Advertisment

କପିଲଙ୍କ କମେଡି କିଙ୍ଗ୍‌ ପଛରେ ଏକ ଝିଅର ହାତ

କମେଡି କିଙ୍ଗ କପିଲ ଶର୍ମାଙ୍କ ଲୋକପ୍ରିୟ ଶୋ’ 'ଦି କପିଲ ଶର୍ମା ଶୋ' ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କପିଲ ତାଙ୍କର ଉଚିତ କମିକ୍ ଷ୍ଟାଇଲରେ ଦର୍ଶକଙ୍କୁ ଢେର୍ ମନୋରଞ୍ଜନ କରାନ୍ତି । କପିଲ ନିଜର ବିଚକ୍ଷଣ କଳା ଚାତୁରୀ ଯୋଗୁଁ ଆଜି ଜଣେ ସଫଳ ଅଭିନେତା ହୋଇପାରିଛନ୍ତି। ତାଙ୍କ ସଫଳତା ପଛରେ କଠିନ ପରିଶ୍ରମ ଏବଂ ପ୍ରତିଭା ରହିଛି ସତ, କିନ୍ତୁ ଗୋଟିଏ ଝିଅର ହାତ ମଧ୍ୟ ଅଛି।

ଅଦ୍ୟତନ ହୋଇଛି
କପିଲଙ୍କ କମେଡି କିଙ୍ଗ୍‌ ପଛରେ ଏକ ଝିଅର ହାତ

Kapil Sharma

Advertisment

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ଲୋକପ୍ରିୟ ଶୋ’ 'ଦି କପିଲ ଶର୍ମା ଶୋ' ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କପିଲ ତାଙ୍କର ଉଚିତ କମିକ୍ ଷ୍ଟାଇଲରେ ଦର୍ଶକଙ୍କୁ ଢେର୍ ମନୋରଞ୍ଜନ କରାନ୍ତି । କପିଲ ନିଜର ବିଚକ୍ଷଣ କଳା ଚାତୁରୀ ଯୋଗୁଁ ଆଜି ଜଣେ ସଫଳ ଅଭିନେତା ହୋଇପାରିଛନ୍ତି। ତାଙ୍କ ସଫଳତା ପଛରେ କଠିନ ପରିଶ୍ରମ ଏବଂ ପ୍ରତିଭା ରହିଛି ସତ, କିନ୍ତୁ ଗୋଟିଏ ଝିଅର ହାତ ମଧ୍ୟ ଅଛି। ସମସ୍ତେ ଜାଣନ୍ତି ଯେ ପ୍ରତ୍ୟେକ ସଫଳ ପୁରୁଷ ପଛରେ ଜଣେ ମହିଳାଙ୍କ ହାତ ଥାଏ। ଏହି କଥା କପିଲ ଶର୍ମାଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି।

Advertisment

କପିଲ ଶର୍ମା ପିଲାଦିନରୁ ଗୀତ ଗାଇବାକୁ ଭଲ ପାଉଥିଲେ, କିନ୍ତୁ ମଞ୍ଚ ଅଭିନୟ ଠାରୁ ବହୁ ଦୂରରେ ଥିଲେ। କପିଲ ତାଙ୍କ ଅଭିନୟ ଯାତ୍ରା ବିଷୟରେ 'ଜିନ୍ଦେଗୀ ଲାଇଭ' ନାମକ ଏକ ଟିଭି ଶୋ’ରେ ପ୍ରକାଶ କରିଥିଲେ। ଶୋ’ରେ ଯେତେବେଳେ କପିଲଙ୍କୁ ପଚରାଯାଇଥିଲା ଯେ ସେ କେବେ କମେଡି ଏବଂ ଅଭିନୟକୁ ଭଲ ପାଇଥିଲେ, ସେତେବେଳେ ସେ କହିଥିଲେ ଯେ “ପିଲାଦିନରୁ ମୋର ଏକ ହବି ଥିଲା। କିନ୍ତୁ ମୁଁ ଭାବି ନ ଥିଲି ଯେ ମୁଁ ଅଭିନୟରେ ଯିବି। ମୁଁ ଗୀତ ଗାଇବାକୁ ଭଲ ପାଉଥିଲି। ମୁଁ ଯେତେବେଳେ କଲେଜକୁ ଆସିଲି, ସେଠାରେ ୟୁଥ୍‌ ଫେଷ୍ଟିଭାଲ୍ ହେଉଥିଲା।”

Advertisment

କପିଲ ଆହୁରି କହିଛନ୍ତି ଯେ “ଏକ ରୋଚକ ଘଟଣା ଅଛି । ମୋର ବନ୍ଧୁ ନାଟକରେ କାମ କରୁଥିଲେ। ଯେତେବେଳେ ମୁଁ ତାଙ୍କୁ ନାଟକ କରୁଥିବାର ଦେଖିଲି, ସେହି ନାଟକରେ ଜଣେ ଝିଅ ମଧ୍ୟ ଥିଲେ ଯିଏ ମତେ ବହୁତ ଭଲ ଲାଗିଲେ। ମତେ ଲାଗିଲା ଏହାହିଁ କରିବା ଠିକ୍ ହେବ, ଅନ୍ତତଃପକ୍ଷେ ଆମେ ଦୁଇ ଜଣ ଏକାଠି ତ ହେବା। ମୁଁ ମୋ ବନ୍ଧୁଙ୍କୁ କହିଲି ମତେ ବି ଏହା କରିବାର ଅଛି। ସେ ମୋତେ ପ୍ଲେ ଇନ୍‌ଚାର୍ଜଙ୍କ ପାଖକୁ ନେଇଗଲା ଏବଂ କହିଲା, ସାର୍ ଏ ବି ନାଟକରେ କାମ କରିବାକୁ ଚାହୁଁଛନ୍ତି। ତେଣୁ ସେ ମୋତେ ଏକ ସଂଳାପ ଦେଲେ। ତାହା ଏକ ନିଶାଡିର ଚରିତ୍ର ଥିଲା। ସେ କହିଲେ ଏହା କରିକି ଦେଖାଅ। ମୁଁ ମଧ୍ୟ ଏହା କଲି। ତାଙ୍କୁ ବହୁତ ପସନ୍ଦ ଆସିଲା। ସେ ଏହାକୁ ଏତେ ପସନ୍ଦ କଲେ ଯେ ସେ ମୋତେ ସେହି ବନ୍ଧୁର ଭୂମିକା ମଧ୍ୟ ଦେଇଥିଲେ। ପରେ ମୋର ଆଉ ସେ ବନ୍ଧୁ ସହ ଦେଖା ହେଇନି।” ଏହା କହି କପିଲ ହସିବାକୁ ଲାଗିଲେ।

କପିଲ କହିଛନ୍ତି ଯେ “ମୁଁ ସେତେବେଳେ ପ୍ରଥମ ଥର ପାଇଁ ନାଟକରେ କାମ କରିଥିଲି।” ଏହା ପରେ ପ୍ରାୟ ୮-୧୦ ବର୍ଷ ପର୍ଯ୍ୟନ୍ତ ଥିଏଟର କରିଥିଲି। ମୋ ଘରେ ବହୁତ ବଡ ସମସ୍ୟା ଥିଲା। ମୋ ବାପା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ କିନ୍ତୁ ସେ କେବେ ବି ମତେ ଏହି ଲାଇନ ଛାଡିଦେବାକୁ କହି ନ ଥିଲେ।”

Advertisment

ପ୍ରକାଶଥାଉ ଯେ 'ଦି କପିଲ ଶର୍ମା ଶୋ' ଅଗଷ୍ଟ ୨୧ରୁ ଆରମ୍ଭ ହେବାକୁ ଯାଉଛି। ଏହି କମେଡିଆନ୍ ଶୋ’ର ଏକ ପ୍ରୋମୋ ଭିଡିଓ ତାଙ୍କ ସୋସିଆଲ ମିଡିଆ ପେଜ୍‌ରେ ସେୟାର କରିଛନ୍ତି। ଭିଡିଓରେ କପିଲ ତାଙ୍କ ଚିରାଚରିତ ଢଙ୍ଗରେ ନିଜ ଟିମ ସହିତ ମଜା କରୁଥିବା ନଜର ଆସିଛନ୍ତି। ସୂଚନା ମୁତାବକ ଅକ୍ଷୟ କୁମାର ଶୋ’ର ପ୍ରଥମ ଏପିସୋଡ୍‌ରେ ତାଙ୍କ ଫିଲ୍ମ ‘ବେଲ୍‌ ବଟମ୍’ର ଟିମ୍ ସହିତ ନଜର ଆସିବେ।

Kapil Sharma The Kapil Sharma Show Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ