Advertisment

କଙ୍ଗନା ରଣୱତ ହେବେ ମାତା ସୀତା

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଏବଂ ୪ ଥର ରାଷ୍ଟ୍ରୀୟ ପୁରଷ୍କାର ଜିତିଥିବା କଙ୍ଗନା ରଣୱତ ପର୍ଦାରେ ଜୟଲଳିତାଙ୍କ ଭୂମିକା ନିଭେଇବା ପରେ ବର୍ତ୍ତମାନ ଆଉ ଏକ ବଡ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। କଙ୍ଗନା ବର୍ତ୍ତମାନ ଏପିକ୍ ଡ୍ରାମା ‘ଦ ଇନ୍‌କାର୍‌ନେସନ୍‌-ସୀତା’ ରେ ମୁଖ୍ୟ ଭୂମିକା କରିବାକୁ ଯାଉଥିବା ବେଳେ ସେ ଏଥିରେ ସୀତା ଭୂମିକାରେ ନଜର ଆସିବେ। ଅଫିସିଆଲି ଏହାର ଘୋଷଣା କରାଯାଇଛି।

Kangana Ranaut

Kangana Ranaut

Advertisment

ନୂଆଦିଲ୍ଲୀ : ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଏବଂ ୪ ଥର ରାଷ୍ଟ୍ରୀୟ ପୁରଷ୍କାର ଜିତିଥିବା କଙ୍ଗନା ରଣୱତ ପର୍ଦାରେ ଜୟଲଳିତାଙ୍କ ଭୂମିକା ନିଭେଇବା ପରେ ବର୍ତ୍ତମାନ ଆଉ ଏକ ବଡ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। କଙ୍ଗନା ବର୍ତ୍ତମାନ ଏପିକ୍ ଡ୍ରାମା ‘ଦ ଇନ୍‌କାର୍‌ନେସନ୍‌-ସୀତା’ ରେ ମୁଖ୍ୟ ଭୂମିକା କରିବାକୁ ଯାଉଥିବା ବେଳେ ସେ ଏଥିରେ ସୀତା ଭୂମିକାରେ ନଜର ଆସିବେ। ଅଫିସିଆଲି ଏହାର ଘୋଷଣା କରାଯାଇଛି। କିଛି ଦିନ ପୂର୍ବରୁ ଏହି ପ୍ରୋଜେକ୍ଟରେ ମୁଖ୍ୟ ଭୂମିକା ନିଭେଇବା ପାଇଁ କରୀନା କପୁରଙ୍କ ନାମ ଆସିଥିଲା। ସେତେବେଳେ କୁହାଯାଉଥିଲା ଯେ କରୀନା ଏହି ରୋଲ୍ କରିବା ନେଇ ମୋଟା ଅଙ୍କର ଫିସ୍ ଦାବି କରିଥିଲେ।

Advertisment
Kangana Ranautକଙ୍ଗନା ରଣୱତ

‘ଥଲାଇବୀ’ ପରେ ‘ସୀତା’ କଙ୍ଗନାଙ୍କର ଆଉ ଏକ ଭାରତୀୟ ସଂସ୍କୃତି ଧର୍ମୀ ଫିଲ୍ମ ହେବ। ଅଲୌକିକ ଦେସାଈ ‘ସୀତା’ର ନିର୍ଦେଶନା ଦେବେ। ବିଜେନ୍ଦ୍ର ପ୍ରସାଦ ଏହି ଫିଲ୍ମକୁ ଲେଖିଛନ୍ତି। ଅନେକ ନାମ ଆସିବା ପରେ ବର୍ତ୍ତମାନ ନିର୍ମାତା କଙ୍ଗନା ରଣୱତଙ୍କ ନାମରେ ମୋହର ମାରିଛନ୍ତି। ସେହିଭଳି କଙ୍ଗନା ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଖବରକୁ ନିଶ୍ଚିତ କରିଛନ୍ତି।

Kangana Ranautକଙ୍ଗନା ରଣୱତ
Advertisment

ଏସ୍‌ଏସ୍‌ ଷ୍ଟୁଡିଓର ପ୍ରଯୋଜକ ସଲୋନୀ ଶର୍ମା କହିଛନ୍ତି ଯେ “ଜଣେ ମହିଳା ହିସାବରେ କଙ୍ଗନାଙ୍କୁ ଏହି ଫିଲ୍ମରେ ସ୍ୱାଗତ କରିବା ନେଇ ମୋ ଠାରୁ ଆଉ କେହି ବେଶି ଖୁସି ନାହାନ୍ତି। କଙ୍ଗନାଙ୍କ ପାଖରେ ଅସଲି ଭାରତୀୟ ମହିଳାଙ୍କ ସବୁ ଗୁଣ ଅଛି। ସେ ନିର୍ଭୟ, ବାହାଦୂର୍ ଓ ଖୋଲା ହୃଦୟର ଲୋକ।”

କଙ୍ଗନା ବର୍ତ୍ତମାନ ବଲିଉଡର ଜଣେ ବ୍ୟସ୍ତବହୁଳ ଅଭିନେତ୍ରୀ। ତାଙ୍କ ସିନେମା ‘ଥଲାଇବୀ’ ବର୍ତ୍ତମାନ ରିଲିଜ୍ ହୋଇ ସାରିଛି। ବର୍ତ୍ତମାନ ଏହି ଅଭିନେତ୍ରୀ ‘ଧାକଡ’ ଓ ‘ତେଜସ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

Advertisment
Kangana Ranaut Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ