Advertisment

‘ଜୟେଶଭାଇ ଜୋରଦାର୍’ ହୋଇ ପ୍ରେକ୍ଷାଳୟରେ ଧମାଲ କରିବେ ରଣବୀର ସିଂହ

‘ଜୟେଶଭାଇ ଜୋରଦାର୍’ ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲର୍‌ରୁ ଲାଗୁଛି ଯେ ରଣବୀର ସିଂହ ପୁଣି ଥରେ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବେ। ଫିଲ୍ମର ଟ୍ରେଲର୍ ରିଲିଜ୍ ହେଉ ହେଉ ଏହା ଏବେ ଦର୍ଶକଙ୍କ ମଧ୍ୟରେ ଛାଇଗଲାଣି।

ଅଦ୍ୟତନ ହୋଇଛି
Jayeshbhai jordaar trailer release

Jayeshbhai jordaar trailer release

Advertisment

ଚଳିତ ବର୍ଷ ଅନେକ ବଡ ବଡ ଫିଲ୍ମ ପ୍ରେକ୍ଷାଳୟରେ ଧମାଲ କରୁଥିବା ବେଳେ ଅନେକ ରିଲିଜ୍ ଅପେକ୍ଷାରେ ରହିଛି। ଏହିସବୁ ଫିଲ୍ମକୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହିସବୁ ଫିଲ୍ମ ଭିତରେ ରଣବୀର ସିଂହ ଅଭିନୀତ ‘ଜୟେଶଭାଇ ଜୋରଦାର୍’ ରହିଛି। ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲର୍‌ରୁ ଲାଗୁଛି ଯେ ରଣବୀର ସିଂହ ପୁଣି ଥରେ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବେ। ଫିଲ୍ମର ଟ୍ରେଲର୍ ରିଲିଜ୍ ହେଉ ହେଉ ଏହା ଏବେ ଦର୍ଶକଙ୍କ ମଧ୍ୟରେ ଛାଇଗଲାଣି। ଫିଲ୍ମର ଟ୍ରେଲରରୁ ଲାଗୁଛି ଯେ ଏହା ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ଠିଆ କରେଇବ।

Advertisment

ଏହି ଫିଲ୍ମର ଜବରଦସ୍ତ ସଫଳତା ପୂର୍ବରୁ ହିଁ ଦର୍ଶକଙ୍କ ମନରେ ହଇଚଇ ଖେଳେଇ ଦେଇଛି ଏବଂ ଏବେ ରଣବୀର ସିଂହ ‘ଜୟେଶଭାଇ ଜୋରଦାର୍’ ହୋଇ ପ୍ରେକ୍ଷାଳୟରେ ଧମାଲ କରିବାକୁ ପ୍ରସ୍ତୁତ ହୋଇ ଆସୁଛନ୍ତି। ଏହି ଫିଲ୍ମ ଆସନ୍ତା ମାସରେ ରିଲିଜ୍ ହେବ। ଏବେ ଏହାର ଟ୍ରେଲର ସାମ୍ନାକୁ ଆସିଯାଇଥିବାରୁ ରଣବୀର ସିଂହଙ୍କ ପ୍ରଶଂସକଙ୍କ ମନରେ ଉତ୍ସାହ ବଢିଯାଇଛି।

ଏଥର ‘ଜୟେଶଭାଇ ଜୋରଦାର’ କହୁଛି ଯେ ତାଙ୍କ ଗାଁରେ ଆଉ କ’ଣ ସବୁ କମ୍ପଲସରୀ ଅଛି। ଫିଲ୍ମର ଟ୍ରେଲର କହୁଛି ଯେ ପୁଅ ଓ ଝିଅକୁ ନେଇ ଫିଲ୍ମର କାହାଣୀ ଗତି କରୁଛି। ଜୟେଶଭାଇଙ୍କ ହେବାକୁ ଫିଲା ପିଲା ଠିକ କରିବ ଯେ ଜୟେଶଭାଇ ପରେ ଗାଁର ସରପଞ୍ଚ କିଏ ହେବ? କିନ୍ତୁ ଜୟେଶଭାଇଙ୍କୁ ଡାକ୍ତର କହିଛନ୍ତି ଯେ ତାଙ୍କର ଏକ ଝିଅ ହେବ। ଏନେଇ ଜୟେଶଭାଇଙ୍କ ବାପା ଖପା। ନିଜ ସରପଞ୍ଚ ବାପାଙ୍କ ଠାରୁ ବଞ୍ଚେଇବା ନେଇ ଜୟେଶଭାଇ ନିଜ ଝିଅ ଓ ପତ୍ନୀଙ୍କୁ ନେଇ ଆଡେ ସାଡେ ଦୌଡୁଛନ୍ତି।

Advertisment

ରଣବୀର ସିଂହଙ୍କ ଅଭିନୟର ଯାଦୁ ସମସ୍ତଙ୍କୁ ପାଗଳ କରେ। ସେ ତାଙ୍କ ଅଭିନୟର୍ ଯାଦୁ ଦେଖେଇ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି। ବ୍ୟାଣ୍ଡ୍ ବାଜା ବାରାତ୍, ବାଜୀରାଓ ମସ୍ତାନୀ, ପଦ୍ମାବତ୍, ଗଲୀ ବୟ ହେଉ ବା ନିକଟରେ ରିଲିଜ୍ ହୋଇଥିବା 83 ହେଉ ରଣବୀର ଏହିସବୁ ଫିଲ୍ମରେ ଅଭିନୟ କରି ପ୍ରମାଣ କରିଦେଇଛନ୍ତି ଯେ ସେ ଜଣେ ବର୍ସାଟାଇଲ୍ ଆକ୍ଟର ଯିଏ ସବୁ ଅଭିନୟକୁ ସହଜରେ କରିପାରନ୍ତି।

Bollywood Ranveer Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ