Advertisment

ପାଇଲଟ୍ ହୋଇ ଆସୁଛନ୍ତି କଙ୍ଗନା ରାଣାୱତ; ଦେବେ ଆକ୍ସନ ତଡ୍‌କା

ରାନି ସ୍କ୍ରୁୱାଲାଙ୍କ ପ୍ରଡକ୍ସନ୍ ହାଉସ୍ ଆର୍‌ଏସ୍‌ଭିପି ବ୍ୟାନରରେ ନିର୍ମାଣ ହେଉଛି 'ତେଜସ୍'। ଏହାର ରିଲିଜ୍ ତାରିଖ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରରେ କଙ୍ଗନା ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ସେ ଏୟାରଫୋର୍ସ ପାଇଲଟ୍‌ ଭୂମିକାରେ ନଜର ଆସିବେ।

ଅଦ୍ୟତନ ହୋଇଛି
Kangana Ranaut New Movie

Kangana ranaut new movie tejas release date 20 october 2023

Advertisment

କଙ୍ଗନା ରାଣାୱତଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'ତେଜସ୍'ର ରିଲିଜ୍ ତାରିଖ ପ୍ରକାଶ ପାଇଛି। ରାନି ସ୍କ୍ରୁୱାଲାଙ୍କ ପ୍ରଡକ୍ସନ୍ ହାଉସ୍ ଆର୍‌ଏସ୍‌ଭିପି ବ୍ୟାନରରେ ଏହି ଫିଲ୍ମ ନିର୍ମାଣ କରାଯାଉଛି। ଏହି ଚଳଚ୍ଚିତ୍ରରେ କଙ୍ଗନା ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ସେ ଏୟାରଫୋର୍ସ ପାଇଲଟ୍‌ ଭୂମିକାରେ ନଜର ଆସିବେ।

Advertisment

ଏବେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୨୦ରେ ସାରା ଦେଶର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ତେଜସ୍ ଟିମ୍ ନିଶ୍ଚିତ କରିଛି। ଫିଲ୍ମର ରିଲିଜ୍ ତାରିଖକୁ ନେଇ ପ୍ରଶଂସକମାନେ କ୍ରମାଗତ ଭାବରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

Advertisment

କଙ୍ଗନା ରାଣାୱତଙ୍କ ଅଭିନୀତ ଏହି କାହାଣୀ ଏୟାରଫୋର୍ସ ପାଇଲଟ୍ ତେଜସ୍‌ ଗିଲଙ୍କ ଅସାଧାରଣ ଯାତ୍ରା ଉପରେ ଆଧାରିତ। ଏହି ଫିଲ୍ମର ଲକ୍ଷ୍ୟ ହେଉଛି ସେହି ବାହାଦୂର ସୈନିକଙ୍କୁ ପ୍ରେରଣା ଯୋଗାଇବା ଏବଂ ସେମାନଙ୍କ ମଧ୍ୟରେ ଗୌରବର ଭାବନା ବୁଣିଦେବା, ଯେଉଁମାନେ ଏହି ରାସ୍ତାରେ ପାଦ ଦେଇ ଅନେକ ଆହ୍ୱାନର ସମ୍ମୁଖିନ କରି ଦେଶକୁ ରକ୍ଷା କରନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ସର୍ବେଶ ମେୱଡା।

କଙ୍ଗନା ରାଣାୱତଙ୍କ ଶେଷ ରିଲିଜ୍ ଫିଲ୍ମ ହେଉଛି 'ଧାକଡ୍' ଯାହା ବକ୍ସ ଅଫିସରେ ସେମିତି ସଫଳତା ପାଇ ନଥିଲା। ‘ତେଜସ୍’ ବ୍ୟତୀତ କଙ୍ଗନା ରାଣାୱତ୍‌ଙ୍କ ପାଖରେ ଅନେକ ପ୍ରୋଜେକ୍ଟ ଅଛି। ଫିଲ୍ମ ‘ଏମର୍ଜେନ୍ସୀ’ରେ କଙ୍ଗନା ରାଣାୱତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ଏବଂ ତାଙ୍କ ଲୁକ୍‌କୁ ନେଇ ଅନେକ ଆଲୋଚନା ହେଉଛି।

Advertisment

ଏହା ବ୍ୟତୀତ ତାଙ୍କୁ ତାମିଲ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ ୨’ରେ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମ ରାଘବ ଲରେନ୍ସଙ୍କ ନିର୍ଦ୍ଦେଶିତ ଏକ ହରର୍ ଚଳଚ୍ଚିତ୍ର। ଏଥିରେ କଙ୍ଗନାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବ। କିଛି ଦିନ ପୂର୍ବରୁ, ତାଙ୍କ ନିଜ ପ୍ରଡକ୍ସନ ହାଉସ୍‌ରେ ନିର୍ମିତ ‘ଟିକୁ ୱେଡ୍‌ସ୍ ଶେରୁ’କୁ ମଧ୍ୟ ଏକ ବଡ଼ ସଫଳତା ମିଳିଛି। 

Kangana Ranaut Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ