Advertisment

ବୋଲ୍ଡ ଅବତାର ନେଇ ଟ୍ରୋଲ୍ ହେଲେ କଙ୍ଗନା; ଲୋକେ ମନେପକେଇଦେଲେ ସଂସ୍କୃତିର କଥା

ବଲିଉଡ୍‌ର ପଙ୍ଗା କ୍ୱିନ୍ କଙ୍ଗନା ରଣୱତ୍ ଆଜିକାଲି ପୂରା ଇଣ୍ଡଷ୍ଟ୍ରୀ ଓ ମହାରାଷ୍ଟ୍ର ସରକାର ସହ ପଙ୍ଗା ନେବା ପାଇଁ ଅନେଇ ବସିଛନ୍ତି। ତାଙ୍କର ରୋକଠୋକ କଥା ନେଇ ସେ ପ୍ରାୟ ସମୟରେ ବିବାଦ ଘେରକୁ ଆସିଥାନ୍ତି। କେତେବେଳେ ସରକାରଙ୍କୁ ନେଇ ଟାର୍ଗେଟ୍ କରନ୍ତି ତ ପୁଣି କେତେବେଳେ ସଂସ୍କୃତିର କଥା ଉଠାନ୍ତି। କଙ୍ଗନା ବର୍ତ୍ତମାନ ‘ଧାକଡ୍’ରେ ଧମାକା କରିବା ନେଇ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ଏହି ଫିଲ୍ମ ୨୦୨୨ରେ ରିଲିଜ୍ ହେବାର ଯୋଜନା ରହିଛି। ଏନେଇ ସେ ନିଜର ଫିଲ୍ମର ପ୍ରମୋଶନ ପାଇଁ ବାହାରିଛନ୍ତି। ଏହି ସମୟରେ ସେ ଯେଉଁ ଡ୍ରେସ୍ ପିନ୍ଧୁଥିଲେ ତାକୁ ନେଇ ଟ୍ରୋଲ୍‌ର ଶିକାର ହୋଇଛନ୍ତି।

Kangana Ranaut troll for wearing revealing dress

Kangana Ranaut troll for wearing revealing dress

Advertisment

ମୁମ୍ବାଇ: ବଲିଉଡ୍‌ର ପଙ୍ଗା କ୍ୱିନ୍ କଙ୍ଗନା ରଣୱତ୍ ଆଜିକାଲି ପୂରା ଇଣ୍ଡଷ୍ଟ୍ରୀ ଓ ମହାରାଷ୍ଟ୍ର ସରକାର ସହ ପଙ୍ଗା ନେବା ପାଇଁ ଅନେଇ ବସିଛନ୍ତି। ତାଙ୍କର ରୋକଠୋକ କଥା ନେଇ ସେ ପ୍ରାୟ ସମୟରେ ବିବାଦ ଘେରକୁ ଆସିଥାନ୍ତି। କେତେବେଳେ ସରକାରଙ୍କୁ ନେଇ ଟାର୍ଗେଟ୍ କରନ୍ତି ତ ପୁଣି କେତେବେଳେ ସଂସ୍କୃତିର କଥା ଉଠାନ୍ତି। ଏନେଇ ତାଙ୍କ ମତକୁ ନେଇ ପ୍ରାୟ ସମୟରେ ଚର୍ଚ୍ଚାରେ ରହୁଥିବା କଙ୍ଗନାଙ୍କ ଫିଲ୍ମ ‘ଥଲାଇଭୀ’ ପାଖାପାଖି ମାସେ ହେବ ରିଲିଜ୍ ହୋଇ ସାରିଛି। ଏହା ମଧ୍ୟ ଦର୍ଶକଙ୍କ ଖୁବ୍ ପ୍ରଶଂସା ସାଉଁଟୁଛି।

Advertisment
Kangana Ranaut troll for wearing revealing dressବୋଲ୍ଡ ଅବତାର ନେଇ ଟ୍ରୋଲ୍ ହେଲେ କଙ୍ଗନା

‘ଥଲାଇଭୀ’ ପରେ କଙ୍ଗନା ବର୍ତ୍ତମାନ ‘ଧାକଡ୍’ରେ ଧମାକା କରିବା ନେଇ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ଏହି ଫିଲ୍ମ ୨୦୨୨ରେ ରିଲିଜ୍ ହେବାର ଯୋଜନା ରହିଛି। ଏନେଇ ସେ ନିଜର ଫିଲ୍ମର ପ୍ରମୋଶନ ପାଇଁ ବାହାରିଛନ୍ତି। ଏହି ସମୟରେ ସେ ଯେଉଁ ଡ୍ରେସ୍ ପିନ୍ଧୁଥିଲେ ତାକୁ ନେଇ ଟ୍ରୋଲ୍‌ର ଶିକାର ହୋଇଛନ୍ତି।

Kangana Ranaut troll for wearing revealing dressବୋଲ୍ଡ ଅବତାର ନେଇ ଟ୍ରୋଲ୍ ହେଲେ କଙ୍ଗନା

ଫିଲ୍ମ ପ୍ରମୋଶନ ସମୟରେ କଙ୍ଗନା ରଣୱତ ଏକ ଡିପ୍ ନେକ୍ ନୀ-ଲେନ୍ଥ ଡ୍ରେସ୍ ପିନ୍ଧିଥିଲେ। ଏହା ସହିତ ତାଙ୍କ ଚୁଟିକୁ ପଛପଟେ ବାନ୍ଧିଥିଲେ। ଏଜି ଲୁକ୍‌ରେ ସେ ବୋଲ୍ଡ ଦେଖାଯାଉଥିଲେ ବି କ୍ୟୁଟ୍ ଲାଗୁଥିଲେ। କିନ୍ତୁ ଲୋକଙ୍କୁ କଙ୍ଗନାଙ୍କ ଏହି ବୋଲ୍ଡ ଅବତାର ପସନ୍ଦ ଆସି ନ ଥିବା ଜଣାଯାଏ। ପୂର୍ବରୁ କଙ୍ଗନା ଆଲିଆ ଭଟ୍ଟଙ୍କ ଏକ ବିଜ୍ଞାପନକୁ ସଂସ୍କୃତିର କଥା ଉଠେଇଥିଲେ। ତେବେ ଲୋକମାନେ କଙ୍ଗନାଙ୍କ ଏହି ବୋଲ୍ଡ ଅବତାରକୁ ନେଇ କମେଣ୍ଟ୍ କରିଥିବା ବେଳେ ତାଙ୍କୁ ସଂସ୍କୃତିର କଥାକୁ ମନେପକେଇ ଦେଇଛନ୍ତି। ଏହାପରେ ଏଭଳି ପୋଷାକ ନ ପିନ୍ଧିବା ନେଇ ଉପଦେଶ ମଧ୍ୟ ଦେଇଛନ୍ତି।

Advertisment
Kangana Ranaut troll for wearing revealing dressବୋଲ୍ଡ ଅବତାର ନେଇ ଟ୍ରୋଲ୍ ହେଲେ କଙ୍ଗନା

କଙ୍ଗନା ଯେତେବେଳେ ଏଭଳି ବୋଲ୍ଡନେସରେ ନିଜ ଫିଲ୍ମର ପ୍ରଚାର ଅଭିଯାନ ଚଳେଇଥିଲେ ତାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଲୋକେ ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

Advertisment
Kangana Ranaut troll for wearing revealing dressବୋଲ୍ଡ ଅବତାର ନେଇ ଟ୍ରୋଲ୍ ହେଲେ କଙ୍ଗନା

ତେବେ କଙ୍ଗନାଙ୍କ ଟ୍ରୋଲ୍ ହେବା ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ସେ ନିଜ ପୋଷାକକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି। ପୂର୍ବରୁ ଏକ ବ୍ରାଲେଟ୍ ପିନ୍ଧି ସେ ସୋସିଆଲ୍ ମିଡିଆରେ ଫଟୋ ଶେୟାର୍ କରିଥିଲେ। ଏହାକୁ ନେଇ ସେ ମଧ୍ୟ ଖୁବ୍ ଟ୍ରୋଲର ଶିକାର ହୋଇଥିଲେ। କିନ୍ତୁ ଏ ସବୁକୁ ସେ ଖାତିର ନ କରୁଥିବା ଦେଖାଯାଏ। କାରଣ ଟ୍ରୋଲ୍‌ର ଶିକାର ପରେ ମଧ୍ୟ ସେ ଗୋଟିଏ ପରେ ଗୋଟିଏ ବୋଲ୍ଡ ଫଟୋ ଶେୟାର କରି ଚାଲିଥିଲେ।

Kangana Ranaut in braletବ୍ରାଲେଟ୍‌ରେ କଙ୍ଗନା ରଣୱତ୍

ପ୍ରକାଶଥାଉ ଯେ କଙ୍ଗନା ଆଲିଆ ଭଟ୍ଟଙ୍କ ଏକ ବିଜ୍ଞାପନକୁ ନେଇ ଧର୍ମ ଓ ସଂସ୍କୃତିର କଥା ଉଠେଇ ଥିଲେ। ଏହି ବିଜ୍ଞାପନରେ ଆଲିଆ ପ୍ରାଚୀନ ସମୟରେ ଚାଲିଆସୁଥିବା 'କନ୍ୟାଦାନ' ପ୍ରଥା ଉପରେ ପ୍ରଶ୍ନ ଉଠାଇ ଏକ ନୂଆ ଦୃଷ୍ଟିକୋଣ ଦେବାକୁ ଚେଷ୍ଟା କରିଥିଲେ। ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ବିଜ୍ଞାପନ ଏକ ବ୍ରାଇଡାଲ ୱିଅର୍ ବ୍ରାଣ୍ଡ୍‌ ପାଇଁ ଏବଂ ଆଲିଆଙ୍କୁ ଏଥିରେ କନ୍ୟା ରୂପରେ ଦେଖାଯାଇଥିଲା।

Kangana Ranaut troll for wearing revealing dressବୋଲ୍ଡ ଅବତାର ନେଇ ଟ୍ରୋଲ୍ ହେଲେ କଙ୍ଗନା

ବିଜ୍ଞାପନରେ ନିଜର ବିଚାରକୁ ଶେୟାର କରି କଙ୍ଗନା ରଣୱତ ଆଲିଆ ଭଟ୍ଟ ଏବଂ ବ୍ରାଣ୍ଡ୍‌କୁ ଟାର୍ଗେଟ୍ କରିଥିଲେ। କଙ୍ଗନା କହିଥିଲେ ଯେ ଏହି ବିଜ୍ଞାପନ ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ଏବଂ ଧର୍ମ ଓ ସଂଖ୍ୟାଲଘୁ ରାଜନୀତିର ଫାଇଦା ଉଠାଇବା ପାଇଁ ଏକ ପ୍ରୟାସ। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଥିଲେ, “ସମସ୍ତ ବ୍ରାଣ୍ଡ୍‌କୁ ନମ୍ର ଅନୁରୋଧ... ନିଜ ଜିନିଷ ବିକ୍ରି ପାଇଁ ଧର୍ମ, ସଂଖ୍ୟାଲଘୁ, ସଂଖ୍ୟାଗରିଷ୍ଠ ରାଜନୀତିକୁ ବ୍ୟବହାର କରନ୍ତୁ ନାହିଁ।

Kangana Ranaut Bollywood Panga Queen Troll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ