Advertisment

ଦେଶଭକ୍ତି ମୋର ପସନ୍ଦର କଥା; କଙ୍ଗନା ରାଣାୱତ

ଏସ୍‌ଏସ୍ ରାଜାମୌଲୀଙ୍କ ‘ଆର୍‌ଆର୍‌ଆର୍‌’ ଏବେ ଚାରିଆଡେ ଧମାଲ କରୁଛି। ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି। ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏହି ଫିଲ୍ମ ଦେଖିଛନ୍ତି ଆଉ ପ୍ରଶଂସା କରିଛନ୍ତି। ଫିଲ୍ମକୁ ସେ ବ୍ଲକ୍‌ବଷ୍ଟର କହିଛନ୍ତି।

ଅଦ୍ୟତନ ହୋଇଛି
Kangana Ranaut praises SS rajamouli film

Kangana Ranaut praises SS rajamouli film

Advertisment

‘ଆର୍‌ଆର୍‌ଆର୍‌’ ଏବେ ଚାରିଆଡେ ହଇଚଇ ସୃଷ୍ଟି କରିଛି। ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି। ଖାଲି ସାଧାରଣ ଲୋକ ନୁହେଁ, ସେଲିବ୍ରେଟିମାନେ ମଧ୍ୟ ଏହି ଫିଲ୍ମକୁ ବେଶ ପସନ୍ଦ କରୁଛନ୍ତି। ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆର୍‌ଆର୍‌ଆର୍‌ ଦେଖିଲା ପରେ ପ୍ରଶଂସାରୁ ନିଜକୁ ରୋକି ପାରି ନଥିଲେ। ନିଜ ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ସେ ଏହାର ପ୍ରଶଂସା କରିଛନ୍ତି।

Advertisment

ଏହି ଭିଡିଓରେ କଙ୍ଗନା କହିଛନ୍ତି ଯେ “କାଲି ମୁଁ ମୋ ପରିବାର୍ ସହ୍ ଆର୍‌ଆର୍‌ଆର୍ ଫିଲ୍ମ ଦେଖିଲି। ଏମିତିରେ ବି ଏ ଫିଲ୍ମ ପାଇଁ କୌଣସି ପ୍ରଚାରର ଆବଶ୍ୟକତା ନାହିଁ। ଏ ଫିଲ୍ମ ପୂର୍ବର ଅନେକ ରେକର୍ଡ ଭାଙ୍ଗୁଛି ଏବଂ ନୂଆ ରେକର୍ଡ ତିଆରି କରୁଛି। କିନ୍ତୁ ଦେଶ ଭକ୍ତିରେ ଏ ଫିଲ୍ମ ପରିପୂର୍ଣ୍ଣ।” ଭିଡିଓରେ କଙ୍ଗନା ଏତିକି ମାତ୍ର କହିଥିବା ବେଳେ ଏଥିରୁ ସ୍ପଷ୍ଟ ହେଉଛି ଯେ ସେ ଏହି ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି।

ଏହାଛଡା କଙ୍ଗନାଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏଥିରେ ସେ ଥିଏଟର ବାହାରେ ଠିଆ ହୋଇଥିବା ନଜର ଆସନ୍ତି। ଏହି ଫିଲ୍ମରେ କଙ୍ଗନା ଫିଲ୍ମ ‘ଆର୍‌ଆର୍‌ଆର୍‌’ ବିଷୟରେ ଅନେକ କିଛି କହୁଥିବା ଦେଖାଯାଏ। ଏହି ଭିଡିଓରେ ଦେଖାଯାଏ ଯେ ଜଣେ ରିପୋର୍ଟର କଙ୍ଗନାଙ୍କୁ କିଛି ପ୍ରଶ୍ନ କରୁଛନ୍ତି। ସେ ତାଙ୍କୁ କେଉଁ ଫିଲ୍ମ ଦେଖିବା କଥା ପଚାରୁଛନ୍ତି। ଏହାର ଉତ୍ତରରେ କଙ୍ଗନା କହୁଛନ୍ତି ଯେ “ମୁଁ ଆର୍‌ଆର୍‌ଆର୍‌ ଦେଖିଲି। ଫିଲ୍ମ ବ୍ଲକ ବ୍ଲଷ୍ଟର ହେଇଛି। ଦେଶଭକ୍ତି ମୋର ପସନ୍ଦର କଥା। ଏହି ଫିଲ୍ମରେ ଏମିତି ସବୁକିଛି ଅଛି ଅଛି, ଯାହା ହେବାର ଥିଲା। ଆପଣମାନେ ବି ଯାଆନ୍ତୁ ଓ ଏହି ଫିଲ୍ମ ଦେଖନ୍ତୁ।”

Advertisment

ଏସ୍‌ଏସ୍‌ ରାଜାମୌଲୀଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ ମାର୍ଚ୍ଚ ୨୫ରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ରାମ ଚରଣ, ଜୁନିୟର୍‌ ଏନ୍‌ଟିଆର୍, ଆଲିଆ ଭଟ୍ଟ ଓ ଅଜୟ ଦେବଗନ ଅଭିନୟ କରିଛନ୍ତି। ଦର୍ଶକମାନେ ରାଜାମୌଲୀଙ୍କ ଏହି ଫିଲ୍ମକୁ ଭୁରିଭୁରି ପ୍ରଶଂସା କରୁଛନ୍ତି। ରିଲିଜର ପ୍ରଥମ ୬ ଦିନରେ ଫିଲ୍ମ ‘ଆର୍‌ଆର୍‌ଆର୍‌’ ୪୪୮.୩୩ କୋଟି ନଗଦ ରୋଜଗାର କରିସାରିଛି। ଆଗାମୀ ଦିନରେ ମଧ୍ୟ ଏହାର ରୋଜଗାର ବଢିବାର ଆଶଙ୍କା ରହିଛି।

Advertisment
RRR Movie Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ