Advertisment

Teaser Out: ରିଲିଜ ହେଲା 'ଭୁଲ୍ ଭୁଲୈୟା ୩'ର ଦମଦାର ଟିଜର; ଶୁଣିବାକୁ ମିଳିଲା ମଞ୍ଜୁଲିକାଙ୍କ ଲୋମଟାଙ୍କୁରା ଡାଏଲଗ୍‌

ଫିଲ୍ମ 'ଭୁଲ୍ ଭୁଲୈୟା ୩' ର ଟିଜର ରିଲିଜ ହୋଇଛି। ଏଥର ଫିଲ୍ମରେ କାର୍ତ୍ତିକ ଅର୍ଥାତ୍ ରୁହ ବାବାଙ୍କ ପ୍ରତିଦ୍ୱନ୍ଦ୍ୱିତା ବିଦ୍ୟା ବାଲାନ୍ ଅର୍ଥାତ୍ ମଞ୍ଜୁଲିକାଙ୍କ ସହିତ ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
kartik aaryan vidya balan upcoming film bhool bhulaiyaa 3 teaser out

kartik aaryan vidya balan upcoming film bhool bhulaiyaa 3 teaser out

Advertisment

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଭୁଲ୍ ଭୁଲୈୟା ୩' ର ଟିଜର ରିଲିଜ ହୋଇଛି। ଏଥର ଫିଲ୍ମରେ କାର୍ତ୍ତିକ ଅର୍ଥାତ୍ ରୁହ ବାବାଙ୍କ ପ୍ରତିଦ୍ୱନ୍ଦ୍ୱିତା ବିଦ୍ୟା ବାଲାନ୍ ଅର୍ଥାତ୍ ମଞ୍ଜୁଲିକାଙ୍କ ସହିତ ହେବାକୁ ଯାଉଛି। ଫିଲ୍ମର ଟିଜର ରିଲିଜ ହେବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ବିଦ୍ୟା ବାଲାନ୍‌ଙ୍କ ଅଭିନୟ, ତାଙ୍କର ଭୟଙ୍କର ହସ ଏବଂ ଦମଦାର ଡାଏଲଗ ଶୁଣିଲେ ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିବ।

Advertisment

ହରର୍ କମେଡି ଫିଲ୍ମ 'ଭୁଲ୍ ଭୁଲୈୟା ୩' ଚଳିତ ବର୍ଷ ଦିପାବଳୀରେ ମୁକ୍ତିଲାଭ କରିବାକୁ ଯାଉଛି। ଦର୍ଶକମାନେ ଦୀର୍ଘ ଦିନ ଧରି ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ତେବେ, ଏହାପୂର୍ବରୁ, ଫିଲ୍ମର ପ୍ରଥମ ଏବଂ ଦ୍ୱିତୀୟ ଭାଗ ବକ୍ସ ଅଫିସରେ ବହୁତ ହଙ୍ଗାମା ସୃଷ୍ଟି କରିଥିଲା ​​ଏବଂ ବର୍ତ୍ତମାନ ଏହା ହେଉଛି ତୃତୀୟ ପାଳି, ଯାହାର ଟିଜର ଶୁକ୍ରବାର ଆର୍ଥାତ ଆଜି ରିଲିଜ୍ ହୋଇଛି। ଫିଲ୍ମର ଟିଜର୍‌ ବହୁତ ଦମଦାର ହୋଇଥିବା ବେଳେ ଏଥିରେ ବିଦ୍ୟା ବାଲାନଙ୍କ ସହ କାର୍ତ୍ତିକ ଆର୍ଯ୍ୟନ୍ ଏବଂ ତୃପ୍ତି ଡିମିରୀ ମଧ୍ୟ ନଜର ଆସିଛନ୍ତି।

ଏଥିରେ ତୃପ୍ତି ଡିମିରୀ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ଏକ ଚମତ୍କାର ଦୃଶ୍ୟରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ଏଥିରୁ ଜଣାପଡୁଛି ଯେ ନିର୍ମାତା ଜାଣିଶୁଣି ମାଧୁରୀ ଦୀକ୍ଷିତଙ୍କ ଚରିତ୍ରକୁ ଲୁଚାଇ ରଖିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜପାଲ୍ ଯାଦବ, ସଞ୍ଜୟ ମିଶ୍ରା ଓ ଅଶ୍ୱିନୀ କଲେଶକରଙ୍କ ଝଲକ ମଧ୍ୟ ଟିଜର୍‌ରେ ଦେଖିବାକୁ ମିଳିଛି। ସେହିପରି ବ୍ୟାକ୍‌ଗ୍ରାଉଣ୍ଡରେ ‘ଆମି ଜେ ତୋମାର’ ଗୀତ ବାଜୁଥିବା ଶୁଣାଯାଏ।

Advertisment

ଫିଲ୍ମକୁ ଅନୀସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି। ଏହାର ନିର୍ମାତା ହେଉଛନ୍ତି ଭୂଷଣ କୁମାର, କୃଷ୍ଣ କୁମାର ଏବଂ ମୁରାଦ ଖେତାନୀ। ଏହି ଫିଲ୍ମ ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସ ‘ସିଙ୍ଘମ୍ ଏଗେନ୍’ ସହିତ ସଂଘର୍ଷ କରିବା ଦେଖିବାକୁ ମିଳିବ।

Advertisment

ଏଥର କାହାଣୀରେ ବହୁତ ଭୟାନକ ଦୃଶ୍ୟ ରହିଛି। ଏଥର ମଞ୍ଜୁଲିକାଙ୍କୁ ସାମ୍ନା କରିବେ କାର୍ତ୍ତିକ ଆର୍ଯ୍ୟନ। ୧ ମିନିଟ୍ ୪୬ ସେକେଣ୍ଡର ଏହି ଟିଜର ଦେଖିବା ପରେ ଆପଣ ମଧ୍ୟ ଭୟଭୀତ ହୋଇଯିବେ। ଆପଣଙ୍କ ଦେହରୁ ଗମ୍‌ଗମ୍ ଝାଳ ମଧ୍ୟ ବୋହିବା ଆରମ୍ଭ ହେବ। ଟିଜର ଦେଖିବା ପରେ ଦର୍ଶକମାନେ ମଧ୍ୟ ଭିଡିଓ ଉପରେ କ୍ରମାଗତ ମତ ଦେଉଛନ୍ତି ଏବଂ ଏହାକୁ ଖୁବ୍ ଦମଦାର ବୋଲି କହୁଛନ୍ତି।

ଫିଲ୍ମର ଟିଜର ରିଲିଜ ହେବା ପରେ ଏବେ ଦର୍ଶକ ଏହାର ଟ୍ରେଲରକୁ ଅପେକ୍ଷା କରିଛନ୍ତି। ତେବେ ଏହି ଫିଲ୍ମକୁ ନେଇ ଆଲୋଚନା ହେଉଥିଲା ଯେ ଅକ୍ଷୟ କୁମାର ଏଥିରେ ଏକ କୈମିୟୋ କରିବେ, କିନ୍ତୁ ଅକ୍ଷୟ ନିଜେ ଏହାକୁ ଭୁଲ ବୋଲି ଘୋଷଣା କରିଥିଲେ। ସେ କହିଥିଲେ, “ନା, ଆଦୌ ନୁହେଁ, ଏହା ମିଥ୍ୟା ଖବର।”

ବର୍ତ୍ତମାନ ସମୟରେ ହରର୍ କମେଡି ଫିଲ୍ମର ଟ୍ରେଣ୍ଡ୍‌ ଚାଲିଛି ଏବଂ ଲୋକମାନେ ଏହିପରି ଫିଲ୍ମକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ପୂର୍ବରୁ ମୁକ୍ତିଲାଭ କରିଥିବା ଫିଲ୍ମ 'ମୁଞ୍ଜ୍ୟା' ବକ୍ସ ଅଫିସରେ ଧମାଲ୍ କରିଥିବା ବେଳେ ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା 'ସ୍ତ୍ରୀ ୨' ର କ୍ରେଜ୍ ଏବେ ମଧ୍ୟ ଲୋକଙ୍କ ମଧ୍ୟରେ ଦେଖାଯାଉଛି। ଏଭଳି ପରିସ୍ଥିତିରେ ନିର୍ମାତା ସମ୍ପୂର୍ଣ୍ଣ ଆଶା ରଖିଛନ୍ତି ଯେ ଫିଲ୍ମ 'ଭୁଲ୍ ଭୁଲୈୟା ୩' ରିଲିଜ ହେବା ସହିତ ବକ୍ସ ଅଫିସରେ ମଧ୍ୟ ଛାଇଯିବ।

Bollywood Akshay Kumar Vidya Balan Kartik Aaryan Bhool Bhulaiyya 2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ