John Abraham got angry at journalist and say idiot
ବଲିଉଡର ହ୍ୟାଣ୍ଡ୍ସମ୍ ହଙ୍କ୍ ଷ୍ଟାର ଜନ୍ ଆବ୍ରାହମ୍ ତାଙ୍କର ନୂଆ ଫିଲ୍ମ 'ବେଦା' ସହିତ ଆସୁଛନ୍ତି। ଏଥିରେ ତାଙ୍କୁ ଏକ ବିସ୍ଫୋରକ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ, ଯାହାର ଝଲକ ଟ୍ରେଲରରେ ଦେଖିବାକୁ ମିଳିଛି। ନିକଟରେ 'ବେଦା'ର ଟ୍ରେଲର୍ ଲଞ୍ଚ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଫିଲ୍ମର ପୂରା ଟିମ୍ ଉପସ୍ଥିତ ଥିଲେ। ଏହି ସମୟରେ ଜଣେ ସାମ୍ବାଦିକ ଜନ୍ ଆବ୍ରାହମ୍ଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଯାହା ତାଙ୍କୁ କ୍ରୋଧିତ କରିଥିଲା। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ଅଧିକ ପଢନ୍ତୁ : Trailer Release: ଅମିତାଭ ବଚ୍ଚନଙ୍କ ଏହି ଫିଲ୍ମର ଟ୍ରେଲର୍ ରିଲିଜ୍; ନିଆରା ଭୂମିକାରେ ଦେଖାଦେବେ ବିଗ୍ ବି'
ପୂର୍ବ ଫିଲ୍ମରେ ଭୟଙ୍କର ଖଳନାୟକ:
2024 ‘ବେଦା’ ହେଉଛି ୨୦୨୪ ମସିହାରେ ଜନ୍ ଆବ୍ରାହମଙ୍କର ପ୍ରଥମ ଫିଲ୍ମ। ଏହାପୂର୍ବରୁ ସେ ଗତ ବର୍ଷ ଶାହରୁଖ ଖାନଙ୍କ 'ପଠାନ'ରେ ନଜର ଆସିଥିଲେ। ଜନ୍ ଆବ୍ରାହମ୍ ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କର ଦମଦାର ଭିଲେନ୍ ଅଭିନୟ ପାଇଁ ସେ ଦର୍ଶକଙ୍କ ବହୁ ପ୍ରଶଂସା ପାଇଥିଲେ। ଜନ୍ ଆବ୍ରାହମଙ୍କ 'ପଠାନ୍' ସାରା ବିଶ୍ୱରେ ୧୦୫୦ କୋଟି ଟଙ୍କା ବ୍ୟବସାୟ କରିଥିଲା।
ଏହି ଦିନ ହେବ ରିଲିଜ୍:
ତେବେ ଜନ୍ ଆବ୍ରାହମ୍ଙ୍କ ବ୍ୟତୀତ ଶରବରୀ ୱାଘ, ଅଭିଷେକ ବାନାର୍ଜୀ ଏବଂ ତମନ୍ନା ଭାଟିଆଙ୍କ ଭଳି ତାରକାମାନେ 'ବେଦା'ରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିଖିଲ ଆଡ୍ଭାନୀ। ୧୫ ଅଗଷ୍ଟ ୨୦୨୪ରେ ‘ବେଦା’ ପ୍ରେକ୍ଷାଳୟକୁ ଆସିବ।
ତେବେ କୌତୂହଳର ବିଷୟ ହେଉଛି, 'ବେଦା' ବକ୍ସ ଅଫିସରେ ଦୁଇଟି ଫିଲ୍ମ ସହିତ ସଂଘର୍ଷ କରିବ। ପ୍ରଥମ ସିନେମା ହେଉଛି ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ 'ସ୍ତ୍ରୀ ୨' ଏବଂ ଦ୍ୱିତୀୟ ସିନେମା ହେଉଛି ଅକ୍ଷୟ କୁମାରଙ୍କ 'ଖେଲ ଖେଲ ମେ'।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722596343.jpg)