Advertisment

“ହିନ୍ଦୀକୁ ବାଧ୍ୟବାଧକତା କରିବାର ନିଷ୍ଠୁର ଉଦ୍ଦେଶ୍ୟ ଏହି ଦେଶକୁ ଧ୍ୱଂସ କରିବ”

ପ୍ରାୟ ସମୟରେ ହିନ୍ଦୀ ଏବଂ ତାମିଲ ଭାଷାକୁ ନେଇ ବିବାଦ ଦେଖାଯାଏ। ତାମିଲ ଭାଷାଭାଷୀ ଲୋକମାନଙ୍କ ଉପରେ ହିନ୍ଦୀକୁ ଜବରଦସ୍ତ ଲଦି ଦିଆଯାଉଥିବା ସେମାନେ ଅଭିଯୋଗ କରନ୍ତି। ଏବେ ଏହାକୁ ନେଇ ବିବାଦୀୟ ମତ ଦେଇଛନ୍ତି କମଲ ହାସନ। ସେ କହିଛନ୍ତି…

Kamal haasan give controversial statement on hindi language

Kamal haasan give controversial statement on hindi language

Advertisment

ହିନ୍ଦୀ ଏବଂ ତାମିଲ ଭାଷା ମଧ୍ୟରେ ବିବାଦ ନୂଆ ନୁହେଁ। ସମୟ ସମୟରେ ତାମିଲ ଭାଷାଭାଷୀ ଲୋକମାନେ ହିନ୍ଦୀକୁ ସେମାନଙ୍କ ଉପରେ ଜବରଦସ୍ତ ଲଗାଯାଉଥିବା ଅଭିଯୋଗ କରିଆସୁଛନ୍ତି। ଦକ୍ଷିଣ ଭାରତରେ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି। ଏହି କ୍ରମରେ ଦକ୍ଷିଣ ସୁପରଷ୍ଟାର କମଲ ହାସନ ପୁଣି ଥରେ ହିନ୍ଦୀ ଭାଷା ଉପରେ ବିବାଦୀୟ ମତ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

Advertisment

ସାଉଥ୍‌ରୁ ଆରମ୍ଭ କରି ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଚିହ୍ନ ଛାଡିଥିବା ସୁପର୍‌ଷ୍ଟାର୍‌ କମଲ ହାସନ ନିଜର ଦମଦାର ଅଭିନୟ ଓ ମୁହଁ ଖୋଲା ଜବାବ ପାଇଁ ଜଣାଶୁଣା। ନିକଟରେ କମଲ ହାସନ ଏଭଳି ଏକ ବିବାଦୀୟ ମତ ଦେଇ ପୁଣିଥରେ ଭାଷା ବିବାଦ ପ୍ରସଙ୍ଗ ଉଠାଇଛନ୍ତି। ଯେତେବେଳେ ସେ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଥିଲେ ସେତେବେଳେ ସେ ଏହି ମତ ଦେଇଛନ୍ତି।

କେରଳ ସାଂସଦ ଜନ୍ ବ୍ରିଟାସ୍‌ଙ୍କ ଟ୍ୱିଟ୍‌କୁ ରିଟ୍ୱିଟ୍‌ କରିବାବେଳେ କମଲ ହାସନ ତାମିଲ ଭାଷାରେ ଏହି ପୋଷ୍ଟ୍‌ ଶେୟାର କରି ଲେଖିଛନ୍ତି ଯେ ମାତୃଭାଷା ଆମର ଜନ୍ମଗତ ଅଧିକାର। ଅନ୍ୟ ଭାଷା କହିବା ଏବଂ ଶିଖିବା ଏହା ଏକ ବ୍ୟକ୍ତିଗତ ପସନ୍ଦ। ଅନ୍ୟମାନଙ୍କ ଉପରେ ହିନ୍ଦୀକୁ ଜବରଦସ୍ତ କରିବା ମୂର୍ଖାମୀ। ଯେତିକି ଲାଗୁ ହୋଇଛି ତାହାକୁ ବିରୋଧ କରାଯିବ।

Advertisment

ପ୍ରକାଶଥାଉ ଯେ କମଲଙ୍କ ସମସ୍ତ ଟ୍ୱିଟ୍ ତାମିଲ ଭାଷାରେ ଅଛି। ସିପିଆଇଏମ୍ ସାଂସଦ ଜନ୍ ବ୍ରିଟାସ୍ ତାଙ୍କର ଏକ ଭିଡିଓ ଟ୍ୱିଟ୍ କରି କ୍ୟାପସନ୍‌ରେ ଲେଖିଛନ୍ତି, “ହିନ୍ଦୀକୁ ବାଧ୍ୟବାଧକତା କରିବାର ଆପଣମାନଙ୍କ ନିଷ୍ଠୁର ଉଦ୍ଦେଶ୍ୟ ଏହି ଦେଶକୁ ଧ୍ୱଂସ କରିବ। ଯଦି ସୁନ୍ଦର ପିଚାଇ ଆଇଆଇଟିରେ ହିନ୍ଦୀରେ ପରୀକ୍ଷା ଦେଇଥାନ୍ତେ, ତେବେ ସେ ଗୁଗୁଲର ଶୀର୍ଷ ପଦରେ ରହିଥାନ୍ତେ କି?”

Advertisment


— Kamal Haasan (@ikamalhaasan) December 25, 2022

ସେହିପରି କମଲ ହାସନ ତାଙ୍କ ଦ୍ୱିତୀୟ ଟ୍ୱିଟ୍‌ରେ ଚେତାବନୀ ଦେଇ ଲେଖିଛନ୍ତି ଯେ “କେରଳରେ ମଧ୍ୟ ସମାନ କଥା ସ୍ପଷ୍ଟ ଦେଖାଯାଉଛି। ଭାରତର ଅଧା ଭାଗରେ ଏହା କୁହାଯାଇଛି। ସାବଧାନ ରୁହନ୍ତୁ ପୋଙ୍ଗଲ ଆସୁଛି! ଓହଃ… କ୍ଷମା କର, ଆପଣ ଏହାକୁ ସହଜରେ ବୁଝିଯାଉଥିବେ, ଏଥିପାଇଁ ଜାଗ୍ରତ ରୁହନ୍ତୁ…।”

କମଲ ହାସନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଥିଲେ। ଏହା ପରେ ସେ ଦିଲ୍ଲୀରେ ଏକ ସଭାରେ ସମ୍ବୋଧିତ କରିଥିଲେ। କମଲ ହାସନ ସେହି ଭାଷଣକୁ ତାମିଲ ଭାଷାରେ ହିଁ ଦେଇଥିଲେ। ବର୍ତ୍ତମାନ ଏହା ଦେଖିବାକୁ କୌତୁହଳପ୍ରଦ ଯେ ଭାରତ ଯୋଡୋ ଯାତ୍ରାରେ ଯୋଗଦେବା ପରେ କମଲ ହାସନ ଏହିପରି ଟ୍ୱିଟ୍‌ କରି କେଉଁ ସଙ୍କେତ ଦେବାକୁ ଚାହୁଁଛନ୍ତି?

Bollywood Kamal Haasan Kamal Hassan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ