Advertisment

ବଲିଉଡରେ ମାତିଲା କରୋନା: ଅଭିନେତ୍ରୀ କରୀନା କପୁର ଓ ଅମ୍ରିତା ଅରୋରା କୋଭିଡ ପଜିଟିଭ୍

ସାରା ଦେଶରେ କରୋନା ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି । ବଲିଉଡ ଅଭିନେତ୍ରୀ କରୀନା କପୁର୍ ଓ ଅମ୍ରିତା ଅରୋରା କରୋନା ପଜିଟିଭ ଥିବାର ଶୁଣିବାକୁ ମିଳୁଛି ।

karena and amrita covid positive

karena and amrita covid positive

Advertisment

ମୁମ୍ବାଇ: ସାରା ଦେଶରେ କରୋନା ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି । ବଲିଉଡ ଅଭିନେତ୍ରୀ କରୀନା କପୁର୍ ଓ ଅମ୍ରିତା ଅରୋରା କରୋନା ପଜିଟିଭ ଥିବାର ଶୁଣିବାକୁ ମିଳୁଛି । ଏହି ଦୁଇ ଅଭିନେତ୍ରୀ ବେଶ ଘନିଷ୍ଠ ଥିବାର ଶୁଣିବାକୁ ମିଳିଛି । ଦୁହେଁ ଏକାଠି ଅନେକ ପାର୍ଟିରେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି । ଏହି ପାର୍ଟିରେ ଅନେକ ଲୋକଙ୍କ ସହ ମିଶାମଣା ଯୋଗୁଁ ଦୁହେଁ କୋଭିଡ ପଜିଟିଭ୍ ଥିବାର ଆଶାଙ୍କା କରାଯାଉଛି ।

Advertisment

କରୀନା କପୁର ଏବଂ ଅମ୍ରିତା ଆରୋରା ଦୁହେଁ ଘନିଷ୍ଠ ବନ୍ଧୁ ଏବଂ ପ୍ରାୟତଃ ଏକାଠି ସବୁ ପାର୍ଟିକୁ ଯାଉଥିବାର୍ ଦେଖିବାକୁ ମିଳିଛି । ନିକଟରେ ଏହି ଦୁଇ ବନ୍ଧୁ ମୁମ୍ବାଇରେ କରିସ୍ମା କପୁର ଏବଂ ମଲାଇକା ଆରୋରାଙ୍କ ସହ ବୁଲୁଥିବା ନଜର ଆସିଥିଲେ। ସୂଚନା ଅନୁଯାୟୀ, ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ କୁହାଯାଇଛି ଯେ କରୀନା ଏବଂ ଅମ୍ରିତାଙ୍କ ସହ ଯୋଗାଯୋଗରେ ଆସିଥିବା ସମସ୍ତ ଲୋକଙ୍କୁ ଆରଟିପିସିଆର(RTPCR) ପରୀକ୍ଷା କରିବାକୁ ପଡିବ ।

ଜାତୀୟ ଗଣମାଧ୍ୟମ ପକ୍ଷରୁ ସ୍ପଷ୍ଟ କରାଯାଇଛି ଅଭିନେତ୍ରୀ କରୀନା କପୁର ଓ ଅମ୍ରିତା ଅରୋରା ଦୁହେଁ କୋଭିଡ ଆକ୍ରାନ୍ତ ଅଛନ୍ତି । ନିକଟରେ କୋଭିଡରେ ଆକ୍ରାନ୍ତ ଥିବା ଅଭିନେତା କମଲ ହାସନ୍ ମଧ୍ୟ ସୁସ୍ଥ ହୋଇଛନ୍ତି । କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ କମଲ ହାସନଙ୍କୁ ଚେନ୍ନାଇଅର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦେଶରେ କରୋନା ସଂଖ୍ୟା ବୃଦ୍ଧି ଲୋକଙ୍କ ଚିନ୍ତାର ବିଷୟ ପାଲଟିଲାଣି ।

Advertisment
COVID-19 Kareena Kapoor And Amrita Arora Covid Positive
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ