Advertisment

ଭାଇରାଲ୍‌ ହେଉଛନ୍ତି କପିଲ୍ ଶର୍ମା; ଫଟୋ ଦେଖିଲେ ଚିହ୍ନି ପାରିବେ ନାହିଁ

ଏକ ଫ୍ୟାଶନ ଶୋ’ରେ ରାମ୍ପ୍‌ରେ ଚାଲିଛନ୍ତି କପିଲ୍ ଶର୍ମା। ଏଠି ବି ସେ କମେଡି କରିଛନ୍ତି। ତାଙ୍କ ଲୁକ୍ ଏତେ ବଦଳିଯାଇଛି ଯେ ସେ ଆହୁରି ଯୁବକ ଲାଗୁଛନ୍ତି, ତାଙ୍କୁ ଚିହ୍ନିବା ମୁସ୍କିଲ୍।

Kapil Sharma did ramp walk in a very funny way

Kapil Sharma did ramp walk in a very funny way

Advertisment

କପିଲ ଶର୍ମା ହେଉଛନ୍ତି ଭାରତର ଏକ ନମ୍ବର ହାସ୍ୟ ଅଭିନେତା। କପିଲଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ରହିଛି। ମାତ୍ର କିଛି ବର୍ଷ ମଧ୍ୟରେ କପିଲ ମନୋରଞ୍ଜନ ଜଗତରେ ଏମିତି ଜାଗା ହାସଲ କରିଛନ୍ତି, ଯେଉଁଠାରେ ପହଞ୍ଚିବା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ଥାଏ। କପିଲ ଶର୍ମା ଯାହା ବି କରନ୍ତି, ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏଥର ସେ ଏମିତି କିଛି କରିଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଏଥର କପିଲ ଶର୍ମା ଏକ ଫ୍ୟାଶନ ଶୋ’ରେ ରାମ୍ପ୍‌ରେ ଚାଲୁଥିବାର ନଜର ଆସିଛନ୍ତି। ରାମ୍ପ୍‌ରେ ଚାଲୁଥିବା ବେଳେ ସେ ଏମିତି କିଛି କରିଛନ୍ତି ଯାହାକୁ ଦେଖି ଲୋକେ ହସି ହସି ଗଡିଯାଉଛନ୍ତି। କପିଲ ଶର୍ମାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି।

କପିଲ ଶର୍ମାଙ୍କ ଏହି ଭିଡିଓ ବିରଲ୍ ଭୟାନୀଙ୍କ ଅଫିସିଆଲ୍ ଇନଷ୍ଟା ହ୍ୟାଣ୍ଡେଲ୍‌ରେ ଶେୟାର କରାଯାଇଛି। ଭିଡିଓରେ ଆପଣ ଦେଖିପାରିବେ ଯେ କପିଲ ଗୋଲ୍ଡେନ୍ ପ୍ରିଣ୍ଟର କଳା ରଙ୍ଗର ପ୍ୟାଣ୍ଟ୍‌ ପିନ୍ଧିଛନ୍ତି ଏବଂ ଏହା ଉପରେ ଏକ ଜ୍ୟାକେଟ୍। ସେ ରାମ୍ପ୍‌ରେ ଚାଲୁଥିବା ବେଳେ ମଞ୍ଚରେ କମେଡି କରୁଥିବା ନଜର ଆସନ୍ତି। କପିଲଙ୍କ କମେଡି ଦେଖି ଦର୍ଶକଙ୍କ ମେଳରେ ପଛରେ ଠିଆ ହୋଇଥିବା ମଡେଲ୍‌ମାନେ ମଧ୍ୟ ହସିବାକୁ ଲାଗିଲେ। କପିଲ ଶର୍ମାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ଲୋକ ତାଙ୍କୁ ରଣବୀର ସିଂଙ୍କ ଫ୍ୟାଶନ ସହିତ ତୁଳନା କରିବା ଆରମ୍ଭ କରିଛନ୍ତି।

Advertisment

ଏହି ଭିଡିଓ ଭାଇରାଲ ହେବା ମାତ୍ରେ ଲୋକଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ କରିଛି। ଏହି ପୋଷ୍ଟ୍‌ରେ ମନ୍ତବ୍ୟ ଦେଇ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ “କପିଲ ଗିନ୍ନୀଙ୍କର ପ୍ୟାଣ୍ଟ୍‌ ପିନ୍ଧି କାହିଁକି ଆସିଲେ?” ଅନ୍ୟ ଜଣେ ଲେଖିଛନ୍ତି। "ଏଠାରେ ବି କମେଡି। ରଣବୀର ସିଂହଙ୍କୁ କପି କରନ୍ତୁ ନାହିଁ"। ସେହିପରି ଆଉ ଲେଖିଛନ୍ତି, "ମତେ ଲାଗିଲା କରଣ ଜୋହର କେଉଁଠୁ ଚାଲିଆସିଲେ"। ପୋଷ୍ଟରେ ଏହିପରି ଅନେକ ମଜାଳିଆ ପ୍ରତିକ୍ରିୟା ଆସିଥିବା ଦେଖିବାକୁ ମିଳେ।

Advertisment

ତେବେ ଏହି ଫ୍ୟାସନ୍‌ ଶୋ’କୁ ଅନୁ ରଞ୍ଜନ ଆୟୋଜନ କରିଥିଲେ। ଏଥିରେ କପିଲ ଶର୍ମାଙ୍କ ନୂଆ ଲୁକ୍ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି। ସେ ପୂର୍ବ ଅପେକ୍ଷା ବହୁତ ଯୁବକ ଲାଗୁଛନ୍ତି। ଏହା ପୂର୍ବରୁ ମଧ୍ୟ କପିଲ୍ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ପରିବର୍ତ୍ତିତ ଲୁକ୍‌ର ଫଟୋ ଶେୟାର୍‌ କରିଥିଲେ। ଏହି ଫଟୋରେ ସେ ଏତେ ବଦଳିଯାଇଛନ୍ତି ଯେ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର। ଏହି ଫଟୋରେ ସେ କଳା ରଙ୍ଗର ଜୀନ୍ସ ସାଙ୍ଗକୁ ଟି-ସାର୍ଟ୍ ଓ ଧଳା ବ୍ଲେଜର୍ ପିନ୍ଧିଛନ୍ତି।

Kapil Sharma The Kapil Sharma Show
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ