Advertisment

Viral Video: ସର୍ବସାଧାରଣରେ କିସ୍ କଲେ କରୀନା-ସୈଫ୍‌; ଲୋକେ କହିଲେ ଘରେ ସମୟ ନାହିଁ କି…

ବର୍ତ୍ତମାନ ସୈଫ୍‌ ଅଲି ଖାନ ଏବଂ କରୀନା କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। କ୍ୟାମେରା ସାମ୍ନାରେ ଏହି ଯୋଡି ଏମିତି କିଛି କରିଦେଇଛନ୍ତି ଯେଉଁଥିପାଇଁ ଲୋକେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

ଅଦ୍ୟତନ ହୋଇଛି
Kareena kapoor saif ali khan brutally trolled for kissing

Kareena kapoor saif ali khan brutally trolled for kissing

Advertisment

ବଲିଉଡ୍‌ର ପାୱାର କପଲ୍‌ମାନଙ୍କ ମଧ୍ୟରୁ କରୀନା କପୁର ଏବଂ ସୈଫ୍‌ ଅଲି ଖାନ ଅନ୍ୟତମ। ଦୁହେଁ ପରସ୍ପରଙ୍କୁ ପ୍ରେମ କରିବାର କୌଣସି ସୁଯୋଗ ହାତ ଛଡା କରନ୍ତି ନାହିଁ। ଅନେକ ସାକ୍ଷାତକାରରେ ଏହା ପ୍ରାୟତଃ ଦେଖାଯାଇଛି ଯେ ଉଭୟ ତାରକା ପରସ୍ପରକୁ ଖୋଲାଖୋଲି ପ୍ରଶଂସା କରନ୍ତି। ବର୍ତ୍ତମାନ ସୈଫ୍‌ ଅଲି ଖାନ ଏବଂ କରୀନା କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। କ୍ୟାମେରା ସାମ୍ନାରେ ଏହି ଯୋଡି ଏମିତି କିଛି କରିଦେଇଛନ୍ତି ଯେଉଁଥିପାଇଁ ଲୋକେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

Advertisment

ଇନ୍‌ଷ୍ଟାଗ୍ରାମ୍‌ରେ ଇନ୍‌ଷ୍ଟାଣ୍ଟ୍‌ବଲିଉଡ ଏକ ଭିଡିଓ ଶେୟାର କରିଛି ଯେଉଁଥିରେ ସୈଫ୍‌ ଅଲି ଖାନ ଏବଂ କରୀନା କପୁର ସେମାନଙ୍କ ବିଲଡିଂରୁ ବାହାରକୁ ଆସୁଥିବା ଦେଖିବାକୁ ମିଳେ। କରୀନା ଧଳା କୁର୍ତ୍ତା ଏବଂ ଡେନିମ୍ ଜିନ୍ସ ପିନ୍ଧିଥିବା ନଜର ଆସିଛନ୍ତି। ସେହିପରି ସୈଫ୍‌ ଅଲି ଖାନଙ୍କୁ ଧଳା କୁର୍ତ୍ତା ଏବଂ ପାଇଜାମାରେ ଦେଖିବାକୁ ମିଳେ। ଏହି ସମୟରେ ଦୁହେଁ ଚୁମ୍ବନ ଦିଅନ୍ତି, ଯାହା କ୍ୟାମେରାରେ କଏଦ ହୋଇଛି।

ଅଧିକ ପଢ଼ନ୍ତୁ: ବିବାହ କଥା ଶୁଣି ଜଳିଲେ ସୋନାକ୍ଷୀ ସିହ୍ନା; କହିଲେ ଏବେ ବି ମୁଁ ଅବିବାହିତ

Advertisment

ଏହି ଭିଡିଓ ଦେଖିବା ପରେ ଲୋକମାନେ କରୀନା କପୁର ଏବଂ ସୈଫ୍‌ ଅଲି ଖାନଙ୍କୁ ଟ୍ରୋଲ କରୁଛନ୍ତି। ଏହି ଭାଇରାଲ୍ ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଜଣେ ଲେଖିଛନ୍ତି, 'ସେମାନେ କେବଳ ଦେଖାଇବାକୁ ଆଗ୍ରହୀ।' ଅନ୍ୟ ଜଣେ କହିଛନ୍ତି, 'ଘରେ ସମୟ ହେଉ ନାହିଁ କି?'

ଭିଡିଓ ଉପରେ ମନ୍ତବ୍ୟ ଦେଇ ଆଉ ଜଣେ ଲେଖିଛନ୍ତି, 'ସର୍ବସାଧାରଣ ସ୍ଥାନରେ ଚୁମ୍ବନ ଦେବା ଆବଶ୍ୟକ କି?' ଏହିପରି ଭାବେ, ପାପାରାଜୀଙ୍କ ସାମ୍ନାରେ ଚୁମ୍ବନ ଦେଇ ସୈଫ୍‌ ଅଲି ଖାନ ଏବଂ କରୀନା କପୁରଙ୍କୁ ଟ୍ରୋଲ୍‌ କରାଯାଉଛି।

Advertisment

୨୦୧୨ ମସିହାରେ ସୈଫ୍ ଅଲି ଖାନ ଏବଂ କରୀନା କପୁର ବିବାହ କରିଥିଲେ। ଏମାନଙ୍କର ଦୁଇଟି ପୁଅ ଅଛନ୍ତି ଯାହାଙ୍କ ନା’ ତୃମୁର ଅଲି ଖାନ ଏବଂ ଜେହ ଅଲି ଖାନ। କରୀନାଙ୍କ ସହ ସୈଫ୍‌ ଅଲି ଖାନଙ୍କ ଏହା ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ ଅମୃତା ସିଂହଙ୍କ ହାତ ଧରିଥିଲେ। ଅବଶ୍ୟ, ଏହି ସମ୍ପର୍କ ଅଧିକ ଦିନ ରହିଲା ନାହିଁ ଏବଂ ତା’ପରେ ଦୁହେଁ ଅଲଗା ହୋଇଗଲେ।

ଅଧିକ ପଢ଼ନ୍ତୁ: ମିସ୍ ଟିନ୍ ୟୁଏସ୍ଏ ୨୦୨୩ ଟାଇଟଲ୍ ଫେରେଇଦେଲେ ଏହି ପ୍ରବାସୀ ଭାରତୀୟ

ଫିଲ୍ମ 'କ୍ରୁ'ର ସଫଳତା ପରେ କରୀନା କପୁର ଏବେ ରୋହିତ ଶେଟ୍ଟୀଙ୍କ ଫିଲ୍ମ 'ସିଙ୍ଘମ୍‌ ଏଗେନ୍‌'ରେ ନଜର ଆସିବେ। ସେହିପରି ସୈଫ୍‌ ଅଲି ଖାନ ତେଲୁଗୁ ଇଣ୍ଡଷ୍ଟ୍ରିରେ 'ଦେବରା'ରୁ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଜୁନିଅର NTR ନଜର ଆସିବେ। ଏଥିରେ ସୈଫ୍‌ଙ୍କୁ ଏକ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ।

Kareena Kapoor Saif Ali Khan Bollywood Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ