Kangana Ranaut
ମୁମ୍ବାଇ : ଆଗକୁ ଆସୁଛି ବଲିଉଡ୍ ଅଭିନେତ୍ରୀ ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତଙ୍କ ‘ଥଲାଇବୀ’। ଏହାକୁ ଦର୍ଶକ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତାଲିମନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ କଙ୍ଗନା ଜୟଲଳିତାଙ୍କ ଭୂମିକା ନିଭଉଛନ୍ତି। ଅଭିନେତ୍ରୀ ତାଙ୍କ ଫିଲ୍ମର ଲଗାତର ପ୍ରମୋଶନ କରୁଥିବା ଦେଖାଯାଏ। ଏଥିରେ କଙ୍ଗନାଙ୍କ ଏକ ନୂଆ ଅବତାର ଦର୍ଶକମାନେ ଦେଖିବାକୁ ପାଇବେ।
ଥଲାଇଭିକଙ୍ଗନା ରଣୱତ ତାଙ୍କ ଫିଲ୍ମ ‘ଥଲାଇବୀ’ ରିଲିଜ୍ ପୂର୍ବରୁ ତାମିଲନାଡୁର ଚେନ୍ନାଇସ୍ଥ ମରୀନା ବିଚ୍ରେ ନିର୍ମିତ ଜୟଲଳିତା ମେମୋରିଆଲ୍ରେ ପହଞ୍ଚିଥିଲେ। ସେଠାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ମାରକ ଉପରେ ସେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ସମୟରେ ସେ ଅରେଞ୍ଜ ଓ ଗୋଲଡେନ୍ ରଙ୍ଗର ଶାଢୀ ପିନ୍ଦିଥିଲେ।
କଙ୍ଗନା ରଣୱତAlso Read
‘ଥଲାଇବୀ’ ଫିଲ୍ମ ସେପ୍ଟେମ୍ବର ୧୦ରେ ମୁକ୍ତିଲାଭ କରିବ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏହାର ସୂଚନା କଙ୍ଗନା ଦେଇଛନ୍ତି। ପ୍ରଥମେ ପ୍ରେକ୍ଷାଳୟ ଓ ପରେ ଓଟିଟି ପ୍ଲାଟ୍ଫର୍ମରେ ମଧ୍ୟ ଏହା ରିଲିଜ ହେବାର ଯୋଜନା କରାଯାଇଛି। ତେବେ ଗୋଟିଏ କଥାରେ କଙ୍ଗନାଙ୍କ ରାଗ ବଢିଯାଇଛି। ‘ଥଲାଇବୀ’କୁ ତିନୋଟି ଜାତୀୟ ମଲ୍ଟିପ୍ଲେକ୍ସ ଚେନ୍ସ ଦେଖେଇବା ନେଇ ନେଇ ମନା କରିଦେଇଛନ୍ତି।
କଙ୍ଗନା ରଣୱତସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି କଙ୍ଗନା କହିଛନ୍ତି ଯେ “ନମସ୍କାର ବନ୍ଧୁ, ଏହି ଭିଡିଓ ମାଧ୍ୟମରେ ମୁଁ ଆପଣଙ୍କୁ ଅନେକ କିଛି କହିବି। ଆଜି ମୁ ଆପଣଙ୍କୁ ଫିଲ୍ମ ବିଷୟରେ କିଛି କହିବାକୁ ଯାଉଛି। ମହାମାରୀ ଦ୍ୱାରା ଅନେକ ବ୍ୟବସାୟ ଉପରେ ଖରାପ ପ୍ରଭାବ ପଡିଛି। ଏଥିରେ ସିନେମା ତଥା ଥିଏଟରର ବ୍ୟବସାୟ ମଧ୍ୟ ସାମିଲ। କିନ୍ତୁ ଡିଜିଟାଲ ପ୍ଲାଟଫର୍ମ ବହୁ ଉନ୍ନତି କରିଛି। ଆମର ଏହି ଫିଲ୍ମ ‘ଥଲାଇବୀ’ ବହୁ ବଡ ବଜେଟର ନାରୀ କୈନ୍ଦ୍ରୀକ ଫିଲ୍ମ। ଏଥିରେ ୯୦ କୋଟିର ବଜେଟ୍ ଲାଗିଛି। ଆମ ପ୍ରଡ୍ୟୁସର ବିଷ୍ଣୁ ଇନ୍ଦୁରୀ ଓ ଶୈଲେଷ ସିଂହ ମିଶି ନିଷ୍ପତ୍ତି ନେଇଥିଲେ ଯେ ପ୍ରେକ୍ଷାଳୟକୁ ସପୋର୍ଟ କରିବା ନେଇ। ସେମାନେ ଅନେକ ଡିଜିଟାଲ ଅଫରକୁ ମନାକରିଦେଇଥିଲେ। କିନ୍ତୁ ଆମକୁ ଜଣା ନ ଥିଲା ଯେ ପ୍ରେକ୍ଷାଳୟର ହିଁ ସପୋର୍ଟ ଆମକୁ ମିଳିବ ନାହିଁ।”
ସୂଚନା ମୁତାବକ ‘ଥଲାଇବୀ’ ୯୦କୋଟି ବଜେଟରେ ନିର୍ମିତ ଫିଲ୍ମ। ଏଥିରେ କଙ୍ଗନା ଜୟଲଳିତାଙ୍କ ଭୂମିକାରେ ଆସୁଥିବା ବେଳେ ଏମଜୀଆର ଭୂମିକାରେ ଅରବିନ୍ଦ ସ୍ୱାମୀ ନଜର ଆସିବେ। ସିନେ ନିର୍ମାତା ଜୟଲଳିତା ଓ ଏମଜୀଆରଙ୍କ ୪ଟି ପପୁଲାର ଅରିଜିନାଲ୍ ଗୀତକୁ ରିକ୍ରିଏଟ୍ କରିଛନ୍ତି। ବିଜୟ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି। ଏହି ଫିଲ୍ମ ହିନ୍ଦୀ ସହିତ ତାମିଲ, ତେଲୁଗୁ ଓ ଅନ୍ୟ ଭାଷାରେ ମଧ୍ୟ ରିଲିଜ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1630757077.jpg)
