Advertisment

କିଆରା ଏବଂ ସିଦ୍ଧାର୍ଥ ଡେଟିଂ କରୁଥିଲେ, କିନ୍ତୁ କୌଣସି ବ୍ରାଣ୍ଡ୍‌ର ପ୍ରମୋସନ ପାଇଁ ନୁହେଁ: କଙ୍ଗନା

କଙ୍ଗନା ରାଣାୱତ ସିଡ୍-କିଆରାଙ୍କ ସମ୍ପର୍କକୁ ପ୍ରଶଂସା କରିଛନ୍ତି। ଜଣେ ବ୍ୟକ୍ତି ସେମାନଙ୍କ ଫଟୋ ଶେୟାର କରି ‘ଡେଟିଂ’ର ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତର ଦେଇ ଏମିତି କହିଛନ୍ତି କଙ୍ଗନା ରାଣାୱତ।

ଅଦ୍ୟତନ ହୋଇଛି
Kangana ranaut praises couple sidharth malhotra and kiara advani

Kangana ranaut praises couple sidharth malhotra and kiara advani

Advertisment

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା। ଉଭୟ ଫେବୃଆରୀ ୭ରେ ଜୈସଲମେରର ସୂର୍ଯ୍ୟଗଡ ମହଲରେ ଧୁମଧାମ୍‌ରେ ବିବାହ କରିଛନ୍ତି। ସିନେ ଜଗତର ସମସ୍ତ ସେଲିବ୍ରିଟି ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ କଙ୍ଗନା ରାଣାୱତ ମଧ୍ୟ ସିଡ୍-କିଆରାଙ୍କ ସମ୍ପର୍କକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

Advertisment

କିଆରା-ସିଦ୍ଧାର୍ଥଙ୍କ ବିବାହର ଫଟୋ ସାମ୍ନାକୁ ଆସିବା ମାତ୍ରେ ଟ୍ୱିଟର୍‌ରେ ଦୁହିଁଙ୍କ ଫଟୋ ଶେୟାର କରି ସ୍କ୍ରିନ୍ ରାଇଟର୍ ଅନିରୁଦ୍ଧ ଗୁହା ଲେଖିଥିଲେ, 'ସେମାନେ ଡେଟିଂ କରୁଥିଲେ ?' କଙ୍ଗନା ରାନାୱତ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।

କଙ୍ଗନା ପ୍ରତିକ୍ରିୟା ଦେଇ କହିଛନ୍ତି, “ହଁ, ସେମାନେ ଡେଟିଂ କରୁଥିଲେ, କିନ୍ତୁ କୌଣସି ଫିଲ୍ମ କିମ୍ବା ବ୍ରାଣ୍ଡ୍‌ର ପ୍ରମୋସନ ପାଇଁ ନୁହେଁ। ବଲିଉଡ୍‌ରେ ଲୋକମାନେ ଚର୍ଚ୍ଚାରେ ରହିବା ପାଇଁ କିମ୍ବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯେପରି କରନ୍ତି ସେମାନେ ଏମିତି ବି କିଛି କରିନାହାଁନ୍ତି। ସେମାନଙ୍କର ପ୍ରେମ ସତ ଏବଂ ସେମାନେ ବହୁତ ସୁନ୍ଦର ଯୋଡି।” ତେବେ ସିଡ-କିଆରାଙ୍କ ସମ୍ପର୍କକୁ କଙ୍ଗନା ପ୍ରଥମ ଥର ପ୍ରଶଂସା କରିନାହାଁନ୍ତି। ଏହାପୂର୍ବରୁ କଙ୍ଗନା ଉଭୟଙ୍କୁ ଅନେକ ପ୍ରଶଂସା କରିଛନ୍ତି।

Advertisment

ସିଦ୍ଧାର୍ଥ ଏବଂ କିଆରାଙ୍କ ଡେଟିଂ ସହ ଜଡିତ ପ୍ରଶ୍ନକୁ ନେଇ ସ୍କ୍ରିନ୍ ରାଇଟର୍ ଅନିରୁଦ୍ଧ ଗୁହା ମତ ରଖିଛନ୍ତି। କିଆରା ଏବଂ ସିଦ୍ଧାର୍ଥଙ୍କ ବିବାହର ଏକ ଫଟୋ ପୋଷ୍ଟ୍‌ କରି ଅନିରୁଦ୍ଧ ଲେଖିଛନ୍ତି, “ସେମାନେ ଡେଟିଂ କରୁଥିଲେ?” ଏହା ଉପରେ କଙ୍ଗନା ସିଡ-କିଆରାଙ୍କ ସମ୍ପର୍କକୁ ପ୍ରଶଂସା କରି ପୋଷ୍ଟ୍‌ କରିଛନ୍ତି।

କଙ୍ଗନା ଏହାପୂର୍ବରୁ ସିଦ୍ଧାର୍ଥ ଏବଂ କିଆରାଙ୍କ ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଷ୍ଟୋତୀରେ ଶେୟାର କରି ଲେଖିଥିଲେ, “ଏହି ଯୋଡି ବହୁତ ସୁନ୍ଦର, ଫିଲ୍ମ ସହିତ ଇଣ୍ଡଷ୍ଟ୍ରିରେ ପ୍ରକୃତ ପ୍ରେମ କ୍ୱଚିତ୍ ଦେଖାଯାଏ, ଏହି ଯୋଡି ଏକାଠି ବହୁତ ସୁନ୍ଦର ଦେଖାଯାଆନ୍ତି।”

Advertisment

କିଆରା ଏବଂ ସିଦ୍ଧାର୍ଥ ଏକ ରାଜକୀୟ ଷ୍ଟା‍ଇଲ୍‌ରେ ବିବାହ କରିଥିଲେ। ସିନେ ଦୁନିଆର ଅନେକ ସେଲିବ୍ରିଟି ସେମାନଙ୍କ ବିବାହରେ ଯୋଗ ଦେଇଥିଲେ। ଏବେ ଉଭୟଙ୍କ ବିବାହ ପୋଷାକଠାରୁ ଆରମ୍ଭ କରି ଅଳଙ୍କାର ପର୍ଯ୍ୟନ୍ତ ସବୁକିଛି ଉପରେ ଆଲୋଚନା ହେଉଛି। ବିବାହରେ ମନୀଷ ମାଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ କିଆରା। ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ବିବାହ ଫଟୋ ଶେୟାର କରିବାବେଳେ ଉଭୟ ଲେଖିଥିଲେ, 'ବର୍ତ୍ତମାନ ଆମର ସ୍ଥାୟୀ ବୁକିଂ ସରିଯାଇଛି।'

ସିଦ୍ଧାର୍ଥ ଏବଂ କିଆରା ବର୍ତ୍ତମାନ ଦିଲ୍ଲୀ ଏବଂ ମୁମ୍ବାଇରେ ସେମାନଙ୍କ ରିସେପ୍ସନ୍ ଭୋଜି ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏହାପୂର୍ବରୁ ଉଭୟ ଫେବୃଆରୀ ୯ ରେ ଦିଲ୍ଲୀରେ ରିସେପ୍ସନ୍ ପାର୍ଟି ହୋଷ୍ଟ୍‌ କରିବେ। ପରେ ଉଭୟ ଫେବୃଆରୀ ୧୦ ରେ ମୁମ୍ବାଇ ଯିବେ। ଫେବୃଆରୀ ୧୨ ରେ ମୁମ୍ବାଇରେ ସେମାନେ ଏକ ରିସେପ୍ସନ୍ ପାର୍ଟି କରିବେ। ବିବାହ ପରି, ସେମାନଙ୍କ ରିସେପ୍ସନ୍ ମଧ୍ୟ ଗ୍ରାଣ୍ଡ୍‌ ହେବାକୁ ଯାଉଛି।

Kangana Ranaut Bollywood Kiara Advani Siddharth Malhotra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ