Advertisment

'କଳ୍‌କୀ ୨୮୯୮ ଏଡି'କୁ ଲିଗାଲ୍ ନୋଟିସ୍; ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି

ପ୍ରଭାସଙ୍କ ହାଇ ବଜେଟ୍ ଫିଲ୍ମ 'କଳ୍‌କୀ ୨୮୯୮ ଏଡି' ପୁଣି ବିବାଦରେ। ନିର୍ମାତା ଏବଂ ଅଭିନେତାମାନଙ୍କୁ ଏକ ଆଇନଗତ ନୋଟିସ୍ ପଠାଯାଇଛି। ନୋଟିସ୍ ପଠାଇଥିବା ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଯେ ଏହି ଫିଲ୍ମଟି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି।

ଅଦ୍ୟତନ ହୋଇଛି
Kalki 2898 ad team gets legal notice for allegedly hurting hindu sentiments

Kalki 2898 ad team gets legal notice for allegedly hurting hindu sentiments

Advertisment

ପ୍ରଭାସ ଏବଂ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ଫିଲ୍ମ 'କଳ୍‌କୀ ୨୮୯୮ ଏଡି' ପୁଣି ବିବାଦରେ। ନିର୍ମାତା ଏବଂ ଅଭିନେତାମାନଙ୍କୁ ଏକ ଆଇନଗତ ନୋଟିସ୍ ପଠାଯାଇଛି। ନୋଟିସ୍ ପଠାଇଥିବା ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଯେ ଏହି ଫିଲ୍ମଟି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି।

Advertisment

ANI ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ ଏହି ଫିଲ୍ମ ଶାସ୍ତ୍ର ବିରୁଦ୍ଧ ଅଟେ। ସେ ନିର୍ମାତାଙ୍କ ସହିତ ଅମିତାଭ ବଚ୍ଚନ ଏବଂ ପ୍ରଭାସଙ୍କୁ ମଧ୍ୟ ନୋଟିସ୍‌ ପଠାଇଛନ୍ତି। ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି, "ଭାରତ ହେଉଛି ଭାବନା, ବିଶ୍ୱାସ ଏବଂ ଭକ୍ତିର ଦେଶ। ସନାତନ ଧର୍ମର ମୂଲ୍ୟବୋଧକୁ ବଦଳାଇବା ଉଚିତ ନୁହେଁ। ସନାତନ ଧର୍ମର ଶାସ୍ତ୍ର ପରିବର୍ତ୍ତନ କରାଯିବା ଉଚିତ ନୁହେଁ। ଭଗବାନ କଳ୍‌କୀ ନାରାୟଣ ଆମର ବିଶ୍ୱାସର କେନ୍ଦ୍ରରେ ଅଛନ୍ତି। ତାଙ୍କୁ ଭଗବାନ ବିଷ୍ଣୁଙ୍କ ଶେଷ ଅବତାର ଭାବେ ବିବେଚନା କରାଯାଏ।"

Advertisment

ସେ କହିଛନ୍ତି, "ଏହି ଫିଲ୍ମ ଆମର ଧାର୍ମିକ ଶାସ୍ତ୍ରରେ ଯାହା କୁହାଯାଇଛି ତାହା ବିପରୀତ ଅଟେ। ଏହି ଫିଲ୍ମ ଆମର ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଉଛି। ତେଣୁ ଆମେ କିଛି ଆପତ୍ତି ଉଠାଇଛୁ ଏବଂ ଏହାର ଉତ୍ତରକୁ ଅପେକ୍ଷା କରିଛୁ। ହିନ୍ଦୁମାନଙ୍କ ଭାବନା ସହ ଖେଳିବା ଫିଲ୍ମ ନିର୍ମାତାଙ୍କ ଅଭ୍ୟାସ ହୋଇଗଲାଣି। ସନ୍ଥମାନଙ୍କୁ ରାକ୍ଷସ ରୂପରେ ଦେଖାଯାଉଛି। ଅଭିବ୍ୟକ୍ତିର ସ୍ୱାଧୀନତାର ମାନେ ନୁହେଁ ଯେ ଆପଣ ଆମ ବିଶ୍ୱାସ ସହିତ ଖେଳିବେ।”

Advertisment

ଆଚାର୍ଯ୍ୟ ପ୍ରମୋଦଙ୍କ ଆଇନଗତ ନୋଟିସ୍‌ ଭାରତର ସୁପ୍ରିମକୋର୍ଟର ଓକିଲ ଉଜ୍ଜ୍ୱଲ ଆନନ୍ଦ ଶର୍ମାଙ୍କ ଦ୍ୱାରା ପଠାଯାଇଛି। ନୋଟିସ୍‌ରେ ଆହୁରି ଲେଖାଅଛି ଯେ “ଆପଣଙ୍କ ଫିଲ୍ମ ଭଗବାନ କଳ୍‌କୀଙ୍କ ବିଷୟରେ ଥିବା ମୌଳିକ ଧାରଣାକୁ ବଦଳାଇ ଦେଇଛି। ଭଗବାନ କଳ୍‌କୀଙ୍କ କାହାଣୀ ଯାହା ହିନ୍ଦୁ ପୁରାଣ ଗ୍ରନ୍ଥଗୁଡ଼ିକରେ ଲେଖାଯାଇଛି ଏବଂ କୁହାଯାଇଛି ତାହାର ଦୃଶ୍ୟପଟ୍ଟକୁ ସଂପୂର୍ଣ୍ଣ ଭୁଲ୍ କରାଯାଇଛି ଏବଂ ଏହି ପବିତ୍ର ଗ୍ରନ୍ଥର ଅସମ୍ମାନ କରାଯାଇଛି।”


 
 
 
 
 
 
 
 
 
 
 
 
 
 

A post shared by Amitabh Bachchan (@amitabhbachchan)

ତେବେ ଫିଲ୍ମ 'କଳ୍‌କୀ ୨୮୯୮ ଏଡି' ନାଗ ଅଶ୍ୱିନଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏକ ସାଇ-ଫାଇ ଆକ୍ସନ୍ ଆଡ୍‌ଭେଞ୍ଚର୍‌। ମେଗା-ବଜେଟ୍‌ର ଏହି ଫିଲ୍ମ ହେଉଛି ସାଇନ୍ସ-ଫିକ୍ସନ୍ ଏବଂ ଭାରତୀୟ ପୁରାଣର ମିଶ୍ରଣ। ଏଥିରେ ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନ ମୁଖ୍ୟ ଭୂମିକାରେ ଥିବାବେଳେ ଶୋଭନା, ପଶୁପତି, ଶାଶ୍ୱତ ଚାଟାର୍ଜୀ, ଅନ୍ନା ବେନ, ଦିଶା ପାଟନୀ ଏବଂ ବ୍ରାହ୍ମାନନ୍ଦମ ସହଯୋଗୀ ଭୂମିକାରେ ଅଛନ୍ତି। ଏହାକୁ ୬୦୦ କୋଟି ଟଙ୍କାର ବଡ ବଜେଟ୍ ସହିତ ବୈଜୟନ୍ତୀ ମୁଭିଜ୍ ନିର୍ମାଣ କରିଛି।

Prabhas Amitabh Bachchan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ