Advertisment

KALKI ହିଟ୍ ନା ଫ୍ଲପ୍ ? ଫ୍ୟାନ୍ସଙ୍କ ମନ ଜିତିପାରିଛି ତ..ଜାଣନ୍ତୁ..

ଯେଉଁମାନେ ସିନେମାକୁ ଦେଖିଛନ୍ତି, ଯଦି ଫ୍ୟାନ୍ ତାହେଲେ ତ ସବୁଠୁ ବେଷ୍ଟ ସେମାନଙ୍କ ପାଇଁ ହେଲେ ଯେଉଁମାନେ ସିନେମା ପ୍ରେମୀ କିନ୍ତୁ ପ୍ରଭାସଙ୍କ ଫ୍ୟାନ୍ ନୁହଁନ୍ତି ସେମାନେ ଏବେ ବି ଦ୍ୱନ୍ଦ୍ୱରେ।

ଅଦ୍ୟତନ ହୋଇଛି
Kalki 2898 AD movie

Kalki 2898 AD movie

Advertisment

‘କଲକୀ’ 2898 AD ହିଟ୍ ନା ଫ୍ଲପ୍ ? ପ୍ରଭାସଙ୍କ ଫିଲ୍ମ କେତେ ଦମଦାର? ଦେଖିବେ ନା ନାହିଁ? ଏମିତି କିଛି ପ୍ରଶ୍ନ ପ୍ରାୟ ସବୁ ସିନେମା ପ୍ରେମୀଙ୍କ ପାଖରେ। ଯେଉଁମାନେ ସିନେମାକୁ ଦେଖିଛନ୍ତି, ଯଦି ଫ୍ୟାନ୍ ତାହେଲେ ତ ସବୁଠୁ ବେଷ୍ଟ ସେମାନଙ୍କ ପାଇଁ ହେଲେ ଯେଉଁମାନେ ସିନେମା ପ୍ରେମୀ କିନ୍ତୁ ପ୍ରଭାସଙ୍କ ଫ୍ୟାନ୍ ନୁହଁନ୍ତି ସେମାନେ ଏବେ ବି ଦ୍ୱନ୍ଦ୍ୱରେ। ଫିଲ୍ମକୁ ଦେଖିବା ପରେ କଣ ମତ ଦେବେ ତାକୁ ନେଇ ଦ୍ୱନ୍ଦ୍ୱ ଓ ମନରେ ଅନେକ ପ୍ରଶ୍ନ। ଏମିତି କିଛି ପ୍ରତିକ୍ରିୟା ଶୁଣିବା ପରେ ଫିଲ୍ମ ଦେଖିନଥିବା ବ୍ୟକ୍ତି ପାଖରେ ଖାଲି ପ୍ରଶ୍ନ ଆଉ ପ୍ରଶ୍ନ। କଲକୀ ଦେଖିବେ କି ନାହିଁ।

Advertisment

ପ୍ରଥମ ଓ ଗୁରୁତ୍ବପୂର୍ଣ୍ଣ ହେଉଛି ସିନେମା ଦେଖିବାକୁ ଗଲା ବେଳେ ମନରୁ ବାହୁବଳୀର ଆଶା ଛାଡ଼ି ଦିଅନ୍ତୁ। ପ୍ରଭାସ ଯେ, ଅମରେନ୍ଦ୍ର ବାହୁବଳୀ ଭଳି ଥିବେ କିମ୍ବା ତାଙ୍କ ଭଳି ଚରିତ୍ର ଥିବା ସେମିତି ନଭାବିକି ଗଲେ ଭଲ ହେବ। ଯଦି, ପ୍ରଭାସଙ୍କ ରିବେଲ୍ କିମ୍ବା ମିଚ୍ରି ଦେଖିଛନ୍ତି ସେହିଭଳି କଲକୀରେ ପ୍ରଭାସଙ୍କ ଚରିତ୍ର ପ୍ରାୟତଃ ସମାନ ଲାଗିବ। ହିରୋ ଏଠି କମେଡି କରୁଛି, ଆକ୍ସନ୍ ବି କରୁଛି। କହିବାକୁ ଗଲେ, ପ୍ରଭାସଙ୍କ ଫିଲ୍ମ ନୁହେଁ କଲକୀ ବରଂ କଲକୀରେ ପ୍ରଭାସ ଜଣେ ଅଭିନେତା। ହଁ  ପାର୍ଟ-୨ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ସିନେମାର କାହାଣୀ ଅନନ୍ୟ, ସବୁଠୁ ଅଲଗା। ମହାଭାରତକୁ ଭବିଷ୍ବତରେ ଉତାରିବା ଏତେ ସହଜ ନୁହେଁ। ପରଦାକୁ ଆଣିବା ଛାଡ଼ନ୍ତୁ, ଭାବିବା ବି ମୁସକିଲ୍। ଯାହା ଘଟି ଯାଇଛି ଅତୀତରେ ଅର୍ଥାତ ମହାଭାରତରେ ତାକୁ ବଦଳାଇ ହେବନି। କିନ୍ତୁ ଭବିଷ୍ବତରେ ଯାହା ହେବ ତାକୁ ଅନୁମାନ ଲଗାଇ ପାରିବା। ବାସ୍ ନିର୍ଦ୍ଦେଶକ ନାଗ୍ ଅଶ୍ବିନୀ ସେୟା କରିଛନ୍ତି। ମହାଭାରତକୁ ଏକଦମ୍ କାହାଣୀରେ ୨୮୯୮ ମସିହାରେ କଣ ଘଟିବ ତାକୁ ଦର୍ଶାଇଛନ୍ତି।

Advertisment

ଅମିତାଭ୍ ବଚ୍ଚନ ଓ ଦୀପିକା ପାଦୁକୋନଙ୍କ ଅଭିନୟରୁ ଆଖି ଫେରାଇ ପାରିବେନି। ଅଶ୍ବଥାମା ଚରିତ୍ରରେ ଥିବା ବିଗ୍ ବି’ଙ୍କ ଗୋଟିଏ ଗୋଟିଏ ଆକ୍ସନ୍ ଓ ଡାଇଲଗ୍ ଏତେ ରିୟଲିଷ୍ଟିକ୍ ଯାହା କଳନା କରିବା ସମ୍ଭବ ନୁହେଁ। ସିନେମାରେ ନେଗେଟିଭ୍ ସେଡ୍ ରେ ଥିବା କମଲ ହସନ୍(ୟାସନିକ୍)ଙ୍କୁ ଦେଖିବା ମାତ୍ରେ କିଛିଟା ଡରିଯିବେ। ଅଳ୍ପ ସମୟ ସ୍କ୍ରିନରେ ଥିବା ସତ୍ତ୍ବେ ବେଶ୍ ପ୍ରଭାବଶାଳୀ ‘ୟାସନିକ୍’ ଚରିତ୍ର।

ସିନେମାରେ ଅଭିନେତାଙ୍କଠୁ ଅଧିକ ଚର୍ଚ୍ଚିତ AI କାର୍ ‘ବୁଜ୍ଜି’। ପ୍ରଭାସଙ୍କ ସହ ପୁରା ଫିଲ୍ମରେ ବୁଜ୍ଜି ରହିଛି। ଯାହା ପ୍ରଭାସ କୁହନ୍ତି ତାହା କରେ, ଯେଭଳି ସେ ହିଁ ବେଷ୍ଟ 
ଫ୍ରେଣ୍ଡ୍। ୬୦୦ ଟନର ଏହି କାରକୁ ମହେନ୍ଦ୍ରା କମ୍ପାନୀ ଡେଭଲପ୍ କରିଛି। ବିଶାଳକାୟ ଆକାର ହିଁ ବୁଜ୍ଜିର ବଡ଼ ପରିଚୟ। ବୁଜ୍ଜିର ଭଏସ୍ ଅଭିନେତ୍ରୀ କିର୍ତ୍ତି ସୁରେଶ ଦେଇଛନ୍ତି। ‘କଲକୀ’ରେ କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ସବୁ ଦିନ ପାଇଁ ମନେ ରହିବେ। ବହୁ ଦିନ ପରେ ବଡ଼ ପରଦାକୁ ଫେରିଛନ୍ତି କମେଡି କିଙ୍ଗ ସାଉଥ୍ ର ପୋଷ୍ଟର ବୟ ବ୍ରହ୍ମାନନ୍ଦନ, ବାହୁବଳୀ ନିର୍ଦ୍ଦେଶକ ଏସଏସ୍ ରାଜମୋଲି, ୟୁଥ୍ ସେନସେସନ୍ ଦୁଲକର ସଲମାନ ଏବଂ ମୁର୍ଣ୍ଣାଲ ଠାକୁର ନଜର ଆସିଛନ୍ତି। ସମସ୍ତଙ୍କ ପାଖରେ କାରଣ ରହିଛି କାହାଣୀକୁ ନେଇ। ସମସ୍ତେ ପାର୍ଟ-୨ରେ ବଡ଼ ଭୂମିକା ନେବେ।

Advertisment

ଖରାପ କ’ଣ?

ସିନେମାର ପ୍ରଥମ ହାଫ୍ ବହୁତ୍ ଲମ୍ବା ଟଣା ଯାଇଛି। କୁହାଯାଏ ନା ପ୍ରଥମ ହାଫ୍ ପୁରା ଫିଲ୍ମର ମୁଡ୍ ସେଟ୍ କରେ। ସେମିତି କିଛି ଖରାପ ଅନୁଭୂତି ନଆଣିଲେ ବି ବୋର୍ କରିବ ପ୍ରଥମ ହାଫ୍। 

  • ପ୍ରଭାସ କାହିଁକି କମେଡି କରୁଛନ୍ତି ବୋଲି ପ୍ରଶ୍ନ କରିବେ?
  • ଦିଶା ପଟାନୀ ବ୍ୟତିତ୍ ଆଉ କେହି ମିଳିଲେନି କି ?
  • ପ୍ରଭାସଙ୍କ ଭଏସ୍ ଶରତ କେଲକର୍ ଡବ୍ କରିଥିଲେ ଭଲ ହୁଅନ୍ତା
  • ସେଟ୍ ଡିଜାଇନ୍ ହଲିଉଡ୍ ଭଳି ଲାଗିବ କିଛି ନୂଆ ନୁହେଁ

ଭଲ କଣ?

  • କାହାଣୀ, ୟାଠୁ ଭଲ କାହାଣୀ ଭାବିବା ଅସମ୍ଭବ
  • ପ୍ରଥମ ୫ ମିନିଟ୍ ସିନ୍, ଶେଷ ୧୦ ମିନିଟ୍ 
  • ଦୀପିକା, ଅମିତାଭ ଏବଂ କମଲ ହସନଙ୍କ ସ୍କ୍ରିନ୍ ପ୍ରେଜେନସ୍
Deepika Padukone Amitabh Bachchan Bollywood Films Prabhas Movie
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ