Advertisment

'ଏମର୍‌ଜେନ୍ସୀ' ରିଲିଜ୍ ପୂର୍ବରୁ କଙ୍ଗନା ରାଣାୱତଙ୍କୁ ମିଳିଲା ହତ୍ୟା ଧମକ; ଭିଡିଓ ଭାଇରାଲ୍

ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ଏମର୍‌ଜେନ୍ସୀ' ସେପ୍ଟେମ୍ବର ୬ରେ ପ୍ରେକ୍ଷାଳୟକୁ ଆସିବ। ଏହି ଫିଲ୍ମରେ କଙ୍ଗନା ରାଣାୱତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଛନ୍ତି। ତେବେ ଫିଲ୍ମ ରିଲିଜ୍ ପୂର୍ବରୁ କଙ୍ଗନା ରାଣାୱତଙ୍କୁ ମିଳିଛି ହତ୍ୟା ଧମକ।

ଅଦ୍ୟତନ ହୋଇଛି
Kangana ranaut received death threat before emergency release

Kangana ranaut received death threat before emergency release

Advertisment

ଫିଲ୍ମ 'ଏମର୍‌ଜେନ୍ସୀ' ରିଲିଜ୍ ପୂର୍ବରୁ କଙ୍ଗନା ରାଣାୱତଙ୍କୁ ହତ୍ୟା ଧମକ ମିଳିଛି। ସେ ଏକ ଭିଡିଓ ଶେୟାର କରି ପୋଲିସର ସାହାଯ୍ୟ ଲୋଡିଛନ୍ତି ଯେଉଁଥିରେ କିଛି ଲୋକ ତାଙ୍କ ବିରୋଧରେ ଖରାପ କଥା କହୁଥିବାର ନଜର ଆସିଛି। ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ସେମାନେ ପ୍ରଶ୍ନ କରୁଛନ୍ତି ଯେ ଭାରତର ସବୁଠାରୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ କୁହାଯାଉଥିବା ଆଇରନ୍ ଲେଡି ଅଫ୍ ଇଣ୍ଡିଆର କାହାଣୀ କହିବା ଭୁଲ୍ କି ?

Advertisment

ଅଧିକ ପଢ଼ନ୍ତୁ: ବିବାଦରେ କଙ୍ଗନା ରାଣାୱତଙ୍କ 'ଏମର୍‌ଜେନ୍ସୀ'; ଶିଖ୍ ସମାଜ ପ୍ରତି ଘୃଣା ବିସ୍ତାରର ଅଭିଯୋଗ

ନିଜ ଅଙ୍ଗରକ୍ଷୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ଏମର୍‌ଜେନ୍ସୀ' ସେପ୍ଟେମ୍ବର ୬ରେ ପ୍ରେକ୍ଷାଳୟକୁ ଆସିବ। ଏହି ଫିଲ୍ମରେ କଙ୍ଗନା ରାଣାୱତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଛନ୍ତି।

Advertisment

ଭିଡିଓରେ ଧମକ:

କଙ୍ଗନା ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ଜଣେ ବ୍ୟକ୍ତି ''ଏମର୍‌ଜେନ୍ସୀ' ରିଲିଜ୍ ନ କରିବାକୁ ଧମକ ଦେଉଛନ୍ତି। ସେ କହୁଛନ୍ତି, “ଯଦି ଏହି ଫିଲ୍ମ ରିଲିଜ୍ କର, ତେବେ ସର୍ଦ୍ଦାର ଆପଣଙ୍କୁ ଚପଲ ମାରିବ। ମୁଁ ଜଣେ ଭାରତୀୟ ହୋଇଥିବାରୁ ଗର୍ବିତ। ଯଦି ମୁଁ ଆପଣଙ୍କୁ ମୋ ଦେଶ ଏବଂ ମହାରାଷ୍ଟ୍ରର ଯେକୌଣସି ସ୍ଥାନରେ ଦେଖେ, ତେବେ କହିଦେଉଛି କେବଳ ଶିଖ୍, ମରାଠୀ ନୁହଁନ୍ତି, ମୋର ସମସ୍ତ ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ମୁସଲମାନ ଭାଇମାନେ ଚପଲ ସହିତ ଆପଣଙ୍କୁ ସ୍ୱାଗତ କରିବେ।”

ଅଧିକ ପଢ଼ନ୍ତୁ: ମୁଁ ବଲିଉଡ୍‌ ପରି ବ୍ୟକ୍ତି ନୁହେଁ, ମୁଁ ବଲିଉଡ୍‌ର ଲୋକଙ୍କ ସହିତ ବନ୍ଧୁତା କରେନି: କଙ୍ଗନା ରାଣାୱତ

Advertisment


ଫିଲ୍ମକୁ ନେଇ ଅସନ୍ତୋଷ:

ଭିଡିଓରେ ଦେଖାଯାଇଥିବା ଅନ୍ୟ ଜଣେ ବ୍ୟକ୍ତି କୁହନ୍ତି, “ଇତିହାସ ପରିବର୍ତ୍ତନ କରାଯାଇପାରିବ ନାହିଁ। ଯଦି ଶିଖମାନଙ୍କୁ ଏହି ଫିଲ୍ମରେ ଆତଙ୍କବାଦୀ ଭାବରେ ଦର୍ଶାଯାଏ, ତେବେ ମନେରଖନ୍ତୁ ଯେ ଆପଣ ଯାହାଙ୍କ ଫିଲ୍ମ କରୁଛନ୍ତି, ତାଙ୍କର କ’ଣ ଦୃଶ୍ୟ ହୋଇଥିଲା? ସତବନ୍ତ ସିଂହ ଏବଂ ବେୟନ୍ତ ସିଂହ କିଏ ଥିଲେ? ଯିଏ ଆମ ଉପରେ ଆଙ୍ଗୁଠି ଉଠେଇବାକୁ ନିର୍ଦ୍ଦେଶ କରେ, ଆମେ ସେ ଆଙ୍ଗୁଠିକୁ କାଟିଦେବୁ। ଯଦି ଆମେ ମୁଣ୍ଡ ଦେଇପାରୁ, ତେବେ ଆମେ ମଧ୍ୟ ମୁଣ୍ଡ କାଟି ବି ପାରୁ।”


ସୁରକ୍ଷାକୁ ନେଇ ଉଦ୍‌ବେଗ:

କଙ୍ଗନା ରାଣାୱତ ସେୟାର କରିଥିବା ଭିଡିଓ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଅଭିନେତା ଏଜାଜ୍‌ ଖାନ ଶିଖମାନଙ୍କ ସହ ବସିଥିବାର ନଜର ଆସିଛନ୍ତି। ଭିଡିଓ ଦେଖିବା ପରେ ଅନେକ ଲୋକ କଙ୍ଗନା ରାଣାୱତଙ୍କ ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ କରୁଛନ୍ତି।

ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ ସୁରକ୍ଷାକୁ ବଢାଇବାକୁ ପରାମର୍ଶ ଦେଉଛନ୍ତି। ଜଣେ ଲେଖିଛନ୍ତି, “ଆମ ଦେଶରେ ଏ କ’ଣ ଘଟୁଛି? ଭାରତର ଇତିହାସ ଦେଖାଇଥିବାରୁ ଲୋକମାନେ ଖୋଲାଖୋଲି ଭାବେ ବିଜେପି ସାଂସଦ ତଥା ବଲିଉଡ୍‌ ଅଭିନେତ୍ରୀଙ୍କୁ ଧମକ ଦେଉଛନ୍ତି।”

ତେବେ ଚାଷୀ ଆନ୍ଦୋଳନ ଉପତେ କଙ୍ଗନାଙ୍କ ମତକୁ ନେଇ ବିବାଦ ଲାଗି ରହିଛି, ଯେଉଁଠାରୁ ବିଜେପି ନିଜକୁ ଦୂରେଇ ରଖିଛି। କଙ୍ଗନା କହିଥିଲେ ଯେ ଯଦି ସରକାର ଚାଷୀଙ୍କ ଆନ୍ଦୋଳନ ବିରୋଧରେ କଠୋର ହୋଇନଥାନ୍ତେ, ଦେଶରେ ବାଂଲାଦେଶ ଭଳି ପରିସ୍ଥିତି ଉପୁଜିଥାଆନ୍ତା।

ଅଧିକ ପଢ଼ନ୍ତୁ: Emergency Trailer: ଜରୁରୀକାଳୀନ ପରିସ୍ଥିତିର ଭୟଙ୍କର ଦୃଶ୍ୟ ଦେଖାଇବାକୁ ଆସୁଛନ୍ତି କଙ୍ଗନା

Kangana Ranaut Bollywood Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ