Advertisment

'ଧାକଡ୍'ରୁ କଙ୍ଗନା ରାଣାୱତଙ୍କ ଜବରଦସ୍ତ ଲୁକ୍ ଭାଇରାଲ୍

ବଲିଉଡର 'ପଙ୍ଗା ଗର୍ଲ' ନାମରେ ପରିଚିତ କଙ୍ଗନା ରାଣାୱତ ଆଜିକାଲି ତାଙ୍କର ଲୋକପ୍ରିୟ ସ୍ପାଇ ଥ୍ରୀଲର୍‌ ଫିଲ୍ମ 'ଧାକଡ୍'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଅର୍ଜୁନ ରାମପାଲ ଓ ଦିବ୍ୟା ଦତ୍ତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଜନୀଶ ଘାଇ। ନିକଟରେ କଙ୍ଗନା ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ, କଙ୍ଗନା ସବୁଠୁ ବିପଜ୍ଜନକ ଦୃଶ୍ୟରେ ଦେଖିବାକୁ ମିଳିଛି।

'ଧାକଡ୍'ରୁ କଙ୍ଗନା ରାଣାୱତଙ୍କ ଜବରଦସ୍ତ ଲୁକ୍ ଭାଇରାଲ୍

Kangana Ranaut

Advertisment

ମୁମ୍ବାଇ : ବଲିଉଡର 'ପଙ୍ଗା ଗର୍ଲ' ନାମରେ ପରିଚିତ କଙ୍ଗନା ରାଣାୱତ ଆଜିକାଲି ତାଙ୍କର ଲୋକପ୍ରିୟ ସ୍ପାଇ ଥ୍ରୀଲର୍‌ ଫିଲ୍ମ 'ଧାକଡ୍'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଅର୍ଜୁନ ରାମପାଲ ଓ ଦିବ୍ୟା ଦତ୍ତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଜନୀଶ ଘାଇ। ନିକଟରେ କଙ୍ଗନା ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ, କଙ୍ଗନା ସବୁଠୁ ବିପଜ୍ଜନକ ଦୃଶ୍ୟରେ ଦେଖିବାକୁ ମିଳିଛି।

Advertisment

ତେବେ ସେ ସେୟାର କରିଥିବା ଏହି ଫଟୋ ଏବେର ନୁହେଁ ବରଂ ଯେତେବେଳେ କଙ୍ଗନା ରାଣାୱତ 'ଧାକଡ' ପାଇଁ ସୁଟିଂ କରୁଥିଲେ ସେ ସମୟର। କଙ୍ଗନା ଏହି ଫଟୋକୁ ସେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ସୁଟିଂ ଶେଷ ପର୍ଯ୍ୟାୟରେ ଅଛି, ଫିଲ୍ମର ସୁଟିଂ ଶେଷ ହେବା ପରେ ମଧ୍ୟ ଏହି ଚରିତ୍ର ମୋ ଭିତରେ ଜୀବନ୍ତ ରହିବ। #ଅଗ୍ନି #ଧାକଡ୍‌।” କଙ୍ଗନାଙ୍କ ଏହି ଫଟୋକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ପ୍ରକାଶଥାଉ ଯେ ରଜନୀଶ ରଜୀ ଘାଇଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କଙ୍ଗନା ଏଜେଣ୍ଟ ଅଗ୍ନି ଭୂମିକାରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅକ୍ଟୋବରରେ ମୁକ୍ତିଲାଭ କରିବ।

Advertisment

କଙ୍ଗନା ରାଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଥଲାଇଭି'କୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରର ଟ୍ରେଲର ଦେଖିବା ପରେ ହିଁ ଏହାକୁ ନେଇ ଉତ୍ସାହ ବଢିଯାଇଛି। କଙ୍ଗନାଙ୍କ ଏହି ଫିଲ୍ମ ଗୋଟିଏ ଦିନ ପୂର୍ବରୁ ସେନ୍ସର ବୋର୍ଡରୁ 'ୟୁ' ସାର୍ଟିଫିକେଟ୍ ପାଇଛି। କଙ୍ଗନାଙ୍କ ଏହି ଚଳଚ୍ଚିତ୍ରଟି ଏପ୍ରିଲ୍ ୨୩ରେ ରିଲିଜ୍ ହେବାର ଥିଲା, କିନ୍ତୁ ମହାମାରୀ ପରିସ୍ଥିତି ଯୋଗୁଁ ଏହାର ରିଲିଜ୍ ସ୍ଥଗିତ ରଖାଯାଇଥିଲା। ଏହା ବ୍ୟତୀତ କଙ୍ଗନା 'ତେଜସ୍' ଏବଂ 'ଧାକଡ୍'ରେ କାମ କରୁଛନ୍ତି।

ଏହା ସହିତ ଯଦି ଗଣମାଧ୍ୟମ ରିପୋର୍ଟକୁ ଧରଯାଏ, ତେବେ କଙ୍ଗନା ରାଣାୱତ୍‌ ଟେମ୍ପ୍ଟେସନ୍ ଆଇଲାଣ୍ଡ୍‌ ଶୋ’ର ଭାରତୀୟ ଆଡାପ୍ଟେସନ୍ ସହିତ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଏହି ଶୋ’ ପାଇଁ ସାଇନ କରି ସାରିଛନ୍ତି। ଖୁବ୍ ଶୀଘ୍ର ଏହାର ସୁଟିଂ ମଧ୍ୟ ଆରମ୍ଭ ହେବ। ପ୍ରାପ୍ତ ସୂଚନା ଅନୁଯାୟୀ, ଟେମ୍ପ୍ଟେସନ୍ ଆଇଲାଣ୍ଡ୍‌ ଶୋ’ରେ ଡବଲ୍ ଓ ସିଙ୍ଗଲ୍‌ ଅଂଶଗ୍ରହଣର ସୁଯୋଗ ରହିଛି। ଏହି ଶୋ’ ବେଳେ, ପାର୍ଟନରର ରିଲେସନ୍ ଓ କନେକ୍ସନକୁ ଟେଷ୍ଟ୍ କରାଯାଏ। ଏହି ପରିପ୍ରେକ୍ଷୀରେ ଜଣେ ହୋଷ୍ଟ୍‌ ଭାବରେ, କଙ୍ଗନାଙ୍କର ଏକ ଭିନ୍ନ ଅବତାର ପ୍ରଶଂସକମାନେ ଦେଖିବାକୁ ପାଇବେ।

Advertisment
Kangana Ranaut Bollywood Dhaakad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ