Advertisment

ନିଜ ସନ୍ତାନର ଟ୍ରୋଲ୍‌କୁ ନେଇ ମୁହଁ ଖୋଲିଲେ କରୀନା

ନିଜ ସନ୍ତାନର ଟ୍ରୋଲ୍‌କୁ ନେଇ ମୁହଁ ଖୋଲିଛନ୍ତି କରୀନା କପୁର। ସେ କୌଣସି ଟ୍ରୋଲକୁ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି। ସେ ସବୁବେଳେ ସକାରାତ୍ମକ ରହିବାକୁ ଚାହାନ୍ତି ବୋଲି କହିଛନ୍ତି। କରୀନା କପୁର ଖାନ ଓ ସୈଫ୍‌ ଅଲି ଖାନ ଚଳିତ ବର୍ଷ ଫେବୃଆରୀରେ ସେମାନଙ୍କର ଦ୍ୱିତୀୟ ସନ୍ତାନର ପିତାମାତା ହୋଇଛନ୍ତି। ଯେବେଠାରୁ ସେଲିବ୍ରିଟି ଦମ୍ପତି ସେମାନଙ୍କ ପୁଅର ଜନ୍ମ ଘୋଷଣା କରିଥିଲେ, ସେବେଠାରୁ ପୁଅର ନାମକୁ ନେଇ ଚର୍ଚ୍ଚା ଧରିଥିଲା। ପ୍ରଥମ ପୁଅ ତୈମୁର ଅଲି ଖାନଙ୍କ ନାମକୁ ନେଇ ହଇଚଇ ସୃଷ୍ଟି ହେବା ପରେ ଅଭିନେତ୍ରୀଙ୍କ 'ଦ୍ୱିତୀୟ ପୁଅ 'ଜେହ'ର ନାମ ମଧ୍ୟ ଟ୍ରୋଲ୍‌ର ଟାର୍ଗେଟରେ ରହିଛି।

ଅଦ୍ୟତନ ହୋଇଛି
ନିଜ ସନ୍ତାନର ଟ୍ରୋଲ୍‌କୁ ନେଇ ମୁହଁ ଖୋଲିଲେ କରୀନା

Kareena Kapoor

Advertisment

ମୁମ୍ବାଇ: ନିଜ ସନ୍ତାନର ଟ୍ରୋଲ୍‌କୁ ନେଇ ମୁହଁ ଖୋଲିଛନ୍ତି କରୀନା କପୁର। ସେ କୌଣସି ଟ୍ରୋଲକୁ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି। ସେ ସବୁବେଳେ ସକାରାତ୍ମକ ରହିବାକୁ ଚାହାନ୍ତି ବୋଲି କହିଛନ୍ତି। କରୀନା କପୁର ଖାନ ଓ ସୈଫ୍‌ ଅଲି ଖାନ ଚଳିତ ବର୍ଷ ଫେବୃଆରୀରେ ସେମାନଙ୍କର ଦ୍ୱିତୀୟ ସନ୍ତାନର ପିତାମାତା ହୋଇଛନ୍ତି। ଯେବେଠାରୁ ସେଲିବ୍ରିଟି ଦମ୍ପତି ସେମାନଙ୍କ ପୁଅର ଜନ୍ମ ଘୋଷଣା କରିଥିଲେ, ସେବେଠାରୁ ପୁଅର ନାମକୁ ନେଇ ଚର୍ଚ୍ଚା ଧରିଥିଲା। ପ୍ରଥମ ପୁଅ ତୈମୁର ଅଲି ଖାନଙ୍କ ନାମକୁ ନେଇ ହଇଚଇ ସୃଷ୍ଟି ହେବା ପରେ ଅଭିନେତ୍ରୀଙ୍କ 'ଦ୍ୱିତୀୟ ପୁଅ 'ଜେହ'ର ନାମ ମଧ୍ୟ ଟ୍ରୋଲ୍‌ର ଟାର୍ଗେଟରେ ରହିଛି। ପ୍ରାୟ ଏକ ମାସ ପୂର୍ବରୁ କରୀନା-ସୈଫ୍‌ ସେମାନଙ୍କର ଦ୍ୱିତୀୟ ପୁଅ 'ଜେ'ର ନାମ ଘୋଷଣା କରିଥିଲେ। କିନ୍ତୁ, ବର୍ତ୍ତମାନ ଅଭିନେତ୍ରୀଙ୍କ ପୁସ୍ତକ 'କରୀନା କପୁର ଖାନ କୀ ପ୍ରେଗ୍‌ନେନ୍ସୀ ବାଇବଲ୍‌'ରେ ତାଙ୍କ ପୁଅର ନାମ ଭିନ୍ନ ଥିବା ଜାଣି ଲୋକେ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି।

Advertisment

ବଲିଉଡ ହଙ୍ଗାମାରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ କରୀନାଙ୍କ ପୁସ୍ତକରେ ତାଙ୍କର ଦ୍ୱିତୀୟ ପୁଅର ନାମ ଜାହାଙ୍ଗୀର ଅଲି ଖାନ ରହିଛି। ଲୋକମାନେ ଯେତେବେଳେ ଜାଣିଲେ ଯେ ଅଭିନେତ୍ରୀ ତାଙ୍କ ପୁଅର ନାମ ଜାହାଙ୍ଗୀର ରଖିଛନ୍ତି, ସୋସିଆଲ ମିଡିଆରେ ତାଙ୍କ ପୁଅ ଏବଂ ପରିବାର ଟ୍ରୋଲ୍‌ ହେବାରେ ଲାଗିଛନ୍ତି। ଅଦ୍ୟାବଧି ଅଭିନେତ୍ରୀ ଏହା ଉପରେ ନୀରବ ରହିଥିଲେ, କିନ୍ତୁ ବର୍ତ୍ତମାନ ପ୍ରଥମ ଥର ପାଇଁ କରୀନା ତାଙ୍କ ଦ୍ୱିତୀୟ ପୁଅଙ୍କ ନାମକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଜବାବ ଦେଇଛନ୍ତି।

Advertisment

ଇଣ୍ଡିଆ ଟୁଡେ ସହ ଏକ ବାର୍ତ୍ତାଳାପରେ କରୀନା କପୁର ଖାନ ତାଙ୍କ ପୁଅ 'ଜାହାଙ୍ଗୀର' ନାମରେ ହେଉଥିବା ନକାରାତ୍ମକତା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କରୀନା କହିଛନ୍ତି- “ମୁଁ ଜଣେ ସକାରାତ୍ମକ ବ୍ୟକ୍ତି। ମୁଁ ବହୁତ ଖୁସିବାସିଆ। କରୋନା ପରି କଠିନ ସମୟରେ, ମୁଁ ଲୋକଙ୍କ ମଧ୍ୟରେ ଖୁସି ଓ ସକାରାତ୍ମକତା ବାଣ୍ଟିବାକୁ ଚାହେଁ। ମୁଁ କୌଣସି ପ୍ରକାରର ଟ୍ରୋଲ୍‌ କିମ୍ବା ନକାରାତ୍ମକତା ବିଷୟରେ ଚିନ୍ତା କରିପାରିବି ନାହିଁ। ବର୍ତ୍ତମାନ ମୋ ପାଖରେ ଧ୍ୟାନ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ।”

“ଏହା ମଧ୍ୟ ଏଥିପାଇଁ ଯେ ମୋତେ କାନ୍ଥ ଆଡକୁ ଠେଲି ଦିଆଯାଉଛି। କିନ୍ତୁ, ମୁଁ ତଥାପି ଠିକ ଅଛି । ମୁଁ ଧ୍ୟାନ ଜାରି ରଖିବି। ପ୍ରତ୍ୟେକ ମୁଦ୍ରାର ଦୁଇଟି ପାର୍ଶ୍ୱ ଅଛି। ତେଣୁ ତାହା ଠିକ ଅଛି। ଯଦି ସକାରାତ୍ମକତା ଅଛି ତେବେ ନକାରାତ୍ମକତା ମଧ୍ୟ ରହିବ। ମୋତେ ଏହାକୁ ଏହିପରି ଦେଖିବାକୁ ପଡିବ। ପ୍ରକୃତରେ ଏଭଳି ହେବା କଥା ନୁହେଁ। କାରଣ, ଆମେ ଯାହା ବିଷୟରେ କହୁଛୁ ସେମାନେ ଦୁଇ ନିରୀହ ପିଲା। ଯେଉଁମାନେ ଏହା ବିଷୟରେ କିଛି ଜାଣନ୍ତି ନାହିଁ। କିନ୍ତୁ, ଆମେ ଖୁସି ଏବଂ ସକରାତ୍ମକ ରହିବାକୁ ଚାହୁଁ।

Advertisment

କରୀନା ନିକଟରେ ତାଙ୍କ ପ୍ରେଗ୍‌ନାନ୍ସୀ ପୁସ୍ତକରେ ନିଜର ଗର୍ଭଧାରଣ ବିଷୟରେ ପ୍ରକାଶ କରିଛନ୍ତି। ସେ ତାଙ୍କ ପୁସ୍ତକରେ ଗର୍ଭାବସ୍ଥାରେ ତାଙ୍କର ଭଲ ଏବଂ ଖରାପ ଦିନ ବିଷୟରେ କହିଛନ୍ତି। ଅଭିନେତ୍ରୀଙ୍କ କହିବାନୁସାରେ, ଅନେକ ଥର କାମକୁ ଯିବା ଏବଂ ଶଯ୍ୟାରୁ ଉଠିବା ପର୍ଯ୍ୟନ୍ତ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଛି। କରୀନା କହିଛନ୍ତି ଯେ ଏହି ପୁସ୍ତକ ତାଙ୍କ ହୃଦୟର ଅତି ନିକଟତର କାରଣ ଏଥିରେ ସେ ଉଭୟ ପୁଅର ଗର୍ଭଧାରଣ ବିଷୟର କଥା କହିଛନ୍ତି।

Kareena Kapoor Saif Ali Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ