Advertisment

ସଂଘର୍ଷର ରାଣୀ କଙ୍ଗନା : ପାଉଁରୁଟି ଓ ଆଚାର ଖାଇ ଶିଖୁଥିଲେ ଅଭିନୟ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବଲିଉଡ୍ ରାଣୀ କଙ୍ଗନା ରାଣାୱତ୍। ସବୁବେଳେ ବିବାଦରେ ରହୁଥିବା ଏହି ଅଭିନେତ୍ରୀଙ୍କ ଜୀବନ ଯାତ୍ରା ସଂଘର୍ଷରେ ଥିଲା ପରିପୂର୍ଣ୍ଣ। ଗ୍ଲାମର ଦୁନିଆରେ ନିଜ ଭବିଷ୍ୟତର ସ୍ୱପ୍ନ ଦେଖି ମାତ୍ର ୧୬ ବର୍ଷରେ ଛାଡିଥିଲେ ଘର। ଝିଅର ପଥଭ୍ରଷ୍ଟ ଦେଖି ଘର ଲୋକ କରିଦେଲେ ପର। ନିଜ ସ୍ୱପ୍ନକୁ ସାକାର କରିବାକୁ ଜୀବନକୁ କଷ୍ଟରେ ଜୀଇବାକୁ ପଡିଲା। ବଞ୍ଚିବା ପାଇଁ ଖାଇବାକୁ ପଡିଲା ପାଉଁରୁଟି ଆଉ ଆଚାର। ତେବେ ଆସନ୍ତୁ ଜାଣିନେବା କିପରି ଥିଲା ଏହି ଅଭିନେତ୍ରୀଙ୍କ ଜୀବନ ଯାତ୍ରା

ଅଦ୍ୟତନ ହୋଇଛି
Kangana Ranaut received Padma Shri award

Kangana Ranaut received Padma Shri award

Advertisment

ବଲିଉଡ୍‌ର ପଙ୍ଗା ଗାର୍ଲଭାବେ ପରିଚିତ କଙ୍ଗନା ରାଣାୱତଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ। କଙ୍ଗନାଙ୍କ ବ୍ୟତୀତ ଗାୟକ ଅଦନାନ ସାମୀଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। ମହାମହୀମ ରାଷ୍ଟ୍ରପତି ରାମନାଥ କୋଭିନ୍ଧ କଙ୍ଗନା ରାଣାୱତଙ୍କୁ ପ୍ରସସ୍ତୀ ପତ୍ର ଓ ପଦ୍ମଶ୍ରୀ ସମ୍ମାନ ଦେଇ ସମ୍ମାନୀତ କରିଛନ୍ତି। ସମ୍ମାନ ଗ୍ରହଣ ସମୟରେ କଙ୍ଗନା ଏକ ସିଲ୍କ ଶାଢୀ ସହିତ କାନରେ ବଡ ବଡ କାନର ପିନ୍ଧିଥିଲେ ଓ ଚୁଟିକୁ ପଛପଟେ ଖୋସା କରି ବାନ୍ଧିଥିଲେ। ଏହି ବେଶରେ ସେ ଖାଣ୍ଟି ଭାରତୀୟ ଭଳି ଚମକୁଥିଲେ।

Advertisment
Kangana Ranaut received Padma Shree awardପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଉଛନ୍ତି କଙ୍ଗନା ରାଣାୱତ୍

ସମ୍ମାନ ଗ୍ରହଣ ସମୟରେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ସମସ୍ତଙ୍କୁ କଙ୍ଗନା ଅଭିବାଦନ ଜଣେଇଥିଲେ। କଙ୍ଗନାଙ୍କ ଏହି ସମ୍ମାନ ତାଙ୍କ ଭଉଣୀଙ୍କୁ ମଧ୍ୟ ବହୁତ ଆନନ୍ଦ ଦେଇଛି। ସେ ଏହି ଉତ୍ସବରେ ଉପସ୍ଥିତ ଥିବା ବେଳେ କଙ୍ଗନାଙ୍କୁ ସମ୍ମାନୀତ କରାଯିବା ବେଳେ ସେ ଖୁସିରେ ତାଳି ମାରିଥିଲେ।

ପଦ୍ମଶ୍ରୀ ସମ୍ମାନକୁ ନେଇ କଙ୍ଗନା କହିଛନ୍ତି ଯେ “ମୁ ବହୁତ ଖୁସୀ ଓ ମୁଁ ବହୁତ ସମ୍ମାନୀତ ଅନୁଭବ କରୁଛି। ଏହି ସମ୍ମାନ ନେଇ ମୁଁ ମୋ ଦେଶକୁ ଧନ୍ୟବାଦ ଦେଉଛି ଏବଂ ଏହି ସମ୍ମାନକୁ ମୁଁ ସେହି ସବୁ ମହିଳାଙ୍କୁ ସମର୍ପିତ କରୁଛି ଯେଉଁମାନେ ସ୍ୱପ୍ନ ଦେଖୁଛନ୍ତି ଓ ସାହସ ବାନ୍ଧିଛନ୍ତି। ସବୁ ଝିଅ, ସବୁ ମା ଓ ସେହି ମହିଳାଙ୍କ ସ୍ୱପ୍ନ ପାଇଁ ଯିଏ ଆମ ଦେଶର ଭବିଷ୍ୟତକୁ ଆକାର ଦେବେ।”

Advertisment

ପଦ୍ମଶ୍ରୀ ସମ୍ମାନର ଖୁସୀକୁ ସେ ତାଙ୍କ ପ୍ରଶଂସକଙ୍କ ଶେୟାର କରିଛନ୍ତି। ଖାଲି ପଦ୍ମଶ୍ରୀ ସମ୍ମାନ ନୁହେଁ ତାଙ୍କୁ ଆଜି ଆଉ ଏକ ଖୁସୀ ମଧ୍ୟ ମିଳିଛି। ସେ ଆଜି ପ୍ରଯୋଜକ ଦୁନିଆରେ ପାଦ ରଖିଥିବା ନେଇ ମଧ୍ୟ ଖୁସୀ ବ୍ୟକ୍ତ କରିଛନ୍ତି। କଙ୍ଗନା ତାଙ୍କର ପ୍ରଥମ ଫିଲ୍ମ ‘ଟିକୁ ୱେଡ୍ସ ଶେରୁ’ର ପୋଷ୍ଟର ଶେୟାର କରି ଲେଖିଛନ୍ତି ଯେ “ଯେଉଁ ଦିନ ମୁଁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରୁଛି ସେହିଦିନ ମୁଁ ମୋର ପ୍ରଯୋଜନା କ୍ଷେତ୍ରରେ ବି ପାଦ ଦେଇଛି। ମୋ ପ୍ରଡକ୍ସନ ମଣିକର୍ଣ୍ଣିକା ଫିଲ୍ସ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନରରେ ନିର୍ମିତ ‘ଟିକୁ ୱେଡ୍ସ ଶେରୁ’ର ପ୍ରଥମ ପୋଷ୍ଟର ସର୍ବପ୍ରଥମେ ଆପଣଙ୍କ ସହ ଶେୟାର କରୁଛି। ଆଶା କରୁଛି ଏହା ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଏହାର ସୁଟିଂ ଆରମ୍ଭ ହୋଇଯାଇଛି। ଖୁବ୍ ଶୀଘ୍ର ଏହା ପ୍ରେକ୍ଷାଳୟକୁ ଆସିଯିବ।”

Advertisment
Kangana in bold lookବୋଲ୍ଡ ଅବତାରରେ କଙ୍ଗନା ରାଣାୱତ୍

ଯଦିବି ଆମେ କଙ୍ଗନାଙ୍କ ବାସ୍ତବ ଜୀବନ ଦେଖିବା ତେବେ ଏହା ମଧ୍ୟ କୌଣସି ଏକ ଫିଲ୍ମ ଠାରୁ କମ ନୁହେଁ। ପାଠ ପଢିବା ଦିନରୁ ତାଙ୍କ ଜୀବନ ସଂଘର୍ଷର ବଳୟ ଭିତରେ ଚାଲୁଥିବା ବେଳେ ଏବେ ବି ତାଙ୍କ ଜୀବନ ଅନେକ ବାଦ ବିବାଦ ଭିତରେ ଗତି କରୁଥିବା ଦେଖାଯାଏ।

କଙ୍ଗନା ରାଣାୱତଙ୍କ ଜନ୍ମ ୧୯୮୬ ମସିହା ମାର୍ଚ୍ଚ ୨୩ ତାରିଖରେ ହିମାଚଳ ପ୍ରଦେଶର ଭାଂଭଲାରେ ଏକ ରାଜପୁତ ପରିବାରରେ ହୋଇଥିଲା। ସେ ତାଙ୍କ ପ୍ରାଥମିକ ଶିକ୍ଷା ଚଣ୍ଡିଗଡର ଡିଏଭି ସ୍କୁଲରୁ ଆରମ୍ଭ କରିଥିଲେ। ୧୬ ବର୍ଷ ବୟସରେ ଦ୍ୱାଦଶ ଶିକ୍ଷା ପରେ ସେ ଘର ଛାଡି ପଳେଇଥିଲେ। ତାଙ୍କର ଇଛା ଥିଲା ସେ ଜଣେ ମଡେଲ୍ ହେବେ ବୋଲି। ଏନେଇ ସେ ଚଣ୍ଡିଗଡରୁ ଦିଲ୍ଲୀ ପଳେଇ ଆସିଥିଲେ।

କଙ୍ଗନା ରାଣାୱତଙ୍କ ମା’ ପେଶାରେ ଜଣେ ଶିକ୍ଷୟିତ୍ରୀ। ତେଣୁ ତାଙ୍କ ଘରର ପରିବେଶ ପଢା-ଲେଖାର ଥିଲା। ତାଙ୍କ ବାପା ମା’ କଙ୍ଗନାଙ୍କୁ ଜଣେ ଡାକ୍ତରଭାବେ ଦେଖିବାକୁ ଚାହୁଁଥିଲେ। କଙ୍ଗନା ତାଙ୍କ ପିତାମାତାଙ୍କ ଅନୁସାରେ ଡାକ୍ତର ହେବା ନେଇ ମଧ୍ୟ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । କିନ୍ତୁ ଦ୍ୱାଦଶ ଶ୍ରେଣୀରେ ଏକ ମାସିକିଆ ପରୀକ୍ଷାରେ ରସାୟନ ବିଜ୍ଞାନରେ ଫେଲ୍‌ ହେଇଯିବାପରେ ସେ ଆଉ ସର୍ବଭାରତୀୟ ମେଡିକାଲ୍‌ ପରୀକ୍ଷା ପାଇଁ ପଢ଼ି ନ ଥିଲେ । ସେ ଗ୍ଲାମର ଦୁନିଆର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ।

Kangana in open coatଖୋଲା କୋଟ୍‌ରେ କଙ୍ଗନା ରାଣାୱତ୍

ଘରେ କିନ୍ତୁ ତାଙ୍କୁ ପାଠ ପଢିବା ନେଇ ବାଧ୍ୟ କରିଥିଲେ ମଧ୍ୟ କଙ୍ଗନା ଗ୍ଲାମର ଦୁନିଆ ଛଡା ଆଉ କୌଣସି କ୍ଷେତ୍ରକୁ ଯିବା ନେଇ ପ୍ରସ୍ତୁତ ନ ଥିଲେ। ଏ କଥା ଜାଣିବା ପରେ ତାଙ୍କ ମା’ ମଧ୍ୟ ତାଙ୍କ ବାହାଘର କରିଦେବା ନେଇ ପ୍ରସ୍ତୁତ ହୋଇଯାଇଥିଲେ। ବିବାହର ଭୟରେ କଙ୍ଗନା ମାତ୍ର ୧୬ ବର୍ଷରେ ଘର ଛାଡି ଦିଲ୍ଲୀର ଏକ ମେଡେଲିଂ ଏଜେନ୍ସୀରେ ଯୋଗ ଦେଇଥିଲେ।

ମେଡିକାଲ ପାଇଁ ପ୍ରସ୍ତୁତି ନ ହେବାରୁ ତାଙ୍କ ବାପା ମଧ୍ୟ ତାଙ୍କୁ ବିରୋଧ କରିବା ସ‌ହ ତାଙ୍କର ଏହି ଦିଗ‌ହୀନ ଭବିଷ୍ୟତକୁ ଦେଖି ଟଙ୍କା ଦେବା ବନ୍ଦ କରିଦେଲେ। ସେତେବେଳେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ସେ ଭଲ ଇଂରାଜୀ ଜାଣି ନ ଥିବାରୁ ତାଙ୍କର ଅନେକ ମଜ୍ଜା ମଧ୍ୟ ଉଡାଯାଉଥିଲା।

ଦିଲ୍ଲୀରେ ରହିବା ପରେ କଙ୍ଗନା ଏଲାଇଟ୍ ମଡେଲ୍‌ ସଂସ୍ଥାରେ ଯୋଗ ଦେଇଥିଲେ ଏବଂ ସେଠାରେ ମଡେଲ ଭାବରେ କାର୍ଯ୍ୟ କରିଥିଲେ ।୍ପରେ ପରେ ସେ ବିଭିନ୍ନ ମଡେଲିଂର କାମ ହାତକୁ ନେଇଥିଲେ। କିଛି ଦିନ ଏହି କ୍ଷେତ୍ରରେ ରହିବା ପରେ ଧିରେ ଧିରେ ସେ ଏସବୁକୁ ନାପସନ୍ଦ କରିଥିଲେ ଏବଂ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ।

Kangana Ranaut received Padma Shree awardସଂଘର୍ଷର ରାଣୀ କଙ୍ଗନା ରାଣାୱତ୍

ଅଭିନୟ ଶିକ୍ଷା ପାଇଁ କଙ୍ଗନା ଅସ୍ମିତା ନାଟ୍ୟସଂସ୍ଥାରେ ଯୋଗଦେଇଥିଲେ, ଯେଉଁଠି ସେ ମଞ୍ଚ ନିର୍ଦ୍ଦେଶକ ଅରବିନ୍ଦ ଗୌରଙ୍କର ତ‌ତ୍ୱାବଧାନରେ ଅଭିନୟ ଶିକ୍ଷା କରିଥିଲେ । ସେ ଅରବିନ୍ଦଙ୍କ ନାଟ୍ୟସଂସ୍ଥାରେ ବିଭିନ୍ନ ନାଟକରେ ଅଭିନୟ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କଙ୍ଗନାଙ୍କ ଏକ ନାଟକ ଅନୁଷ୍ଠିତ ହେବାକୁ ଥିଲା। ଏହି ସମୟରେ ଜଣେ ପୁରୁଷ ଅଭିନେତାଙ୍କ ଅନୁପସ୍ଥିତି ଦେଖାଦେଲା। କଙ୍ଗନା ଏହି ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରିଥିଲେ। ସେ ନିଜେ ତାଙ୍କ ମୂଳ ନାରୀ ଚରିତ୍ର ସ‌ହ ସେହି ପୁରୁଷ ଚରିତ୍ରରେ ମଧ୍ୟ ଅଭିନୟ କରିଥିଲେ ।

ମଞ୍ଚ ନାଟକରେ ଦର୍ଶକଙ୍କର ସକାରାତ୍ମକ ମତାମତ କଙ୍ଗନାଙ୍କୁ ଚଳଚ୍ଚିତ୍ରରେ ଅଭିନୟ ପାଇଁ ପ୍ରେରିତ କରିଥିଲା। ନିଜର ପରବର୍ତ୍ତି ସ୍ୱପ୍ନକୁ ବଲିଉଡରେ ସାକାର କରିବା ନେଇ ସେ ମୁମ୍ବାଇ ଚାଲିଆସିଥିଲେ। ଏଠି ସେ ଆଶା ଚନ୍ଦ୍ରଙ୍କର ଡ୍ରାମା ସ୍କୁଲ୍‌ରେ ଚାରିମାସ ପାଇଁ ଅଭିନୟ ଶିଖିଥିଲେ।

ଏହି ଦିନଗୁଡିକରେ କଙ୍ଗନାଙ୍କ ପାଖରେ ଅର୍ଥର ଘୋର ଅଭାବ ଦେଖାଦେଇଥିଲା। ସେ କେବଳ ପାଉଁରୁଟି ଓ ଆଚାର ଖାଇ ରହୁଥିଲେ। ଶପଥ ନେଇଥିଲେ ଯେତେ ଅସୁବିଧା ଆସିଲେ ବି ଘର ଲୋକଙ୍କ ଠାରୁ ସାହାଯ୍ୟ ମାଗିବେ ନାହିଁ। କଙ୍ଗନାଙ୍କର ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ ନିଷ୍ପତ୍ତିକୁ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ପସନ୍ଦ କରୁ ନଥିବାରୁ ସେମାନେ କିଛିବର୍ଷ ପର୍ଯ୍ୟନ୍ତ କଙ୍ଗନାଙ୍କ ସ‌ହ ସମ୍ପର୍କ ମଧ୍ୟ ରଖିନଥିଲେ । ୨୦୦୭ରେ କଙ୍ଗନାଙ୍କ ଅଭିନୀତ ଚଳଚ୍ଚିତ୍ର ‌ଲାଇଫ୍‌ ଇନ୍ ଏ ମେଟ୍ରୋ‌ର ସଫଳତା ପରେ ସେମାନେ କଙ୍ଗନାକୁ ପୁଣିଥରେ ଆପଣେଇଥିଲେ।

Kangana in modeling daysମଡେଲିଂ ଦିନରେ କଙ୍ଗନା

୨୦୦୪ରେ କଙ୍ଗନାଙ୍କୁ ହିନ୍ଦୀ ଚଳଚ୍ଚିତ୍ର ‌ ‘ଆଇ ଲଭ୍ ୟୁ ବସ୍‌‌’ରେ ମୁଖ୍ୟ ନାୟିକା ଭାବରେ ଚୁକ୍ତିକରାଯାଇଥିଲା ମାତ୍ର ସେତେବେଳେ କଙ୍ଗନା ଖୁବ୍ କମ ବୟସର ଥିବାରୁ ପ୍ରଯୋଜକ ତାଙ୍କ ସ୍ଥାନରେ ଚିତ୍ରଙ୍ଗଦାଙ୍କୁ ନେଇଥିଲେ ଏବଂ କଙ୍ଗନାଙ୍କୁ ‌ଗ୍ୟାଙ୍ଗ୍‌ଷ୍ଟାର‌୍‌ ଚଳଚ୍ଚିତ୍ର ପାଇଁ ଚୁକ୍ତି କରାଇଥିଲେ । କଙ୍ଗନାଙ୍କର ପ୍ରଥମ ଚଳଚ୍ଚିତ୍ର ୨୦୦୬ରେ ଅଭିନେତା ଇମ୍ରାନ ହାସିମ୍‌ଙ୍କ ସ‌ହ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ଜଣେ ନିଶାଶକ୍ତ ଯୁବତୀ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହେବା ସ‌ହ କଙ୍ଗନାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ କଙ୍ଗନାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା।

ଏହାପରେ କଙ୍ଗନା ‌ଓ ଲମ୍‌ହେ, ‌ଲାଇଫ୍ ଇନ୍ ମେଟ୍ରୋ‌ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୦୮ରେ ଆସିଥିବା ‘‌ଫ୍ୟାସନ‌୍‌’ ପାଇଁ କଙ୍ଗନାଙ୍କ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୧୪ରେ କଙ୍ଗନାଙ୍କୁ ‘କୁଇନ’ ଚଳଚ୍ଚିତ୍ର ଅନେକ ସଫଳତା ଦେଇଥିଲେ ଏବଂ ଏହି ଚରିତ୍ର ପାଇଁ କଙ୍ଗନାଙ୍କୁ ଜାତୀୟ ଚଳଚ୍ଚିତ୍ର ଏବଂ ଫିଲ୍ମ‌ ଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା।

Kangana Ranaut Bollywood Padma Shree Awardee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ