Advertisment

'KGF ୨'କୁ କାଟିଲା 'କାନ୍ତାରା'; ହେଲା କନ୍ନଡ଼ର ଦ୍ୱିତୀୟ ସର୍ବାଧିକ ଆୟ ଚଳଚ୍ଚିତ୍ର

କନ୍ନଡର ନୂଆ ଫିଲ୍ମ 'କାନ୍ତାରା' ଦିନକୁ ଦିନ ନୂଆ ରେକର୍ଡ କରିଚାଲିଛି। ଏହାର ରୋଜଗାରରେ ବହୁତ ବଡ ସଫଳତା ମିଳିଛି। ଫିଲ୍ମ 'କେଜିଏଫ୍' କୁ ଅତିକ୍ରମ କରି ଏହା କନ୍ନଡ଼ର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରରେ ହୋଇପାରିଛି। ।

ଅଦ୍ୟତନ ହୋଇଛି
Kantara beats KGF

Kantara becomes second highest grossing kannada film

Advertisment

ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ଋଷବ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତାରା' ପ୍ରତିଦିନ ବକ୍ସ ଅଫିସରେ କିଛି ନା କିଛି ନୂଆ ରେକର୍ଡ ସୃଷ୍ଟି କରୁଛି। ରିଲିଜ୍ ହେବା ପରଠାରୁ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରି ଚାଲିଛି। ଲୋକମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି। ଏଭଳି ପରିସ୍ଥିତିରେ ଦିୱାଲୀ ଅବସରରେ ଖୁବ ଭଲ ପାଇବା ମିଳିଛି। ଏହାର ରୋଜଗାରରେ ବହୁତ ବଡ ସଫଳତା ମିଳିଛି।

Advertisment

'କାନ୍ତାରା' ବିଶ୍ୱ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ଦିୱାଲୀ ଅବସରରେ ୟଶଙ୍କ ଫିଲ୍ମ 'କେଜିଏଫ୍' କୁ ଅତିକ୍ରମ କରି ଏହା କନ୍ନଡ଼ର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରରେ ହୋଇପାରିଛି। ଏଥିରେ ସମସ୍ତ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି।

ଅଧିକ ପଢ଼ନ୍ତୁ: 'କାନ୍ତାରା' ଦେଖିବା ପରେ ଋଷଭ୍ ଶେଟ୍ଟୀଙ୍କୁ ସଲାମ୍ କଲେ କଙ୍ଗନା

ଋଷଭ ଶେଟ୍ଟୀଙ୍କ ଏହି ଫିଲ୍ମ ଭାରତରେ ୧୭୦ କୋଟି ଟଙ୍କା ବ୍ୟବସାୟ କରିଛି। ଏଥିସହିତ ଏହା ବିଦେଶରେ ୧୮ କୋଟି ଟଙ୍କା ରୋଜଗାର କରିଛି। ସାରା ବିଶ୍ୱର ରୋଜଗାରକୁ ଦେଖିଲେ ଏହା ୧୮୮ କୋଟି ରୋଜଗାର କରିବାରେ ସଫଳ ହୋଇଛି। ଏହି ରୋଜଗାର ଦେଖିଲେ ଏହା ଦ୍ୱିତୀୟ ବୃହତ୍ତମ କନ୍ନଡ ଚଳଚ୍ଚିତ୍ରରେ ପରିଣତ ହୋଇଛି। ଏପରିକି ଏହା ୟଶଙ୍କ 'କେଜିଏଫ୍'କୁ ମାତ ଦେଇଛି।

Advertisment

ଦିୱାଲୀ ଶେଷକୁ ଫିଲ୍ମର କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯଦି ଏହାର ରୋଜଗାର ଏହିଭଳି ବୃଦ୍ଧିପାର ତେବେ ନିଃସନ୍ଦେହ ଯେ ଖୁବ ଶୀଘ୍ର ଏହା ଏହା ୱାର୍ଲ୍ଡୱାଇଡ୍ ରୋଜଗାର ୨୦୦ କୋଟି ଲାଗିଯିବ। ବାଣିଜ୍ୟ ବିଶ୍ଳେଷକଙ୍କ କହିବାନୁସାରେ ଏହା ଚତୁର୍ଥ ସପ୍ତାହ ଶେଷ ଆଡକୁ ରୋଜଗାରରେ ୨୦୦ କୋଟି ଅତିକ୍ରମ କରିଯିବ।

ରିପୋର୍ଟ ଅନୁଯାୟୀ, 'କାନ୍ତାରା' କର୍ଣ୍ଣାଟକରେ ପ୍ରାୟ ୧୧୧ କୋଟି ବ୍ୟବସାୟ କରିଛି। ରିଲିଜ୍‌ର ଚତୁର୍ଥ ସପ୍ତାହ ଶେଷରେ ଏହା ୧୪ କୋଟି ରୋଜଗାର କରିଛି। କୁହାଯାଉଛି ଯେ ଏହାର ରୋଜଗାରର ଏହି ସଂଖ୍ୟା 'KGF ୨' ର ଦୁଇଗୁଣ ହୋଇଛି।

Advertisment

ଯଦି ଫିଲ୍ମର କାହାଣୀ ବିଷୟରେ ଆଲୋଚନା କରାଯାଏ, ତେବେ ଏଥିରେ ୧୮୪୭ ର କାହାଣୀ ଦେଖାଯାଇଛି। ଏଥିରେ କର୍ଣ୍ଣାଟକର ଏକ କାଳ୍ପନିକ ଗାଁକୁ ଚିତ୍ରିତ କରାଯାଇଛି। ଏଥିରେ ଥିବା ଆଞ୍ଚଳିକ ପରମ୍ପରାକୁ ସ୍ପଷ୍ଟ ବାରିହୋଇଯାଏ। ଲୋକଙ୍କ ଭାବନା ଏବଂ ନୂତନ ଯୁଗର ସମସ୍ୟା ଏହି ଚଳଚ୍ଚିତ୍ରରେ ଜଡିତ ହୋଇଛି।

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଋଷଭ ଶେଟ୍ଟୀ ଅଭିନୟ କରିଛନ୍ତି। ତାଙ୍କର ଦମଦାର ଅଭିନୟ ତାଙ୍କ ଚରିତ୍ରକୁ ଜୀବନ୍ତ କରିଛି। ଅଭିନେତାଙ୍କ କାମକୁ ଉଚ୍ଚ ପ୍ରଶଂସା କରାଯାଉଛି। ଏହା ୩୦ ସେପ୍ଟେମ୍ବରରେ କନ୍ନଡରେ ମୁକ୍ତିଲାଭ କରିଥିବାବେଳେ ତାମିଲ, ହିନ୍ଦୀ, ତେଲୁଗୁ ଏବଂ ମାଲାୟାଲମରେ ୧୪ ଅକ୍ଟୋବରରେ ମୁକ୍ତିଲାଭ କରିଥିଲା।

Bollywood KGF 2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ