Advertisment

ମାତ୍ର ୬ ମାସରେ ସଫଳତା; ଅଳଙ୍କାରକୁ ମିଳିଲା ୧୨୮k ସବ୍‌ସ୍କ୍ରାଇବର୍‌

ଖୁବ କମ ଦିନରେ ‘ଅଳଙ୍କାର’ର ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ୧୨୮k ସବ୍‌ସ୍କ୍ରାଇବର ମିଳିଛି। ଏହି ଖୁସିରେ ଟିମ୍ ସଦସ୍ୟମାନେ ଆଜି ଏହାକୁ ନେଇ ଏକ ସେଲିବ୍ରେସନ୍ କରିଛନ୍ତି।

ଅଦ୍ୟତନ ହୋଇଛି
Anankar TV Channel

Just in 6 months Anankar got 128k subscribers

Advertisment

ମାତ୍ର ୬ ମାସରେ ‘ଅଳଙ୍କାର’ର ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ମିଳିଛି ଅତୂଳନୀୟ ସଫଳତା। ଖୁବ କମ ଦିନରେ ଚ୍ୟାନେଲ୍‌କୁ ୧୨୮k ସବ୍‌ସ୍କ୍ରାଇବର ମିଳିଥିବାରୁ ଟିମ୍ ଉତ୍ସାହିତ ହୋଇଥିବା ଦେଖାଯାଇଛି। ଏହି ଖୁସିରେ ଟିମ୍ ସଦସ୍ୟମାନେ ଆଜି ଏହାକୁ ନେଇ ଏକ ସେଲିବ୍ରେସନ୍ କରିଛନ୍ତି। ଅଫିସ୍ ପରିସରରେ କେକ୍ କାଟି ଖୁସି ମନେଇବା ସହ ୟୁଟ୍ୟୁବ୍‌ର ଲୋଗୋକୁ ଉନ୍ମୋଚନ କରିଛନ୍ତି।

Advertisment

ଏହି ଚ୍ୟାନେଲ୍ ସାଧାରଣତଃ ଚଳଚ୍ଚିତ୍ର ଓ ଯାତ୍ରା ପାଇଁ ଲୋକପ୍ରିୟତା ହାସଲ କରିଛି। ଓଡିଶାବାସୀ ଏକ ଭଲ ଫିଲ୍ମ ଓ ଯାତ୍ରା ଦେଖିବାକୁ ମନ ବଳେଇଲେ ‘ଅଳଙ୍କାର’ ଚ୍ୟାନେଲ୍‌କୁ ଯାଇଥାନ୍ତି। ତେବେ ଆଜିର ଯୁବପିଢିଙ୍କ ଚାହିଦାକୁ ଲକ୍ଷରେ ରଖି ଚ୍ୟାନେଲ୍ ମାତ୍ର ୬ ମାସ ଭିତରେ ଏହାର ଏକ ୟୁଟ୍ୟୁବ୍ ଚ୍ୟାନେଲ୍‌ ଖୋଲିଥିଲା। ଏଥିରେ ପ୍ରାୟ ୬୫୮ଟି ଭିଡିଓ ପୋଷ୍ଟ୍ ହୋଇଥିବା ବେଳେ ଏହାକୁ ଜନାଦୃତି ମିଳିଚାଲିଛି। ଦିନକୁ ଦିନ ଏହାର ସବ୍‌ସ୍କ୍ରାଇବର ସଂଖ୍ୟା ମଧ୍ୟ ବଢିଚାଲିଛି।

ଏହି ଖୁସିରେ ତରଙ୍ଗ ସିନେ ପ୍ରଡକ୍‌ସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଦେବୀଦତ୍ତ ମହାନ୍ତି ଦର୍ଶକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି “୬ ମାସରୁ କମ ଦିନ ମଧ୍ୟରେ ଆମ ଟିମ୍ ଏହି ସଫଳତା ଅର୍ଜନ କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଦର୍ଶକମାନେ ମଧ୍ୟ ଆମ ପୋଷ୍ଟଗୁଡିକୁ ଭଲ ପାଉଛନ୍ତି ଆଉ ଆମ ସବ୍‌ସ୍କ୍ରାଇବର୍ ସଂଖ୍ୟା ମଧ୍ୟ ଧିରେ ଧିରେ ବଢିଚାଲିଛି।”

Advertisment

ଏହି ଚ୍ୟାନେଲ୍‌ର ୟୁଟ୍ୟୁବ୍‌ରେ ଆପଣ ଅନେକ ଲମ୍ବା ଭିଡିଓ ସହିତ କେତେକ ସର୍ଟ୍ସ ମଧ୍ୟ ଦେଖିପାରିବେ। ପୋଷ୍ଟ୍‌ଗୁଡିକରେ ଆପଣ ଯାତ୍ରା ଓ ଫିଲ୍ମର ଅନେକ ସିନ୍‌ ସହ ଗୀତ, କମେଡି ମଧ୍ୟ ଦେଖିପାରିବେ। ନିକଟରେ ଚ୍ୟାନେଲ୍‌ରେ ଯାତ୍ରାର ଏକ ସିନ୍‌କୁ (‘ଥାନା ବାବୁ ମତେ ଗୋଟେ ଛୁଆ ଦିଅ’ ନା’) ପୋଷ୍ଟ୍ କରାଯାଇଥିଲା । ମାତ୍ର ତିନି ସପ୍ତାହ ଭିତରେ ଏହାକୁ ୨୨୧k ଭିୟୁ ମିଳିଥିବା ବେଳେ ଅନେକ ପସନ୍ଦ ମଧ୍ୟ କରିଛନ୍ତି।

ସେହିପରି ‘ମୁଁ ତମ ପିଲାର ମା’ ହବାକୁ ଯାଉଛି’, ‘ଅଷ୍ଟକିଳା ବାବା ମାତା ଖୋଜୁଛନ୍ତି’, ‘ତୁ ମୋ କ୍ଷୀରବାଲି ହେଇଯାଆ’, ‘ସହରରୁ ଆସିଛି ନୂଆ ବୋହୂ’, ‘ବନ୍ଧା ପଡିଛି ସେ ବନ୍ଧୁ ପ୍ରେମରେ’, ‘ଏମିତି ରାତି ଭୁଲିବି ନାହିଁ’ ଭଳି ଅନେକ ଭିଡିଓ ଆପଣମାନେ ଦେଖିପାରିବେ।

Advertisment

Alankar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ