Advertisment

କପିଲ ଦେବଙ୍କ ନୂଆ ଅବତାର

କ୍ରିକେଟ୍ ଜଗତର ମହାନାୟକ କପିଲ୍ ଦେବଙ୍କୁ ଦେଖିବାକୁ ମିଳିଛି ନୂଆ ରୂପରେ। ନିଜ ଚୁଟିକୁ ଏକ ଭିନ୍ନ ଷ୍ଟାଇଲ୍ ଦେଇ କପିଲ୍ କ୍ରିକେଟ୍ ପିଚ୍‌ରେ ନଜର ଆସିଛନ୍ତି। ଏକ ବିଜ୍ଞାପନ ପାଇଁ ସେ ଏଭଳି ହୋଇଥିବା ବେଳେ ପ୍ରଶଂସକମାନେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି। ଏହି ବିଜ୍ଞାପନରେ କପିଲ ଦେବ ବଲିଉଡ୍ ଷ୍ଟାର୍ ରଣବୀର ସିଂହଙ୍କ ଦ୍ୱାରା ପ୍ରେରିତ ହୋଇ ଏଭଳି କିଛି ଅଜବ ଫେସନ ସେନ୍ସରେ ନଜର ଆସିଛନ୍ତି। ଚକମକ ଗୋଲାପି ରଙ୍ଗର କ୍ରିକେଟ୍ ଜର୍ସିରୁ ନେଇ ଅଦ୍ଭୁତ ପୋଷାକ, ବିଚିତ୍ର ଚଷମାରେ କପିଲ ନିଜ ଭିତରର ରଣବୀରଙ୍କୁ ଦେଖାଉଛନ୍ତି।

Kapil Dev in new style

Kapil Dev in new style

Advertisment

ନୂଆଦିଲ୍ଲୀ : କ୍ରିକେଟ୍ ଜଗତର ମହାନାୟକ କପିଲ୍ ଦେବଙ୍କୁ ଦେଖିବାକୁ ମିଳିଛି ନୂଆ ରୂପରେ। ନିଜ ଚୁଟିକୁ ଏକ ଭିନ୍ନ ଷ୍ଟାଇଲ୍ ଦେଇ କପିଲ୍ କ୍ରିକେଟ୍ ପିଚ୍‌ରେ ନଜର ଆସିଛନ୍ତି। ଏକ ବିଜ୍ଞାପନ ପାଇଁ ସେ ଏଭଳି ହୋଇଥିବା ବେଳେ ପ୍ରଶଂସକମାନେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି। ଏହି ବିଜ୍ଞାପନରେ କପିଲ ଦେବ ବଲିଉଡ୍ ଷ୍ଟାର୍ ରଣବୀର ସିଂହଙ୍କ ଦ୍ୱାରା ପ୍ରେରିତ ହୋଇ ଏଭଳି କିଛି ଅଜବ ଫେସନ ସେନ୍ସରେ ନଜର ଆସିଛନ୍ତି। ଚକମକ ଗୋଲାପି ରଙ୍ଗର କ୍ରିକେଟ୍ ଜର୍ସିରୁ ନେଇ ଅଦ୍ଭୁତ ପୋଷାକ, ବିଚିତ୍ର ଚଷମାରେ କପିଲ ନିଜ ଭିତରର ରଣବୀରଙ୍କୁ ଦେଖାଉଛନ୍ତି। ତାଙ୍କୁ କ୍ରିକେଟ୍ ପିଚ୍‌ରେ ସ୍କର୍ଟ ଓ ଝଲମଲ ପୋଷାକରେ ଦେଖିବାକୁ ମିଳେ। ଏହି ବିଜ୍ଞାପନକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଥିବା ବେଳେ ଜମେଇକି ମିମ୍ସ ମଧ୍ୟ କରୁଛନ୍ତି।

Advertisment

ଏହି ବିଜ୍ଞାପନରୁ ଏଭଳି ଲାଗୁଛି ଯେ ରଣବୀର ସିଂହ ଯେମିତି ଫିଲ୍ମ ‘୮୩’ରେ ନିଜର ଅଭିନୟ କରିଛନ୍ତି ସେହିଭଳି ଭାବେ ଏହି ବିଜ୍ଞାପନରେ କପିଲ ଦେବ ରଣବୀରଙ୍କ ଭୂମିକା ନିଭାଉଛନ୍ତି। ୧୯୮୩ ୱାର୍ଲ୍ଡକପ ଉପରେ ଆଧାରିତ ଏହି ଫିଲ୍ମକୁ କବୀର ଖାନ୍ ଲେଖିଥିବା ବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏହି ଫିଲ୍ମ କପିଲ ଦେବ ଓ ଭାରତୀୟ ଟିମର ସଂଘର୍ଷ ଓ ବିଜୟ ଉପରେ ଆଧାରିତ। ଏଥିରେ ୧୯୮୩ରେ ଭାରତକୁ ପ୍ରଥମ ବିଶ୍ୱକପ ବିଜୟର କଥା କୁହାଯାଇଛି। ଏହି ଫିଲ୍ମରେ ରଣବୀର ସିଂହ କପିଲ୍ ଦେବଙ୍କ ଭୂମିକାରେ ନଜର ଆସୁଛନ୍ତି। ଏହି ଫିଲ୍ମର ଅନେକ ପୋଷ୍ଟର ରିଲିଜ୍ ହୋଇସାରିଛି।

Advertisment

ଫିଲ୍ମ ଭଳି କପିଲ ଦେବ ଏହି ବିଜ୍ଞାପନରେ ରଣବୀର ସିଂହକୁ ପରି ଅଜବ ପୋଷାକ ପିନ୍ଧି ପିଚ୍‌ରେ ନଜର ଆସିଛନ୍ତି। ଏହି ବିଜ୍ଞାପନ ଦେଖି ଲୋକେ କହୁଛନ୍ତି ଯେ ଯେତିତି ଫିଲ୍ମରେ ରଣବୀର ସିଂହ କପିଲ ଦେବଙ୍କ ରୂପରେ ଆସୁଛନ୍ତି ସେହିଭଳି କପିଲ ଦେବ ମଧ୍ୟ ରଣବୀରଙ୍କ ରୂପରେ ବହୁତ ଷ୍ଟାଇଲିସ ଲାଗୁଛନ୍ତି। ତେଣୁ କପିଲ ଦେବ ମଧ୍ୟ ରଣବୀରଙ୍କ ବାୟୋପିକ୍ କରିବା ଦରକାର। ସୋସିଆଲ୍ ମିଡିଆରେ ଏହି ବିଜ୍ଞାପନକୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ଆସିଛି।

ତେବେ ଏହି ଫିଲ୍ମରେ ସୁନୀଲ ଗାଭାସ୍କରଙ୍କ ଭୂମିକା ତାହିର ରାଜ୍ ଭସୀନ କରୁଛନ୍ତି। ସେହିଭଳି ମୋହିନ୍ଦର ଅମରନାଥଙ୍କ ଭୂମିକା ସାକିବ୍ ସଲୀମ୍, ବଲବୀର ସନ୍ଧୁ ଏମ୍ମୀ ୱିର୍କ, ସୟଦ କିରମାନୀ ସାହିଲ୍ ଖଟ୍ଟର୍, ସନ୍ଦୀପ ପାଟିଲ ଚିରାଗ ପାଟିଲ୍, ଦିଲ୍ଲୀପ ଭେଙ୍ଗସକର୍ ଆଦିନାଥ କୋଠାର୍, ରବି ଶାସ୍ତ୍ରୀ ଧୈର୍ଯ୍ୟ କରୱା, କୀର୍ତ୍ତି ଆଜାଦ ଦିନକର ଶର୍ମା, ଯଶପାଲ୍ ଶର୍ମା ଜତିନ୍ ସରନା, ମଦନ ଲାଲ୍ ହାର୍ଡି ସନ୍ଧୁ, ରୋଜର ବିନ୍ନୀ ନିଶାନ୍ତ ଦହିୟା, ସୁନୀଲ୍ ବଲ୍ସନ୍ ବଦ୍ରୀ ଓ କୋଚ୍ ପିଆର୍ ମାନ ସିଂହଙ୍କ ଭୂମିକାରେ ପଙ୍କଜ ତ୍ରିପାଠୀ ନଜର ଆସିବେ।

Advertisment

ରଣବୀର ସିଂହଙ୍କ ବାସ୍ତର ଜୀବନ ସାଥୀ ଦୀପିକା ପାଦୁକୋନ୍ ‘୮୩’ରେ କପିଲ୍ ଦେବଙ୍କ ପତ୍ନୀ ରୋମୀ ଦେବଙ୍କ ଭୂମିକାରେ ନଜର ଆସିବେ। ତେବେ କରୋନା ମହାମାରୀ କାରଣରୁ ଏହି ଫିଲ୍ମର ରିଲିଜ୍‌ ଘୁଞ୍ଚି ଚାଲିଛି। ଏପରି ଫିଲ୍ମକୁ ଓଟିଟିରେ ରିଲିଜ ହେବା ନେଇ ମଧ୍ୟ ଶୁଣାଯାଉଥିଲା। କିନ୍ତୁ ଯେତେବେଳେ ମହାରାଷ୍ଟ୍ର ସରକାର ପ୍ରେକ୍ଷାଳୟ ଖୋଲିବା ନେଇ ଅନୁମତି ଦେବା ନେଇ ନିଷ୍ପତ୍ତି ନେଲେ ନିର୍ମାତା ସମୟ ବିଳମ୍ବ ନ କରି ଏହାକୁ ଡିସେମ୍ବର ୨୪ କ୍ରିସ୍‌ମାସ ଅବସରରେ ରିଲିଜ୍ ପାଇଁ ଘୋଷଣା କରିଛନ୍ତି।

Cricket Kapil Dev Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ