Advertisment

ଓସ୍କାର ମଞ୍ଚରେ ଚମକାଇ ଦେଲେ ଜନ୍ ସିନା, ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନ୍ ଆୱାର୍ଡ ଘୋଷଣା ପାଇଁ ଉଲଗ୍ନ ହୋଇ ଆସିଲେ

ସିନାଙ୍କୁ ଏଭଳି ରୂପରେ ମଞ୍ଚରେ ଦେଖି ସମସ୍ତ ଆଶ୍ଚର୍ଯ୍ୟ ହେବା ସହ ପ୍ରବଳ ହସିଥିଲେ। ଏହାପରେ ସେ ହୋଷ୍ଟ କିମେଲଙ୍କୁ କହିଲେ, ‘ପୋଷାକ ଏତେ ଗୁରୁତ୍ୱପୂର୍ଣ୍ଣ । ବୋଧହୁଏ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ’।

ଅଦ୍ୟତନ ହୋଇଛି
Oscars 2024

Oscars 2024

Advertisment

କାଲିଫର୍ଣ୍ଣିଆର ଡଲବି ଥିଏଟରରେ ଓସ୍କାର ପୁରସ୍କାର ଉତ୍ସବ ଅନୁଷ୍ଠିତ ହେଉଛି। ଦେଶ ବିଦେଶର ଅନେକ ଫିଲ୍ମ ଏବଂ ତାରକା ସମ୍ମାନିତ ହେବାକୁ ଯାଉଛନ୍ତି । ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ମଞ୍ଚକୁ ଆସି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଜନ୍ ସିନା। ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନ୍ ଆୱାର୍ଡ ଘୋଷଣା କରିବାକୁ ସେ ଉଲଗ୍ନ ହୋଇ ମଞ୍ଚକୁ ଆସିଥିଲେ।

Advertisment

ପ୍ରଥମ ପୁରସ୍କାର ଭାବେ ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନ୍ ଆୱାର୍ଡ ଘୋଷଣା କରାଯିବାର ଥିଲା। ଏଥିପାଇଁ ହୋଷ୍ଟ ଜିମି କିମେଲ ରେସଲର ତଥା ଅଭିନେତା ସିନାଙ୍କୁ ମଞ୍ଚକୁ ଡାକିଥିଲେ। ହେଲେ ଜନ୍ ସିନାଙ୍କୁ ଦେଖି ଗ୍ୟାଲେରୀରେ ବସିଥିବା ଦର୍ଶକେ ଚମକି ପଡ଼ିଥିଲେ। ଜନ୍ ସିନା ଉଲଗ୍ନ ହୋଇ ମଞ୍ଚକୁ ଆସି ପୋଷାକ ନ ପିନ୍ଧିବା ଦ୍ୱାରା ପୋଷାକର ମହତ୍ତ୍ୱ କଣ ରହିଛି ସେ ନେଇ ଆଲୋଚନା କରିଥିଲେ।

ସିନାଙ୍କୁ ଏଭଳି ରୂପରେ ମଞ୍ଚରେ ଦେଖି ସମସ୍ତ ଆଶ୍ଚର୍ଯ୍ୟ ହେବା ସହ ପ୍ରବଳ ହସିଥିଲେ। ଏହାପରେ ସିନା ହୋଷ୍ଟ କିମେଲଙ୍କୁ କହିଲେ, ‘ପୋଷାକ ଏତେ ଗୁରୁତ୍ୱପୂର୍ଣ୍ଣ । ବୋଧହୁଏ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ’। ଜନ୍ ସିନାଙ୍କର ଏହି ରୂପ ୧୯୭୪ ଓସ୍କାରକୁ ମନେ ପକାଇ ଦେଇଥିଲା। ସେତେବେଳେ ଜଣେ ବ୍ୟକ୍ତି ଉଲଗ୍ନ ହୋଇ ମଞ୍ଚକୁ ଆସିବା ପରେ ବାଧା ସୃଷ୍ଟି ହୋଇଥିଲା।

Advertisment

ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନ୍ ପାଇଁ ‘ପୁଅର ଥିଙ୍ଗସ୍’ ଓସ୍କାର ଜିତିଛି। କେଶ ଏବଂ ମେକଅପ୍, ପ୍ରଡକ୍ସନ୍ ଡିଜାଇନ୍ ଏବଂ ପୋଷାକ ପାଇଁ ବ୍ୟାକ୍-ଟୁ-ବ୍ୟାକ୍ ବିଜୟ ସହିତ ଏହି ଚଳଚ୍ଚିତ୍ର ଆୱାର୍ଡ ନାଇଟ ଆରମ୍ଭରେ ଏକାଧିକ ଓସ୍କାର ହାତେଇଛି। ଏହାପରେ ଆଗକୁ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଏମା ଷ୍ଟୋନ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମେତ ଅନେକ ବଡ ନାମାଙ୍କନ ଆସିବ।

Advertisment
Oscar Awards John Cena
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ