Advertisment

Jawan: କଙ୍ଗନା ରାଣାୱତଙ୍କୁ ଘାରିଲା ଜବାନ ଭୟ; କ’ଣ କଲେ ଜାଣନ୍ତୁ

'ଜବାନ'ର ଦବଦବାକୁ ଦୃଷ୍ଟିରେ ରଖି କଙ୍ଗନା ରାଣାୱତ ଏବଂ ରାଘବ ଲରେନ୍ସଙ୍କ ଆଗାମୀ ଚଳଚ୍ଚିତ୍ର 'ଚନ୍ଦ୍ରମୁଖୀ ୨'ର ରିଲିଜ୍ ତାରିଖ ବୃଦ୍ଧି କରାଯାଇଛି। ତେବେ ବୈଷୟିକ କାରଣରୁ ଫିଲ୍ମର ରିଲିଜ୍ ତାରିଖ ବୃଦ୍ଧି କରାଯାଇଛି ବୋଲି ନିର୍ମାତା ଦାବି କରିଛନ୍ତି। ଏହି ଚଳଚ୍ଚିତ୍ର ନିର୍ମାଣ କରିଥିବା ପ୍ରଡକ୍ସନ୍ ହାଉସ୍ ଲାଇକା ପ୍ରଡକ୍ସନ୍ସ ରିଲିଜ୍ ତାରିଖର ବୃଦ୍ଧିକୁ ଘୋଷଣା କରିଛି।

ଅଦ୍ୟତନ ହୋଇଛି
Kangana Ranaut film chandramukhi-2 release date change after jawan

Kangana Ranaut film chandramukhi-2 release date change after jawan

Advertisment

ରଜନୀକାନ୍ତଙ୍କ 'ଜେଲର' ଏବଂ ସନ୍ନି ଦେଓଲଙ୍କ 'ଗଦର ୨' ଅଗଷ୍ଟରେ ବକ୍ସ ଅଫିସ୍‌ରେ ମୁକ୍ତିଲାଭ କରିଥିଲା। ଏହା ଦୁଇ ଚଳଚ୍ଚିତ୍ର ସହିତ ଓ ପରେ ମୁକ୍ତିଲାଭ କରିଥିବା ଫିଲ୍ମ ବକ୍ସ ଅଫିସରେ ତିଷ୍ଠିପାରି ନଥିଲା। ଚିରଞ୍ଜୀବୀଙ୍କ 'ଭୋଲା ଶଙ୍କର' ସାଉଥ୍‌ରେ ସାଙ୍ଘାତିକ ଭାବେ ଫ୍ଲପ୍ ହୋଇଥିଲା ଏବଂ ଏହାର ଫାଇଦା ‘ଜେଲର’ ନିକଟକୁ ଯାଇଥିଲା।

Advertisment

ସେହିପରି, 'ଗଦର ୨' ମଧ୍ୟ OMG 2, ଘୁମର, ଅକେଲୀ ପରି ଚଳଚ୍ଚିତ୍ରର ବକ୍ସ ଅଫିସ ରୋଜଗାରରେ ବାଧା ସୃଷ୍ଟି କରିଥିଲା। ଅବଶ୍ୟ, 'ଡ୍ରିମ୍ ଗାର୍ଲ ୨'ର ନିର୍ମାତା ରିଲିଜ୍ ତାରିଖ ଘୁଞ୍ଚାଇବାରୁ ରୋଜଗାରରେ କିଛିଟା ସଫଳ ହୋଇଥିଲେ। ବର୍ତ୍ତମାନ ଶାହରୁଖ ଖାନଙ୍କ 'ଜବାନ' ଉଭୟ ଉତ୍ତର ଏବଂ ଦକ୍ଷିଣରେ ବକ୍ସ ଅଫିସରେ ହଙ୍ଗାମା ସୃଷ୍ଟି କରୁଛି।

'ଜବାନ'ର ଦବଦବାକୁ ଦୃଷ୍ଟିରେ ରଖି କଙ୍ଗନା ରାଣାୱତ ଏବଂ ରାଘବ ଲରେନ୍ସଙ୍କ ଆଗାମୀ ଚଳଚ୍ଚିତ୍ର 'ଚନ୍ଦ୍ରମୁଖୀ ୨'ର ରିଲିଜ୍ ତାରିଖ ବୃଦ୍ଧି କରାଯାଇଛି। ତେବେ ବୈଷୟିକ କାରଣରୁ ଫିଲ୍ମର ରିଲିଜ୍ ତାରିଖ ବୃଦ୍ଧି କରାଯାଇଛି ବୋଲି ନିର୍ମାତା ଦାବି କରିଛନ୍ତି। ଏହି ଚଳଚ୍ଚିତ୍ର ନିର୍ମାଣ କରିଥିବା ପ୍ରଡକ୍ସନ୍ ହାଉସ୍ ଲାଇକା ପ୍ରଡକ୍ସନ୍ସ ରିଲିଜ୍ ତାରିଖର ବୃଦ୍ଧିକୁ ଘୋଷଣା କରିଛି।

Advertisment

ପ୍ରଡକ୍ସନ୍ ହାଉସ୍ ଏହାର ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମାଧ୍ୟମରେ କହିଛି ଯେ ଏହି ଫିଲ୍ମ ବର୍ତ୍ତମାନ ସେପ୍ଟେମ୍ବର ୨୮ରେ ମୁକ୍ତିଲାଭ କରିବ। ଯେତେବେଳେ କି ଏହି ଚଳଚ୍ଚିତ୍ରଟି ପ୍ରଥମେ ସେପ୍ଟେମ୍ବର ୧୫ ରେ ରିଲିଜ ହେବାର ଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପି ଭାସୁ। ଫିଲ୍ମର ଟ୍ରେଲରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ଏଥିରେ କଙ୍ଗନା ରାଣାୱତ ଚନ୍ଦ୍ରମୁଖୀ ଭୂମିକାରେ ଅଛନ୍ତି।

ପ୍ରଡକ୍ସନ୍ ହାଉସ୍ ନୂଆ ରିଲିଜ୍ ତାରିଖ ସହିତ ଏକ ଭିଡିଓ ଶେୟାର କରି ଏହାର କ୍ୟାପ୍‌ସନ୍‌ରେ ଲେଖିଛି, “ବୈଷୟିକ କାରଣରୁ 'ଚନ୍ଦ୍ରମୁଖୀ-୨'ର ରିଲିଜ୍ ତାରିଖ ୨୮ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଛି।

Advertisment

୨୦୦୫ରେ ମୁକ୍ତିଲାଭ କରିଥିବା ରଜନୀକାନ୍ତ ଏବଂ ଜ୍ୟୋତିକାଙ୍କ ଅଭିନୀତ ‘ଚନ୍ଦ୍ରମୁଖୀ’ର ସିକ୍ୱେଲ ହେଉଛି‘ ଚନ୍ଦ୍ରମୁଖୀ ୨’। ଏହି ଚଳଚ୍ଚିତ୍ରର କାହାଣୀ ଜଣେ ମହିଳାଙ୍କୁ ନେଇ ତିଆରି, ଯିଏ ଏକ ମାରାତ୍ମକ ବ୍ୟାଧିରେ ପୀଡିତ। ‘ଚନ୍ଦ୍ରମୁଖୀ’ ହେଉଛି ନିର୍ଦ୍ଦେଶକଙ୍କ ନିଜସ୍ୱ କନ୍ନଡ ଚଳଚ୍ଚିତ୍ର ‘ଆପ୍ତମିତ୍ର’ (୨୦୦୪) ର ଅଫିସିଆଲ୍ ରିମେକ୍, ଯାହା ମାଲାୟାଲମ୍ ଚଳଚ୍ଚିତ୍ର ମଣିଚିତ୍ରାଥାଝୁ (୧୯୯୩) ର ଏକ ଆଡପ୍‌ସନ୍।

Bollywood Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ