Justin Bieber Says He Has Facial Paralysis
ହଲିଉଡ୍ର ଲୋକପ୍ରିୟ ପପ୍ ଗାୟକ ଜଷ୍ଟିନ ବିବର(Justin Bieber) ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ପାରାଲିସିସ୍ରେ ଆକ୍ରାନ୍ତ ହୋଇଥିବା ଜଣପଡ଼ିଛି। ଇନ୍ଷ୍ଟାଗ୍ରାମରେ ଭିଡିଓ ଶେଆର କରି ଏକ ରାଜ୍ର ଖୁଲାସା କରିଛନ୍ତି ଜଷ୍ଟିନ ବିବର୍। ଜଷ୍ଟିନ୍ ଇନ୍ଷ୍ଟାଗ୍ରାମରେ ଭିଡିଓ ଶେଆର କରି କହିଛନ୍ତି, ସେ Ramsay Hunt Syndrome ନାମକ ଏକ ରୋଗରେ ପୀଡ଼ିତ ଅଛନ୍ତି। ଯାହାକି ଧୀରେ ଧୀରେ ମୁଖ ପାରାଲିସିସ୍ ଆଡ଼କୁ ଗତି କରୁଛି।
୨୮ ବର୍ଷୀୟ ଜଷ୍ଟିନ ବିବର ସେତେବେଳେ ଏହାକୁ ଖୁଲାସା କରିଛନ୍ତି, ଯେତେବେଳେ ସେ ‘ଜଷ୍ଟିସ୍ ୱର୍ଲଡ୍ ଟୁର୍ ସିଡ୍ୟୁଲ୍’ରେ ଆଉ ଆଗକୁ ବଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ଏହି ଘୋଷଣା ସେ ଟୋରୋଣ୍ଟୋରେ ନିଜର ପ୍ରଥମ କନସର୍ଟର କିଛି ଘଣ୍ଟା ପୂର୍ବରୁ କରିଥିଲେ।
ଜଷ୍ଟିନ ଆଖିର ପଲକ ପକାଇ ପାରୁନାହାନ୍ତି। ତାଙ୍କ ମୁହଁର ଗୋଟିଏ ପାର୍ଶ୍ୱ ପୁରାପୂରି ଅକାମି ହୋଇଯାଇଛି। ଏପରିକି ସେ ଠିକ୍ ଭାବେ ହସି ପାରୁନଥିବା ଭିଡିଓରେ କହିଛନ୍ତି। ଏକ ଭାଇରସ୍ ଯୋଗୁ ସେ Ramsay Hunt Syndrome ରୋଗରେ ପୀଡିତ ଅଛନ୍ତି। ଏହି ଭାଇରସ ତାଙ୍କ କାନ, ନାକ ଓ ଶିରା ଉପରେ ଆଟାକ୍ କରିଛି। ଏହି କାରଣ ଯୋଗୁ ତାଙ୍କ ମୁହଁର ଗୋଟିଏ ପାର୍ଶ୍ୱ ପୁରା ଅକାମି ହୋଇପଡିଥିବା ଜଷ୍ଟିନ କହିଛନ୍ତି।
ଜଷ୍ଟିନଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଫ୍ୟାନ୍ସମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1654933359.jpg)