Advertisment

ଅଡ଼ୁଆରେ ପଡ଼ିପାରନ୍ତି କପିଲ୍‌ ଶର୍ମା

ନିଆରା ଷ୍ଟାଇଲ୍‌ରେ ଦର୍ଶକଙ୍କୁ ହସାଉ ଥିବା କମେଡି ବାଦ୍‌ଶାହ କପିଲ୍‌ଙ୍କ ପାଇଁ ଅଡ଼ୁଆ ବଢ଼ିପାରେ। କମେଡି ଶୋ’ ଟିମ୍‌ ସହ କପିଲ୍‌ ଶର୍ମା ଜୁନ୍‌ରୁ US ଓ କାନାଡା ଟୁର୍‌ରେ ଯାଇଛନ୍ତି।

Kapil Sharma in legal trouble

Kapil Sharma in legal trouble

Advertisment

ଅଡ଼ୁଆରେ ପଡ଼ିପାରନ୍ତି କପିଲ୍‌ ଶର୍ମା(Kapil Sharma)। ନିଆରା ଷ୍ଟାଇଲ୍‌ରେ ଦର୍ଶକଙ୍କୁ ହସାଉ ଥିବା କମେଡି ବାଦ୍‌ଶାହ କପିଲ୍‌ଙ୍କ ପାଇଁ ଅଡ଼ୁଆ ବଢ଼ିପାରେ। କମେଡି ଶୋ’ ଟିମ୍‌ ସହ କପିଲ୍‌ ଶର୍ମା ଜୁନ୍‌ରୁ US ଓ କାନାଡା ଟୁର୍‌ରେ ଯାଇଛନ୍ତି। ଏସବୁ ଭିତରେ ତାଙ୍କ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ହୋଇଛି। 

Advertisment

E Timesର ରିପୋର୍ଟ ଅନୁସାରେ, ଆମେରିକାର ଜଣେ ଜଣାଶୁଣା ପ୍ରମୋଟର କପିଲ ଶର୍ମାଙ୍କ ବିରୋଧରେ ଚୁକ୍ତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ପ୍ରମୋଟରଙ୍କ କହବା ଅନୁସାରେ, ୬ଟି ସହରରେ ପରଫର୍ମ କରିବା ପାଇଁ କପିଲ କହିଥିଲେ। ସେଥିମଧ୍ୟରୁ ଗୋଟିଏ ଶୋ’ କରିବା ପାଇଁ ସେ ଯାଇ ନଥିଲେ। ଏହାର କ୍ଷତିପୂରଣ କରିବା ପାଇଁ ମଧ୍ୟ ସେ କହିଥିଲେ। ହେଲେ ଏସବୁ କିଛି ସେ କରିନଥିଲେ।    

E Timesର ରିପୋର୍ଟ ଅନୁସାରେ, ଅମିତ ଜେଟ୍‌ଲୀ ନାମକ ଜଣେ ପ୍ରମୋଟରଙ୍କ କହିବା ଅନୁସାରେ, କପିଲ ଶର୍ମା ନା ଶୋ’ରେ ପର୍‌ଫର୍ମ କରିଥିଲେ ନା ଫୋନ୍‌ କଲ୍‌ ଉଠାଇ ଥିଲେ। ଫଳରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିଷ୍ପତ୍ତି କରିଛୁ। ତେବେ ନ୍ୟୁୟର୍କର ଏକ କୋର୍ଟରେ ଏହି ମାମଲା ଏବେ ସ୍ଥଗିତ ରହିଛି। 

Advertisment

ଏହା ପ୍ରଥମ ଘଟଣା ନୁହେଁ, କପିଲ୍‌ ଆଇନ୍‌ କାନୁନ୍‌ ଛନ୍ଦରେ ପଡ଼ିବା। ଏହା ପୂର୍ବରୁ ମଧ୍ୟ ସେ ଆଇନ କାନୁନୀର ସାମ୍ନା କରିଛନ୍ତି। ଟିମ୍‌ ସହ କପିଲ ଏବେ କାନାଡାରେ ଶୋ’ କରୁଛନ୍ତି। ତାଙ୍କ ସହ କମେଡିଆନ୍‌ କୃଷ୍ଣା ଅଭିଷେକ, କିକୁ ଶାରଦା, ଚନ୍ଦନ ପ୍ରଭାକର, ସୁମୋନା ଚକ୍ରବର୍ତ୍ତୀ ଓ ରାଜୀବ ଠାକୁର ଅଛନ୍ତି। କୁହାଯାଉଛି ଯେ, ଜୁଲାଇ ଦ୍ୱିତୀୟ ସପ୍ତାହରେ ସେ ନ୍ୟୁୟର୍କ ପହଞ୍ଚିବେ। ଦେଖିବାକୁ ବାକି ରହିଲା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ସେ କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। 

Kapil Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ