Advertisment

ଏହି ଫିଲ୍ମରେ ଅମୀରଙ୍କ ସହ କିସ୍ ସିନ୍ କରିବାକୁ ଥରୁଥିଲେ କରିସ୍ମା

ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୂରିଛି ୨୫ ବର୍ଷ। ଫିଲ୍ମର କିଛି ସ୍ମୃତିକୁ ମନେପକେଇ କରିସ୍ମା କପୁର ଏହାର କିଛି ସିକ୍ରେଟ୍ ଶେୟାର କରିଛନ୍ତି।

Karishma Kapoor and Aamir Khan kiss scene

Karishma Kapoor and Aamir Khan kiss scene

Advertisment

ମୁମ୍ବାଇ: ବଲିଉଡ ଦର୍ଶକଙ୍କୁ ଅନେକ ସୁପରହୀଟ୍ ଫିଲ୍ମ ଦେଇଛି। କିନ୍ତୁ ଅମିର୍ ଖାନ ଓ କରିସ୍ମା କପୁର ଅଭିନୀତ ଫିଲ୍ମ ‘ରାଜା ହିନ୍ଦୁସ୍ଥାନୀ’କୁ ଦର୍ଶକେ ଆଜିଯାଏ ବି ଭୁଲି ନାହାନ୍ତି। ଏହି ଫିଲ୍ମର ଜବରଦସ୍ତ ସ୍କ୍ରିପ୍ଟ୍, ଅଭିନୟ, ଶ୍ରୁତିମଧୁର ଗୀତ ସହିତ କଷ୍ଟ୍ୟୁମ୍ ଷ୍ଟାଇଲ୍ ଏତେ ଆକର୍ଷଣୀୟ ଥିଲା ଯେ ଇତିମଧ୍ୟରେ ଫିଲ୍ମକୁ ୨୫ ବର୍ଷ ପୂରି ଯାଇଥିଲେ ବି ଏବେ ବି ଏହା ଦର୍ଶକଙ୍କ ମନ ଓ ହୃଦୟରେ ତାଜା ହୋଇ ରହିଛି। ଏହି ଫିଲ୍ମର ଅଭିନେତା ଓ ଅବିନେତ୍ରୀଙ୍କ ସହିତ ଜଣାଶୁଣା ବଲିଉଡ୍ ଫେସନ ଡିଜାଇନର୍ ମନୀଷ ମଲହୋତ୍ରା ମଧ୍ୟ ଫିଲ୍ମ ସହିତ ଜଡିତ ସ୍ମୃତିକୁ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି। ସେହିପରି ଫିଲ୍ମର ମୁଖ୍ୟ ନାୟିକା ମଧ୍ୟ ସୁଟିଂ ଦିନକୁ ଭୁଲି ପାରି ନାହାନ୍ତି।

Advertisment

ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଧର୍ମେଶ ଦର୍ଶନ ୧୯୯୬ରେ ଯେତେବେଳେ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ କରିବା ନେଇ ଚିନ୍ତା କରିଥିଲେ ସେ ସେତେବେଳେ ଏହାର ମୁଖ୍ୟ ନାୟିକା ପାଇଁ ଐଶ୍ୱର୍ଯ୍ୟା ରାୟଙ୍କୁ ଅଫର୍ ଦେଇଥିଲେ। ଐଶ୍ୱର୍ଯ୍ୟା ଏହି ପ୍ରସ୍ତବରେ ରାଜି ନ ହେବାକୁ ଜୁହୀ ଚାୱାଲଙ୍କୁ ଅଫର୍‌ ଦିଆଯାଇଥିଲା। କୌଣସି କାରଣରୁ ଜୁହୀ ମଧ୍ୟ ଏହି ଅଫରକୁ ଗ୍ରହଣ କରି ନଥିଲେ। ଏହା ପରେ ଏହି ସୁଯୋଗ ପୂଜା ଭଟ୍ଟଙ୍କ ପାଖରେ ପହଞ୍ଚିଲା। ଶେଷରେ ପୂଜା ମଧ୍ୟ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ।

ସେ ସମୟର ଆଗ ଧାଡିର ଏହିସବୁ ଅଭିନେତ୍ରୀମାନେ ଏ ପ୍ରସ୍ତାବକୁ ଏଡେଇ ଦେବା ପରେ ଫିଲ୍ମର ମୁଖ୍ୟ ନାୟକ ଅମିର ଖାନ୍ ଧର୍ମେଶଙ୍କୁ ଉପଦେଶ ଦେଇଥିଲେ ଯେ ଏହି ଫିଲ୍ମ ପାଇଁ ଏଭଳି ଜଣେ ଅବିନେତ୍ରୀଙ୍କୁ ସାଇନ୍‌ କରାଯାଉ ଯିଏ ତାଙ୍କ ସହିତ ପୂର୍ବରୁ କେବେ ବି ଅଭିନୟ କରି ନ ଥିବେ। ଏହିଭଳି ବୁଲି ବୁଲି ଶେଷରେ ଫିଲ୍ମଟି ଚୁଲବୁଲି ନାୟିକା କରିସ୍ମା କପୁରଙ୍କ ହାତରେ ଯାଇ ପଡିଲା।

Advertisment
Karishma Kapoor and Aamir Khan kiss sceneଏହି ଫିଲ୍ମରେ ଅମୀରଙ୍କ ସହ କିସ୍ ସିନ୍ କରିବାକୁ ଥରୁଥିଲେ କରିସ୍ମା

ସେତେବେଳେ ଏହି ଫିଲ୍ମରେ କରିସ୍ମା ଓ ଅମିରଙ୍କ ମଧ୍ୟରେ ଚିତ୍ରିତ ହୋଇଥିବା ଚୁମ୍ବନ ଦୃଶ୍ୟକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହୋଇଥିଲା। ପୂର୍ବରୁ ଏକ ସାକ୍ଷାତକାର ଅବସରରେ କରିସ୍ମା କପୁର ଫିଲ୍ମ ସହିତ ଜଡିତ ଏହି ସ୍ମୃତିକୁ ମନେପକେଇ କହିଥିଲେ ଯେ “ଏହି ଦୃଶ୍ୟକୁ କରିବା ନେଇ ତିନି ଦିନ ଚାଲିଯାଇଥିଲା। ଫେବୃଆରୀ ମାସରେ ଓଟିରେ ସନ୍ଧ୍ୟା ୬ରୁ ୭ ଭିତରେ ଏହି ଦୃଶ୍ୟ କରିବାର ଥିଲା। ପ୍ରବଳ ଶୀତ ସହିତ ଚୁମ୍ବନ ବେଳେ ମୁଁ ଥରୁଥିଲି। ଭାବୁଥିଲି କେତେବେଳେ ଏହା ଶେଷ ହେବ।” କୁହାଯାଏ ଯେ ଅମିର ଓ କରିସ୍ମାଙ୍କ ଏହି ଚୁମ୍ବନ ବଲିଉଡର ସବୁଠାରୁ ଲମ୍ବା ଦୃଶ୍ୟ।

ପିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ୨୫ ବର୍ଷ ପୂରଣ କରିଥିବାରୁ କରିସ୍ମା କପୁର ମଧ୍ୟ ଏହାର ଏକ ସିକ୍ରେଟ୍ ଶେୟାର କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଗୀତର ଭିଡିଓ କ୍ଲିପ୍ ଶେୟାର କରି ଲେଖିଛନ୍ତି ଯେ ‘ଆୟେ ହୋ ମେରେ ଜିନ୍ଦେଗୀ ମେ’ ମୋ ପସନ୍ଦର ଗୀତଗୁଡିକ ମଧ୍ୟରୁ ଗୋଟିଏ। ଯୁବତୀ ସମୟରେ ଏହି ଗୀତରେ ପ୍ରଦର୍ଶନ କରିବା ବେଳେ ମୋ ଭିତରର ଭାବନା ଖୁବ୍ ତରଙ୍ଗାୟିତ ଥିଲା। ପ୍ରେମ ଓ ସମର୍ପଣର କଥା କହୁଥିବା ଏହାର ଲିରିକ୍ସ ଖୁବ ଚମତ୍କାର ଥିଲା। ଏହା ସବୁବେଳେ ମୋ ହୃଦୟର ନିକଟରେ ରହିବ।”

Advertisment

‘ରାଜା ହିନ୍ଦୁସ୍ତାନୀ’ ବାସ୍ତବରେ ସେତେବେଳେ ହିନ୍ଦୁସ୍ତାନ ଦର୍ଶକଙ୍କର ହୃଦୟ ଜିତି ନେଇଥିଲା। ‘ଆଏ ହୋ ମେରେ ଜିନ୍ଦେଗୀ ମେ’ ଓ ‘ପରଦେଶୀ ପରଦେଶୀ’ ଭଳି ଗୀତ ଦର୍ଶକଙ୍କୁ ଝୁମିବା ପାଇଁ ବାଧ୍ୟ କରୁଥିଲା। ରୋମାନ୍ସରେ ଭରପୂର ଏହି ଫିଲ୍ମ ୨୫ ବର୍ଷ ପୂର୍ବେ ଯେତେବେଳେ ରିଲିଜ୍ ହୋଇଥିଲା ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରେକ୍ଷାଳୟଗୁଡିକ ହାଉସ୍‌ଫୁଲ୍ ରହିଥିଲା।

Bollywood Aamir Khan Karisma Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ