Advertisment

ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ପାଦଦେବେ, ହୋଷ୍ଟ୍ ସାଜିବେ କଙ୍ଗନା

କଙ୍ଗନା କେବଳ ଏକ OTT ଡେବ୍ୟୁ କରିବାକୁ ଯାଉନାହାଁନ୍ତି ବରଂ ପ୍ରଥମ ଥର ପାଇଁ ଶୋ’ର ହୋଷ୍ଟ ହେବାକୁ ଯାଉଛନ୍ତି। ଶୋ’ର ହୋଷ୍ଟ ଭାବରେ କଙ୍ଗନା ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିବ।

ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ପାଦଦେବେ, ହୋଷ୍ଟ୍ ସାଜିବେ କଙ୍ଗନା

Kangana Ranaut

Advertisment

ମୁମ୍ବାଇ: ବଲିଉଡର 'ପଙ୍ଗା କୁଇନ୍' ଅଭିନେତ୍ରୀ କଙ୍ଗନା ରାଣାୱତ ନିଜର ସୃଜନ ଦିଗକୁ ବିସ୍ତାର କରି ଚାଲିଛନ୍ତି। ସେ ମନୋରଞ୍ଜନ ସହ ଜଡିତ ପ୍ରତ୍ୟେକ କ୍ଷେତ୍ରରେ ପାଦ ଦେଉଛନ୍ତି। ଜଣେ ଅଭିନେତ୍ରୀ ଭାବରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ସେ ନିଜର ପ୍ରଡକ୍ସନ୍ ହାଉସ୍ ଖୋଲି ଏକ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ହୋଇପାରିଛନ୍ତି। ଗୋଟିଏ ପ୍ଲାଟ୍‌ଫର୍ମ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କଙ୍ଗନା ଛୁଇଁ ନଥିଲେ, ତାହା ହେଲା ଡିଜିଟାଲ୍ ପ୍ଲାଟ୍‌ଫର୍ମ। କିନ୍ତୁ ବର୍ତ୍ତମାନ ସେ ଅପେକ୍ଷାର ସମୟ ଶେଷ ହେବାକୁ ଯାଉଛି। କଙ୍ଗନା କେବଳ ଏକ OTT ଡେବ୍ୟୁ କରିବାକୁ ଯାଉନାହାଁନ୍ତି ବରଂ ପ୍ରଥମ ଥର ପାଇଁ ଶୋ’ର ହୋଷ୍ଟ ହେବାକୁ ଯାଉଛନ୍ତି। ଶୋ’ର ହୋଷ୍ଟ ଭାବରେ କଙ୍ଗନା ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିବ।

Advertisment
ହୋଷ୍ଟ୍ ସାଜିବେ କଙ୍ଗନା

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଙ୍ଗନା ରାଣାୱତ୍ ଟେମ୍ପ୍ଟେସନ୍ ଆଇଲାଣ୍ଡ୍ ଶୋ’ର ଭାରତୀୟ ଆଡାପ୍ଟେସନ୍ ସହିତ OTT ଡେବ୍ୟୁ କରିବାକୁ ଯାଉଛନ୍ତି। କଙ୍ଗନା ଏହି ଶୋ’ରେ ଦସ୍ତଖତ କରିଛନ୍ତି। ଖୁବ୍ ଶୀଘ୍ର ଏହାର ସୁଟିଂ ମଧ୍ୟ ଆରମ୍ଭ ହେବ। ପ୍ରାପ୍ତ ସୂଚନା ଅନୁଯାୟୀ, ଟେମ୍ପ୍ଟେସନ୍ ଆଇଲାଣ୍ଡ୍ ଶୋ’ରେ କପୁଲ୍ ଏବଂ ସିଙ୍ଗଲ୍ ଅଂଶଗ୍ରହଣ କରନ୍ତି। ଏହି ଶୋ’ ସମୟରେ, ତାଙ୍କ ନିଜର ପାର୍ଟନର୍ ସହିତ ସଂପର୍କ ଏବଂ ସଂଯୋଗକୁ ନେଇ ପରୀକ୍ଷା କରାଯାଇଥାଏ। ତେବେ ଏହି ଶୋ’ରେ ଏକ ହୋଷ୍ଟ ଭାବରେ, କଙ୍ଗନାଙ୍କର ଏକ ଭିନ୍ନ ଅବତାର ପ୍ରଶଂସକମାନେ ଦେଖିବାକୁ ଯାଉଛନ୍ତି। କଙ୍ଗନା ରାଣାୱତ ସର୍ବଦା ବିଭିନ୍ନ ପ୍ରକାରର ପ୍ରୋଜେକ୍ଟକୁ ହାତମୁଠା ନେଇ ସେସବୁକୁ ସଫଳ କରିଥାନ୍ତି। କଙ୍ଗନାଙ୍କ ଦକ୍ଷତା ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ରଙ୍ଗ ଲଗେଇବ ବୋଲି ଆଶା ଓ ବିଶ୍ୱାସ କରାଯାଏ।

Advertisment

ଯଦି ଏଠାରେ କାମର କଥା ଉଠାଯାଏ ତେବେ କଙ୍ଗନା ରାଣାୱତ ଆଜିକାଲି ବୁଡାପେଷ୍ଟରେ ଅଛନ୍ତି। ସେଠାରେ ସେ ତାଙ୍କର ପ୍ରସିଦ୍ଧ ସ୍ପାଇ ଥ୍ରୀଲର ଫିଲ୍ମ 'ଧାକଡ'ର ସୁଟିଂ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅର୍ଜୁନ ରାମପାଲ ଏବଂ ଦିଦ୍ୟା ଦତ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଜନୀଶ ଘାଇ। ନିକଟରେ କଙ୍ଗନା ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ପ୍ରି-ସୁଟିଂ ଫଟୋ ସେୟାର କରିଥିଲେ। ଏହି ଫଟୋରେ କଙ୍ଗନା ଏକ ଭିନ୍ନ ଶୈଳୀରେ ନଜର ଆସିଛନ୍ତି।

ହୋଷ୍ଟ୍ ସାଜିବେ କଙ୍ଗନା

ପ୍ରକାଶ ଥାଉଯେ କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ନିର୍ବାଚନଜନିତ ମନ୍ତବ୍ୟକୁ ନେଇ ସେ ବିବାଦିତ ହୋଇପଡିଥିଲେ। ଏପରିକି ତାଙ୍କ ମନ୍ତବ୍ୟ ନେଇ ତାଙ୍କୁ ଟ୍ୟୁଟରରୁ ସସ୍‌ପେଣ୍ଡ୍‌ କରାଯାଇଥିଲା। ସେତେବେଳେ ଅନେକ ଲୋକ ତାଙ୍କୁ ମଧ୍ୟ ଟ୍ରୋଲ୍ କରିଥିଲେ। ପରେ କରୋନାଜନିତ ମନ୍ତବ୍ୟକୁ ନେଇ ମଧ୍ୟ ଏହି ପଙ୍ଗା କୁଇନ୍ ଟ୍ରୋଲ୍‌ର ଶିକାର ହୋଇଥିଲେ। ତଥାପି ମଧ୍ୟ ବଲିଉଡ୍ ଜଗତରେ କଙ୍ଗନାଙ୍କ ଦବଦବା କମିବାର ନାଁ ଧରୁନି।

Advertisment
Kangana Ranaut Bollywood Actor Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ