Advertisment

ବଲିଉଡ୍ ଏବେ ଗୋରୁପଲରେ ପରିଣତ ହୋଇଛି, ଏଥିରେ ମୁଁ ବି ଅଛି; କରଣ ଜୋହର

ବଲିଉଡ୍‌ର ବିଫଳତାର କାରଣ କହିଲେ କରଣ ଜୋହର। ବଲିଉଡ ଦିନକୁ ଦିନ ତଳକୁ ଯାଉଛି ଆଉ ଆଞ୍ଚଳିକ ସିନେମାର ବିକାଶ ହେଉଛି। ଏହା ପଛରେ ଥିବା କାରଣ କହି ନିଜକୁ ଦୋଷୀ ବୋଲି ମଧ୍ୟ ମାନିଛନ୍ତି ସେ। ଆସନ୍ତୁ ଜାଣିବା ତାଙ୍କର କେଉଁ ଭୁଲ୍ ଯୋଗୁଁ ବଲିଉଡ୍‌ର ଆଜି ଏପରି ଅବସ୍ଥା।

Karan Johar accepted his mistake behind bollywood flops

Karan Johar accepted his mistake behind bollywood flops

Advertisment

ଯଦି ବଲିଉଡ୍‌ର ସଫଳତାକୁ ନେଇ ଆକଳନ କରାଯାଏ, ତେବେ ଦେଖାଯାଏ ଗ୍ରାଫ୍‌ ତଳକୁ ଖସୁଥିବା ଦେଖାଯାଏ। ଏହା ସହିତ, ରିମେକ୍ ତିଆରି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ବଲିଉଡ୍‌ର ବିଫଳତା ପାଇଁ ନିଜକୁ ଦାୟୀ କରିଛନ୍ତି। ତାଙ୍କ କହିବାନୁସାରେ, ଏହି ବିଫଳତା ପାଇଁ ସେ ମଧ୍ୟ ଦାୟୀ ଅଟନ୍ତି।

Advertisment

ଗତ କିଛି ବର୍ଷ ମଧ୍ୟରେ ମନୋରଂଜନ କ୍ଷେତ୍ରରେ ଆଞ୍ଚଳିକ ସିନେମାର ପ୍ରଭାବ ବଢିଚାଲିଛି। ଫଳରେ ବଲିଉଡ୍‌ରେ କ୍ରମାଗତ ଭାବେ ଫିଲ୍ମଗୁଡିକ୍ ଫ୍ଲପ୍ ହେବାରେ ଲାଗିଛି। ଏହା ସହିତ ଚଳଚ୍ଚିତ୍ରର ରୋଜଗାରର ପ୍ରତିଶତ ମଧ୍ୟ ହ୍ରାସ ପାଇଛି। ସମ୍ପ୍ରତି ୟୁଟ୍ୟୁବ୍‌ର ଏକ ଚ୍ୟାନେଲ୍‌ରେ ଅନେକ ସେଲିବ୍ରିଟିଙ୍କ ସାକ୍ଷାତକାର ନିଆଯାଇଥିଲା। ଏଠି ବଲିଉଡ୍‌ ଫିଲ୍ମର ଫ୍ଲପ୍‌ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ସମୟରେ କରଣ ସ୍ୱୀକାର କରିଛନ୍ତି ଯେ ସେ ଏଥିପାଇଁ ମଧ୍ୟ ଦାୟୀ।

ଏହି ଆଲୋଚନା ବେଳେ କରଣ ଜୋହର କହିଛନ୍ତି, “କିଛି ଦିନ ଧରି ଚଳଚ୍ଚିତ୍ରର ବ୍ୟବସାୟରେ ପାର୍ଥକ୍ୟ ଦେଖାଦେଇଛି କାରଣ ବର୍ତ୍ତମାନ ଦିଲ୍ଲୀ ଏବଂ ମୁମ୍ବାଇର ୬୦ ରୁ ୭୦ ପ୍ରତିଶତ ଦର୍ଶକ ଫିଲ୍ମ ଦେଖିବାକୁ ଯାଉଛନ୍ତି। କରୋନା ପୂର୍ବରୁ ଲୋକମାନେ ଯେପରି ଫିଲ୍ମ ଦେଖିବାକୁ ଯାଉଥିଲେ, ଏବେ କରୋନା ପରେ ଆଉ ସେମିତି ଯାଉନାହାଁନ୍ତି। ବର୍ତ୍ତମାନ ଚଳଚ୍ଚିତ୍ରଗୁଡ଼ିକ ପୂର୍ବ ପରି ରୋଜଗାର କରୁନାହିଁ। ଯେଉଁ ଚଳଚ୍ଚିତ୍ରଗୁଡ଼ିକ ପୂର୍ବରୁ ୭୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରୁଥିଲା ବର୍ତ୍ତମାନ ସେହି ଚଳଚ୍ଚିତ୍ରଗୁଡ଼ିକର ବ୍ୟବସାୟ ୩୦ କୋଟି ଟଙ୍କାକୁ ଖସି ଆସିଛି।”

Advertisment

ହିନ୍ଦୀ ସିନେମା ଜଗତକୁ ନେଇ କରଣ କହିଛନ୍ତି ଯେ ଏଠାରେ ବୃଢ ବିଶ୍ୱାସ ଏବଂ ଆସ୍ଥାର ଅଭାବ ରହିଛି। ତାଙ୍କ କହିବା କଥା, “୭୦ ଦଶକରେ ଆମ ପାଖରେ ସଲିମ ଜାଭେଦଙ୍କ ପରି ଲୋକ ଥିଲେ, ଯେଉଁମାନେ ଜୀବନ୍ତ ଚରିତ୍ରକୁ ବାହର କରୁଥିଲେ। ସେମାନେ ବାସ୍ତବ ଚରିତ୍ର ଗଢୁଥିଲେ। କିନ୍ତୁ ପରେ ୮୦ ଦଶକରେ ଆମେ ରିମେକ୍ ଉପରେ ଧ୍ୟାନ ଦେବା ଆରମ୍ଭ କଲୁ। ଏହା ପରେ ୯୦ ଦଶକରେ କେବଳ ପ୍ରେମ କାହାଣୀ ତିଆରି ହେବାକୁ ଲାଗିଲା। ଆମେ ସମସ୍ତେ ଗୋରୁପଲରେ ପରିଣତ ହୋଇଗଲୁ ଏବଂ ମୁଁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଆମେ ଆମର ପୁରୁଣା ମୂଲ୍ୟ ହରାଇଲୁ। ବାସ୍ତବରେ, ଆମେ ଲାଇନ୍‌ରୁ ବାହାରି ସ୍ୱିଜରଲ୍ୟାଣ୍ଡ ଯାଇ କାହାଣୀ ତିଆରି କରିବା ଆରମ୍ଭ କଲୁ।”

Karan Johar Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ