Advertisment

ମାଧୁରୀଙ୍କ ସହ ଏକାଠି କାମ କରିବାକୁ ଏମିତି କରୁଥିଲେ କରିସ୍ମା କପୁର; କହିଲେ ନିଜ ଅଭିଜ୍ଞତା

ଇଣ୍ଡଷ୍ଟ୍ରିର ପ୍ରମୁଖ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ-କରିସ୍ମା କପୁର କିଛି ଦିନ ହେବ ହେଡଲାଇନରେ ରହିଛନ୍ତି। ନିକଟରେ ତାଙ୍କୁ ସୁନୀଲ ଶେଟ୍ଟୀ ଏବଂ ଅନ୍ୟମାନଙ୍କ ସହ ରିଅଲିଟି ସୋ 'ଡ୍ୟାନ୍ସ ଦେୱାନେ'ର ସେଟ୍‌ରେ ଦେଖିବାକୁ ମିଳିଥିଲା। କରିସ୍ମା ବର୍ତ୍ତମାନ ମାଧୁରୀ ଦୀକ୍ଷିତଙ୍କ ସହ କାମ କରିବାର ଅଭିଜ୍ଞତା ଶେୟାର୍ କରିଛନ୍ତି।

Karisma shares her experience working with madhuri dixit

Karisma shares her experience working with madhuri dixit

Advertisment

ବଲିଉଡ୍‌ର ପ୍ରମୁଖ ଅଭିନେତ୍ରୀ କରିସ୍ମା କପୁର ଏବଂ ମାଧୁରୀ ଦୀକ୍ଷିତ ସିନେମା ଜଗତରେ ଏବେ ବି ଧମାଲ୍ ସୃଷ୍ଟି କରୁଛନ୍ତି। ଆଜି ବି ଏହି ଦୁଇ ଅଭିନେତ୍ରୀ ସେମାନଙ୍କ ଚମତ୍କାର ଶୈଳୀରେ ସେମାନଙ୍କ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। ସମ୍ପ୍ରତି ଦୁହେଁ ଡ୍ୟାନ୍ସ ଶୋ 'ଡ୍ୟାନ୍ସ ଦିୱାନେ'ର ସେଟ୍‌ରେ ସେମାନଙ୍କ ଚଳଚ୍ଚିତ୍ରର ଏକ ଗୀତରେ ଜୋରଦାର୍ ନାଚିଛନ୍ତି।

Advertisment

ଇଣ୍ଡଷ୍ଟ୍ରିର ପ୍ରମୁଖ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ-କରିସ୍ମା କପୁର କିଛି ଦିନ ହେବ ହେଡଲାଇନରେ ରହିଛନ୍ତି। ନିକଟରେ ତାଙ୍କୁ ସୁନୀଲ ଶେଟ୍ଟୀ ଏବଂ ଅନ୍ୟମାନଙ୍କ ସହ ରିଅଲିଟି ସୋ 'ଡ୍ୟାନ୍ସ ଦେୱାନେ'ର ସେଟ୍‌ରେ ଦେଖିବାକୁ ମିଳିଥିଲା। କରିସ୍ମା ବର୍ତ୍ତମାନ ମାଧୁରୀ ଦୀକ୍ଷିତଙ୍କ ସହ କାମ କରିବାର ଅଭିଜ୍ଞତା ଶେୟାର୍ କରିଛନ୍ତି।

ବଲିଉଡ୍‌ର ଧକ୍-ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ କରିସ୍ମା କପୁର ରିଅଲିଟି ଶୋ 'ଡ୍ୟାନ୍ସ ଦେୱାନେ'ର ସେଟ୍‌ରେ ୧୯୯୭ର ଆଇକନିକ୍ ଚଳଚ୍ଚିତ୍ର 'ଦିଲ୍ ତୋ ପାଗଲ୍ ହେ'ର ମ୍ୟୁଜିକାଲ୍ ‘ଡ୍ୟାନ୍ସ ଅଫ୍ ଏନ୍‌ଭି'ରେ ନାଚୁଥିବାର ନଜର ଆସିଥିଲେ। ବର୍ତ୍ତମାନ କରିସ୍ମା ଏହି ଶୋ’ରେ ନିଜର ଅନୁଭୂତି ବାଣ୍ଟିଛନ୍ତି।

Advertisment

କରିସ୍ମା କପୁର ନିକଟରେ ତାଙ୍କ ସାକ୍ଷାତକାରରେ କହିଛନ୍ତି, “ମୁଁ ଆରମ୍ଭରୁ ତାଙ୍କ ଡ୍ୟାନ୍ସର ଜଣେ ପ୍ରଶଂସକ।” ଏହି ନୃତ୍ୟ ଭିତ୍ତିକ ରିଆଲିଟି ଶୋ’ 'ଡ୍ୟାନ୍ସ ଡିୱାନେ'ରେ ବିଚାରପତିଙ୍କ ଭୂମିକାରେ ଥିବା ଦୁଇ ତାରକାଙ୍କ ବିଷୟରେ କହିବା ନେଇ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲର ସାହାରା ନେଇଛନ୍ତି।

ଅଭିନେତ୍ରୀ କହିଛନ୍ତି, “‘ମୋର ଏକ୍‌ ଦୋ ତିନ୍' ଗୀତ ମନେ ଅଛି, ଯେତେବେଳେ ମୁଁ ସ୍କୁଲରୁ ଆସି ଏହାର ଷ୍ଟେପ୍ କରିବାକୁ ଚେଷ୍ଟା କରୁଥିଲି ଏବଂ ସେତେବେଳେ ମୁଁ ତାଙ୍କ ସହିତ ଏକ ଡ୍ୟାନ୍ସ ଫିଲ୍ମରେ କାମ କରିବାର ସୁଯୋଗ ପାଇଲି। ତାଙ୍କ ସହ ନାଚିବା ସହଜ ନ ଥିଲା। ଏହା ମୋ ପାଇଁ ଏକ ବଡ଼ କଥା ଥିଲା, ଏବଂ ତା’ପରେ ସେଟ୍‌ରେ ତାଙ୍କ ସହିତ ରହିବା ସବୁବେଳେ ବହୁତ ମଜାଦାର ଥିଲା।”

Advertisment

ହିନ୍ଦୀ ସିନେମାର 'ଟ୍ୱିଙ୍କଲ୍ ଟୋଜ୍' ଭାବରେ ଜଣାଶୁଣା ମାଧୁରୀ ୧୯୮୪ ମସିହାରେ ଫିଲ୍ମ 'ଅବୋଧ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ମାଧୁରୀ କେବଳ ତାଙ୍କ ଅଭିନୟ ଦ୍ୱାରା ନୁହେଁ ବରଂ 'ଚୋଲି କେ ପିଛେ', 'ମେରା ପିୟା ଘର ଆୟା', 'ଏକ ଦୋ ତିନ୍' ଏବଂ 'ଧକ୍ ଧକ୍ କର୍‌ନେ ଲଗା' ଭଳି ଅନେକ ଗୀତରେ ମଧ୍ୟ ଲୋକଙ୍କ ହୃଦୟ ଜିତିଥିଲେ।

ତେବେ ୧୯୯୭ ମସିହାରେ ଫିଲ୍ମ ‘ଦିଲ୍ ତୋ ପାଗଲ୍ ହେ’ ରେ କରିସ୍ମା ଏବଂ ମାଧୁରୀଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଦୁହେଁ ପରସ୍ପର ସହିତ ଡ୍ୟାନ୍ସରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖିବାକୁ ମିଳିଥିଲା।

Madhuri Dixit Bollywood Karishma Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ