Advertisment

କରିସ୍ମା କପୁରଙ୍କୁ କୋଳେଇ ନେଲେ ସଲମାନ୍ ଖାନ୍

ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁର ସଲମାନ ଖାନଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଇଦ୍‌ ପାର୍ଟିର କିଛି ଆଭ୍ୟନ୍ତରୀଣ ଫଟୋ ଶେୟାର କରିଛନ୍ତି। ୯୦ ଦଶକର ଏହି ସୁପର୍‌ହିଟ୍ ଯୋଡିଙ୍କୁ ପୁଣି ଥରେ ଫଟୋରେ ଦେଖି ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି।

Karisma Kapoor shares photos with Salman Khan

Karisma Kapoor shares photos with Salman Khan

Advertisment

ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଏବଂ ତାଙ୍କ ସ୍ୱାମୀ ଆୟୁଷ ଶର୍ମା ଚଳିତ ବର୍ଷ ତାରକାମାନଙ୍କ ସହ ଏକ ଇଦ୍ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟୀରେ ଅନିଲ କପୁର, କରିସ୍ମା କପୁର, ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କ ପରି ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। ଏବେ ଏହି ଉତ୍ସବର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁର ସଲମାନ ଖାନଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଇଦ୍‌ ପାର୍ଟିର କିଛି ଆଭ୍ୟନ୍ତରୀଣ ଫଟୋ ଶେୟାର କରିଛନ୍ତି। ୯୦ ଦଶକର ଏହି ସୁପର୍‌ହିଟ୍ ଯୋଡିଙ୍କୁ ପୁଣି ଥରେ ଫଟୋରେ ଦେଖି ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି।

Advertisment

କରିସ୍ମା କପୁର ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟା ହ୍ୟାଣ୍ଡେଲ୍‌ରେ ଯେଉଁ ଫଟି ଶେୟାର କରିଛନ୍ତି, ସେଥିରେ ସେ ସଲମାନ ଖାନଙ୍କ ସହ କିଛି ଖୁସିର ମୁହୂର୍ତ୍ତ ଉପଭୋଗ କରୁଥିବା ନଜର ଆସିଛନ୍ତି। ଯଦି ଆପଣ ପୋଷ୍ଟ୍‌ ହୋଇଥିବା ଏକ ଫଟୋକୁ ଦେଖିବେ ତେବେ ଆପଣଙ୍କ ମନରେ କିଛି ଭିନ୍ନ ଭାବନା ଆସିପାରେ। କାରଣ ସଲମାନ ଏବଂ କରିସ୍ମା ପରସ୍ପରକୁ ଆଲିଙ୍ଗନ କରୁଥିବା ଏଥିରେ ଦେଖିବାକୁ ମିଳେ।

ସେହିପାରି ଆଉ ଏକ ଫଟୋରେ ଦୁହେଁ ପରସ୍ପରକୁ ଚାହିଁ ହସୁଥିବା ଦେଖାଯାଏ। ଏହି ଫଟୋଗୁଡ଼ିକରେ, କରିସ୍ମା ଅତି ସୁନ୍ଦର ପେଷ୍ଟେଲ୍ ରଙ୍ଗର ସୁଟ୍ ପିନ୍ଧି ସୁନ୍ଦର ଦେଖାଯାଉଥିବାବେଳେ ସଲମାନ ଏକ କଳା ସାର୍ଟ ଏବଂ ଡେନିମ୍ ଜିନ୍ସରେ ହ୍ୟାଣ୍ଡସମ ଦେଖାଯାଉଛନ୍ତି। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅନସ୍କ୍ରିନ୍‌ ଯୋଡିଙ୍କୁ ଏକାଠି ଦେଖିବା ପରେ ଉଭୟଙ୍କ ଉପରେ ପ୍ରେମ ବର୍ଷା କରୁଛନ୍ତି।

Advertisment

ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋଗୁଡିକୁ ଶେୟାର୍ କରି କରିସ୍ମା କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ବ୍ୟାକ୍ ୱିଥ୍ ଦ ଓଜି। କରିସ୍ମାଙ୍କ ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ସବା ପଟୌଦୀ 'ଇଦ୍ ମୁବାରକ' ବୋଲି ଲେଖିଛନ୍ତି। ସେହିପରି ପ୍ରତିକ୍ରିୟା ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି ଯେ “ମୋ ଭାଇଙ୍କ ପରେ ମୁଁ ଏହି ଯୋଡିଙ୍କୁ ବହୁତ ମନେ ପକଉଥିଲି।” ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, “ତୁମେ ଦୁହେଁ ସବୁ ଫିଲ୍ମରେ ଖୁବ ଭଲ ଲାଗ।” ଏପରି କି ଅନେକ ଲୋକ ମଧ୍ୟ ଉଭୟଙ୍କୁ ପରସ୍ପର ସହିତ ବିବାହ କରିବାକୁ ପରାମର୍ଶ ଦେଉଥିବା ଦେଖାଯାଏ।

Advertisment


 
 
 
 
 
 
 
 
 
 
 
 
 
 

A post shared by Viral Bhayani (@viralbhayani)

ଖାଲି କରିସ୍ମାଙ୍କ ସହ ନୁହେଁ ସଲମାନ ଖାନଙ୍କୁ ଶହନାଜ୍ ଗିଲ୍‌ଙ୍କ ସହ ମଧ୍ୟ ଦେଖାଯାଇଛି। ସୋସିଆଲ ମିଡିଆରେ ଉଭୟଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଶହନାଜ୍ ଗିଲ୍‌ଙ୍କ ଦୁଇଟି ଭିଡିଓ ଭାଇରାଲ୍ ହେଉଥିବା ବେଳେ ଗୋଟିଏ ଭିଡିଓରେ ପେପ୍‌ରାଜୀଙ୍କ ସାମ୍ନାରେ ପୋଜ୍ ଦେବାବେଳେ ସଲମାନ୍ ଖାନ ତାକୁ ଆଲିଙ୍ଗନ କରୁଛନ୍ତି। ଉଭୟଙ୍କ ଏହି ବଣ୍ଡିଂକୁ ଲୋକେ ଖୁବ୍ ପସନ୍ଦ କରୁଥିବା ଦେଖାଯାଏ।

Salman Khan Bollywood Karisma Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ