୍କ ଏକ ବିଗତ ଦିନର ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ହଇଚଇ ଖେଳଉଛି। ଏହି ଫଟୋ କାଟ୍ରିନା କୈଫ୍ ଓ ଦୀପିକା ପାଦୁକୋନ୍‌ଙ୍କ ମଡେଲିଂ ଦିନର ବୋଲି ଜଣାଯାଇଛି।

Advertisment

ଦୁଇ ଅଭିନେତ୍ରୀଙ୍କ ଯେଉଁ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ତାହା ଟମି ହିଲ୍‌ଫିଗର୍‌ ଶୋ’ ସମୟରେ ଉଠାଯାଇଥିଲା। ଏହି ଫଟୋକୁ ଫେସନ କୋରିଓଗ୍ରାଫର୍‌ ତଥା ସୁପରମଡେଲ୍ ମାର୍କ ରବିନ୍ସନ ଶେୟାର୍ କରିଛନ୍ତି। ଏହି ଫଟୋରେ କାଟ୍ରିନା କୈଫ୍, ଦୀପିକା ପାଦୁକୋନ୍ ଓ ସୋଫୀ ଚୌଧୂରୀ ଭଳି ଅଭିନେତ୍ରୀମାନେ ନଜର ଆସିଛନ୍ତି। ତେବେ ଭାଇରାଲ୍ ହେଉଥିବା ଏହି ଫଟୋରେ ଉପଭୋକ୍ତାମାନେ ସେମାନଙ୍କ ମନ ପସନ୍ଦର ଅଭିନେତ୍ରୀମାନଙ୍କୁ ଖୋଜିବାରେ ଲାଗିଛନ୍ତି।

Advertisment

ମାର୍କ ରବିନ୍ସନ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି ଯେ “ଟମି ହିଲଫିଗର୍‌ର ଫେସନ ଶୋ’ ସମୟର ଏହି ଫଟୋ, ଯେଉଁଥିରେ ଦୀପିକା ପାଦୁକୋନ୍, କାଟ୍ରିନା କୈଫ୍ ଓ ସୋଫୀ ଚୌଧୁରୀ ଅଛନ୍ତି।” ଏହି ପୁରୁଣା ଫଟୋ ସୋସିଆଲ୍ ମିଡିଆରେ ଛାଇ ଯାଇଛି। ଆପଣ ନିଶ୍ଚିତ ସେମାନଙ୍କୁ ଖୋଜି ସାରିବେଣି। ଏହି ଫଟୋରେ ଦୀପିକା ପାଦୁକୋନ୍ ଡାହାଣ ପାଖରେ ଏକ କଣରେ ଠିଆ ହୋଇଥିବା ଦେଖାଯାଆନ୍ତି। ସେ ଏକ କଳା ରଙ୍ଗର ଟ୍ୟୁବ୍ ଟପ୍ସ ସହିତ ଜୀନ୍ସ ପିନ୍ଧିଛନ୍ତି। ଠିକ୍ ତାଙ୍କ ସମ୍ମୁଖରେ କାଟ୍ରିନା କୈଫ୍ ସ୍ୱେଟ୍‌ସର୍ଟ ଓ ଟ୍ରାଉଜର୍‌ ପିନ୍ଧି ଠିଆ ହୋଇଛନ୍ତି।

Advertisment

ଦୀପିକା ପାଦୁକୋନଙ୍କ ପ୍ରୋଜେକ୍ଟର କଥା ଯଦି ଆଲୋଚନାକୁ ନେବା ତେବେ ସେ ଶାହରୁଖ ଖାନଙ୍କ ସହିତ ସିନେମା ‘ପଠାନ’ରେ କାମ କରୁଛନ୍ତି। ଏହା ସହିତ ଦୀପିକା ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମ, ପ୍ରଭାସଙ୍କ ସହିତ ଅଶ୍ୱିନଙ୍କ ଆଗାମୀ ଫିଲ୍ମ, ଦ ଇଣ୍ଟର୍ଣ୍ଣ ରିମେକ୍, ମହାଭାରତ, ୮୩ ଓ ଫାଇଟର୍ ଭଳି ସିନେମାରେ ନଜର ଆସିବେ। ସେହିପରି କାଟ୍ରିନା କୈଫ୍‌ଙ୍କ ହାତରେ ମଧ୍ୟ କମ କାମ ନାହିଁ। ସେ ପୁଣି ଥରେ ସଲମାନ ଖାନଙ୍କ ସହିତ ଫିଲ୍ମ୍ ଟାଇଗର-୩ ରେ ନଜର ଆସିବେ। ଏହା ସହିତ କାଟ୍ରିନା, ଫୋନ୍ ବୁଥ୍, ସୂର୍ଯ୍ୟବଂଶୀ ଓ ଭ୍ରମଣ ସିନେମା ଜୀ ଲେ ଜରାରେ ବି କାମ କରୁଛନ୍ତି।

Deepika Padukone Katrina Kaif Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ