Advertisment

Jollywood Actor Piyush Tripathy: ମୁଦ୍ରାରାକ୍ଷସ କଳଙ୍କରୁ ମୁକ୍ତି ପାଇଁ ଛାଡ଼ିଦେବି ଯାତ୍ରା ପେଣ୍ଡାଲ୍, କହିଲେ ଅଭିନେତା ପୀୟୂଷ ତ୍ରିପାଠୀ

ସତ କଥା ହେଉଛି, ମୁଁ ଯିବି ବୋଲି ତାଙ୍କୁ କହିଥିଲି । କିନ୍ତୁ ସୂର୍ଯ୍ୟମନ୍ଦିରର ଇମୋସନ ଛାଡିକି ଯାଇପାରିଲି ନାହିଁ । ମୁଁ ଏଠି ବର୍ଷେ ହେଲା କାମ କରୁଛି । ଯେହେତୁ ତାଙ୍କ ସହ ସମନ୍ୱୟ ଠିକଠାକ୍ ରହିଲାନି, ମୁଁ ଗଲିନାହିଁ । ସେ କିନ୍ତୁ ମୋତେ ବହୁତ କଥା କହିଥିଲେ, ମୋ ମୋବାଇଲରେ ସବୁ ରେକର୍ଡ ହୋଇ ରହିଛି । ସେ କହିଥିଲେ, ମିଡିଆ ଆଗରେ ଗାଡ଼ି କଥା କହିବେନି । କିନ୍ତୁ ମିଡିଆକୁ ଆସି ଗାଡ଼ି କଥା କହିଲେ । ସେ କଣ କହିଥିଲେ ତାହାର ମଧ୍ୟ ପ୍ରମାଣ ମୁଁ ରଖିଛି ।

ଅଦ୍ୟତନ ହୋଇଛି
Jollywood Actor Piyush Tripathy

Jollywood Actor Piyush Tripathy

Advertisment

ଓଡ଼ିଶା ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ ଓଟିଭି ଷ୍ଟୁଡିଓରେ କହିଛନ୍ତି ଘଟିଛି କ'ଣ । କହିଛନ୍ତି ତାଙ୍କ ମନର କଥା । ତାଙ୍କ ନାଁରେ ଆସିଥିବା ଅଭିଯୋଗର ରଖିଛନ୍ତି ଜବାବ । ତାଙ୍କୁ ସାରା ଓଡ଼ିଶାରେ ବଦନାମ କରାଯାଇଛି । ଏହା ତାଙ୍କୁ ବାଧିଥିବା ସେ କହିଛନ୍ତି । ଓଡ଼ିଶାରେ ଜଣେ ଯାତ୍ରା କଳାକାର କଣ ଏତେ ଟଙ୍କା ପାଏ । ଯାତ୍ରା ପାର୍ଟି ଏମିତି କଣ ହୋଇଗଲା କି ବୋଲି ପ୍ରଶ୍ନ କରିଛନ୍ତି ପୀୟୂଷ । ମହାପ୍ରଭୁ ଜଗନ୍ନାଥଙ୍କ ନାଁ ଯୋଡି ମୋ ସହ ଖେଳିଛନ୍ତି ବୋଲି କହିଛନ୍ତି ପୀୟୂଷ । ସେ କହିଛନ୍ତି, ମୋର କିଛି ଭୁଲ୍ ରହିଛି । ତାଙ୍କର ବି ଭୁଲ୍ ରହିଛି । ଗୋଟିଏ ହାତରେ ତାଳି ବାଜେନି । 

Advertisment

ମୁଁ କେବେ ପଇସା ପଛରେ ଗୋଡେଇନି । ଲୋକଙ୍କ ସାମନାରେ ଏମିତି ଚିତ୍ରଣ କରାଗଲା ଯେ, ମୁଁ ଯେମିତି ପଇସା ପଛରେ ଗୋଡେଇଛି । ମୁଁ ତାଙ୍କୁ ୩୨ ଲକ୍ଷ ଟଙ୍କା ଫେରେଇଦେଇଛି । ତାଙ୍କୁ ଦୁଇଥର ଗାଡ଼ି ଫେରାଇଛି, କିନ୍ତୁ ସେ ତାହା ନେଇନାହାନ୍ତି । ଏଗ୍ରିମେଣ୍ଟ ପେପରରେ କଣ ଅଛି ସେ ଦେଖାନ୍ତୁ ବୋଲି କହିଛନ୍ତି । ଯଦି ସେ ଆଇନର ଲଢ଼େଇ ଲଢିବାକୁ ଚାହୁଁଛନ୍ତି ଲଢ଼ନ୍ତୁ ବୋଲି ସେ କହିଛନ୍ତି । ମୁଦ୍ରାରାକ୍ଷସ କଳଙ୍କରୁ ମୁକ୍ତି ପାଇଁ ମୁଁ ଯାତ୍ରା ପେଣ୍ଡାଲ ଛାଡିଦେବି ବୋଲି ସେ କହିଛନ୍ତି ।

ସତ କଥା ହେଉଛି, ମୁଁ ଯିବି ବୋଲି ତାଙ୍କୁ କହିଥିଲି । କିନ୍ତୁ ସୂର୍ଯ୍ୟମନ୍ଦିରର ଇମୋସନ ଛାଡିକି ଯାଇପାରିଲି ନାହିଁ । ମୁଁ ଏଠି ବର୍ଷେ ହେଲା କାମ କରୁଛି । ଯେହେତୁ ତାଙ୍କ ସହ ସମନ୍ୱୟ ଠିକଠାକ୍ ରହିଲାନି, ମୁଁ ଗଲିନାହିଁ । ସେ କିନ୍ତୁ ମୋତେ ବହୁତ କଥା କହିଥିଲେ, ମୋ ମୋବାଇଲରେ ସବୁ ରେକର୍ଡ ହୋଇ ରହିଛି । ସେ କହିଥିଲେ, ମିଡିଆ ଆଗରେ ଗାଡ଼ି କଥା କହିବେନି । କିନ୍ତୁ ମିଡିଆକୁ ଆସି ଗାଡ଼ି କଥା କହିଲେ । ସେ କଣ କହିଥିଲେ ତାହାର ମଧ୍ୟ ପ୍ରମାଣ ମୁଁ ରଖିଛି । ସେ ମୋତେ କୌଣସି ପ୍ରକାରେ ନେବାକୁ ଚାହୁଁଥିଲେ, କିନ୍ତୁ ନେଇପାରିଲେ ନାହିଁ । କାଳିଆ ଠାକୁରଙ୍କ ନାଁ ନେଇ ମୋତେ ବଦନାମ କଲେ, ମୁଁ କିନ୍ତୁ ସେଭଳି ଲୋକ ନୁହେଁ ବୋଲି ସେ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ : ଓଡ଼ିଶା ଯାତ୍ରା ଜଗତରେ ବଡ଼ ହଲଚଲ୍; ବିବାଦ ଘେରରେ ପୀୟୂଷ ତ୍ରିପାଠୀ

ସିଏ ଯେଉଁ ଗାଡ଼ି କଥା କହୁଛନ୍ତି, ସେ ଗାଡ଼ି ମୁଁ ଫେରାଇଦେବାକୁ କହୁଛି । ଗାଡ଼ିର ଚାବି ମୁଁ ତୁରନ୍ତ ଦେଇଦେବାକୁ ଚାହୁଁଛି । ଯାତ୍ରା ପାର୍ଟିର ମାଲିକ ହୋଇ ସେ କାହିଁକି ଆତ୍ମହତ୍ୟା ଭଳି ଶବ୍ଦ ବ୍ୟବହାର କଲେ, ତାହା ସେ ଠିକ୍ କରିନାହାନ୍ତି । ମୋ ପାଇଁ କୌଣସି ଯାତ୍ରା ପାର୍ଟି ଭାଙ୍ଗିଯିବା କହିବା ଠିକ୍ ନୁହେଁ ବୋଲି କହିଛନ୍ତି । ସୋସିଆଲ ମିଡିଆରେ ମୋ ନାଁରେ ବହୁ ଅପଶବ୍ଦ ବ୍ୟବହାର କରାଯାଉଛି । ସେଥିପାଇଁ ମୁଁ ମର୍ମାହତ ବୋଲି କହିଛନ୍ତି ପୀୟୂଷ । ତାଙ୍କ ଜୀବନ ପ୍ରତି ବିପଦ ଥିବାର ସେ କହିଛନ୍ତି । ଏହାର ଭିଡିଓ ରେକର୍ଡିଂ ସେ ରଖିଥିବାର କହିଛନ୍ତି ।

ଏହି ବିବାଦର ସମାଧାନ କେମିତି ହେବ ବୋଲି ପଚାରାଯିବାରୁ ପୀୟୂଷ କହିଛନ୍ତି, ମୋତେ ଯାତ୍ରାରୁ କାଢ଼ିଦିଅନ୍ତୁ । ଏମିତି ବଦନାମ୍ ହେଲା ପରେ ଆଉ ଯାତ୍ରା କରିବାକୁ ଇଚ୍ଛା ନାହିଁ । ଏମିତି ପରିସ୍ଥିତି ଭିତରେ ବିବାଦରେ ଛନ୍ଦି ହୋଇପଡ଼ିଛିନ୍ତି ଲୋକପ୍ରିୟ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ। ସୋସିଆଲ ମିଡିଆରେ ଯାତ୍ରାପାର୍ଟି ମାଲିକଙ୍କ ଆରୋପ ଓ ପୀୟୂଷଙ୍କ ରୋକଠୋକ୍ ଜବାବ ସହ ଉଭୟଙ୍କ ମଧ୍ୟରେ ବାଦ ବିବାଦ ଏବେ ଯାତ୍ରା ଜଗତରେ ସୃଷ୍ଟି କରିଛି ବଡ଼ ହଲଚଲ୍। ଚୁକ୍ତି ମୁତାବକ ଟଙ୍କା ଓ ଦାମୀ ଗାଡ଼ି ଉପହାର ନେବା ସହ ଜଗନ୍ନାଥଙ୍କ ନାଁରେ ଶପଥ କରି ବି ଯାତ୍ରାପାର୍ଟି ସିଂହବାହିନୀରେ ଯୋଗ ଦେଉନଥିବା ସାଂଘାତିକ ଅଭିଯୋଗ ଆଣିଥିଲେ ଏହାର ମାଲିକ। ଏପଟେ ପୀୟୁଷ କହିଥିଲେ, ମୋ କଥାକୁ କଦର୍ଥ କରାଯାଇଛି।

Advertisment

ତେବେ ଏଠି ପ୍ରଶ୍ନ, ଯାତ୍ରା ସିଂହବାହିନୀ ଓ ଲୋକପ୍ରିୟ ଆର୍ଟିଷ୍ଟ ପୀୟୂଷ ତ୍ରିପାଠୀଙ୍କ ମଧ୍ୟରେ କାହିଁକି ସୃଷ୍ଟି ହେଲା ବିବାଦ ? ଯାତ୍ରା ସିଂହବାହିନୀ ମାଲିକଙ୍କ ସଞ୍ଜୀବ ପାଢ଼ୀଙ୍କ କହିବାନୁସାରେ, ଚଳିତ ୨୦୨୫-୨୬ ଯାତ୍ରା ଋତୁ ସହ ଆଗାମୀ ୫ବର୍ଷ ପାଇଁ ତାଙ୍କ ଯାତ୍ରା ପାର୍ଟିରେ ଅଭିନୟ କରିବାକୁ ପୀୟୁଷ ଚୁକ୍ତି କରିଥିଲେ। ଚୁକ୍ତି ମୁତାବକ ପୀୟୁଷ ବ୍ୟାଙ୍କ ଆକାଉଣ୍ଟରେ ୩୦ ଲକ୍ଷ ଓ ନଗଦ ଆକାରରେ ୨୫ଲକ୍ଷ ଏପରି ମୋଟ୍ ୫୫ଲକ୍ଷ ଟଙ୍କା ଅଗ୍ରୀମ ନେଇଛନ୍ତି। ତାସହ ନିଜ ମନପସନ୍ଦର ଏକ ଦାମୀ ଗାଡ଼ି ବି ଉପହାର ନେଇଛନ୍ତି। ଏତେସବୁ ସତ୍ତ୍ବେ ମଧ୍ୟ ପୀୟୂଷ ସିଂହବାହିନୀକୁ ଅଭିନୟ ପାଇଁ ଆସିବେ ନାହିଁ ବୋଲି ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ରଖୁଛନ୍ତି। ଏପଟେ ଏହାର ଜବାବ ବି ରଖିଛନ୍ତି ପୀୟୂଷ ତ୍ରିପାଠୀ। ତେବେ ଯାତ୍ରା ପାର୍ଟି ମାଲିକ ସଞ୍ଜୀବ ପାଢ଼ୀ କହିଛନ୍ତି, ସବୁ କଥା କାଲି ଖୋଲିଦେବି । 

ଅଧିକ ପଢ଼ନ୍ତୁ : ଯାତ୍ରା ଦେଖୁଥିଲେ ଲୋକେ, ଏଣେ ଗାଁରୁ ଟଙ୍କା ସୁନାଗହଣା ପୋଛିନେଲେ ଚୋର

Odisha Jatra Artiste Entertainment Entertainment News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ