Advertisment

ଖାଲି ବକ୍ସ ଅଫିସ୍ ନୁହେଁ, ଗୁଗୁଲ୍‌ରେ ବି ଶାହରୁଖ ଖାନ୍‌ଙ୍କ ରାଜ୍; ୭ ନମ୍ବରରେ ରଜନୀକାନ୍ତ

ଯଦିଓ ଆଉ କିଛି ଦିନ ପରେ ୨୦୨୩ ଆମ ପାଇଁ ସ୍ମୃତି ହୋଇଯିବ, ତଥାପି ବଲିଉଡ ପାଇଁ ଏହି ବର୍ଷ ବହୁତ ଭଲ ବୋଲି କହିଲେ ଭୁଲ୍ ହେବ ନାହିଁ। ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ରିପୋର୍ଟରେ ୨୦୨୩ ସଂପୂର୍ଣ୍ଣ ଭାବେ ଶାହରୁଖ ଖାନଙ୍କର ହୋଇଯାଇଛି।

ଅଦ୍ୟତନ ହୋଇଛି
jawan and oppenheime movies most search on google in 2023

jawan and oppenheime movies most search on google in 2023

Advertisment

ବିତିଯାଉଛି ୨୦୨୩ । ଖୁବ ଶୀଘ୍ର ଲୋକମାନେ ନୂତନ ବର୍ଷ ଅର୍ଥାତ୍ ୨୦୨୪କୁ ଖୁବ ଧୂମ୍‌ଧାମ୍ ସହିତ ସ୍ୱାଗତ କରିବାକୁ ପ୍ରସ୍ତୁତ। ଯଦିଓ ଆଉ କିଛି ଦିନ ପରେ ୨୦୨୩ ଆମ ପାଇଁ ସ୍ମୃତି ହୋଇଯିବ, ତଥାପି ବଲିଉଡ ପାଇଁ ଏହି ବର୍ଷ ବହୁତ ଭଲ ବୋଲି କହିଲେ ଭୁଲ୍ ହେବ ନାହିଁ।

Advertisment

ଏହି ବର୍ଷ ଅନେକ ଫିଲ୍ମ ଲୋକମାନଙ୍କ ମନୋରଞ୍ଜନ କରିଛି। ଗୋଟିଏ ପଟେ ସନ୍ନି ଦେଓଲଙ୍କ ‘ଗଦର ୨’ ଏକ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଅନ୍ୟପଟେ ଶାହରୁଖ ଖାନଙ୍କ ‘ଜବାନ’ ସମସ୍ତଙ୍କୁ ପାଗଳ କରିଦେଇଥିଲା। ଏଥିମଧ୍ୟରୁ କିଛି ଫିଲ୍ମ ଅଛି ଯାହାକୁ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍‌ରେ ଚଳିତ ବର୍ଷ ଅଧିକ ଖୋଜାଯାଇଛି। ତେବେ ଯଦି ଆମେ ବହୁ ଖୋଜା ଯାଇଥିବା ଫିଲ୍ମ ବିଷୟରେ ଆଲୋଚନା କରିବା, ତେବେ କୁହାଯାଇପାରେ ଯେ ୨୦୨୩ ସଂପୂର୍ଣ୍ଣ ଭାବେ ଶାହରୁଖ ଖାନଙ୍କର ହୋଇଯାଇଛି।

ରୋଜଗାର କ୍ଷେତ୍ରରେ କିଙ୍ଗ୍‌ ଖାନ୍‌ ଆଗରେ ରହିଥିବାବେଳେ ତାଙ୍କ ଫିଲ୍ମ ଗୁଗୁଲ ସର୍ଚ୍ଚକୁ ମଧ୍ୟ ନିୟନ୍ତ୍ରଣ କରିନେଇଛି। ଗୁଗୁଲ ୨୦୨୩ରେ ଭାରତରେ ସର୍ଚ୍ଚ ହୋଇଥିବା ଫିଲ୍ମର ତାଲିକା ପ୍ରକାଶ କରିଛି ଯେଉଁଥିରେ ଶାହରୁଖ ଖାନଙ୍କ ଫିଲ୍ମ ‘ଜବାନ’ ଶୀର୍ଷରେ ଅଛି। ତେବେ ଆସନ୍ତୁ ଜାଣିବା ୨୦୨୩ ମସିହାରେ ଗୁଗୁଲର ଟପ୍ ଟ୍ରେଣ୍ଡିଂ ସର୍ଚ୍ଚ ତାଲିକାରେ କେଉଁ ଫିଲ୍ମଗୁଡିକ ଶ୍ରେଷ୍ଠ ୧୦ରେ ରହିଛି।

Advertisment

ଶାହରୁଖ ଖାନଙ୍କ କମ୍‌ବ୍ୟାକ୍ ଫିଲ୍ମ ‘ପଠାନ’ର ଯାଦୁ କମ ପଡି ନ ଥିଲେ ବି ଚଳିତ ବର୍ଷ 'ଜବାନ' ସର୍ଚ୍ଚ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହି ବର୍ଷ ‘ଜବାନ’ ଭାରତରେ ଗୁଗୁଲରେ ସର୍ବାଧିକ ଖୋଜାଯାଇଥିବା ଫିଲ୍ମ ହୋଇଯାଇଛି। ତେବେ ଗ୍ଲୋବାଲ୍ ଗୁଗୁଲ୍ ସର୍ଚ୍ଚ ବିଷୟରେ କହିବାକୁ ଗଲେ ‘ଜବାନ’ ତୃତୀୟ ସ୍ଥାନରେ ଅଛି। ସେହିପରି ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର ୨' ଭାରତର ବହୁ ଖୋଜା ଯାଇଥିବା ଚଳଚ୍ଚିତ୍ର ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି।

‘ଗଦର ୨’ ଚଳିତ ବର୍ଷ ବକ୍ସ ଅଫିସରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି ଏବଂ ଭାରତରେ ବହୁ ଖୋଜାଖୋଜି କରାଯାଇଛି। ବିଦେଶୀ ଚଳଚ୍ଚିତ୍ର 'ଓପେନ୍‌ହାଇମର୍‌' ତୃତୀୟ ସ୍ଥାନରେ ରହିଛି। ତେବେ ଏହି ଫିଲ୍ମ ଗ୍ଲୋବାଲ୍ ଗୁଗୁଲ୍ ସର୍ଚ୍ଚର ତାଲିକାରେ ଦୁଇ ନମ୍ବରରେ ରହିଛି।

Advertisment

ପ୍ରଭାସଙ୍କ ଫିଲ୍ମ 'ଆଦିପୁରୁଷ'ର ନାମ ଚତୁର୍ଥ ନମ୍ବରରେ ଅଛି ଏବଂ ପୁନର୍ବାର ଶାହାରୁଖ ଖାନଙ୍କ ଫିଲ୍ମ' ପଠାନ'କୁ ପାଞ୍ଚ ନମ୍ବରରେ ଖୋଜାଯାଇଛି। ଏହାର ଅର୍ଥ ହେଉଛି, ବକ୍ସ ଅଫିସ୍ ରୋଜଗାର ଏବଂ ଗୁଗୁଲ୍ ଟ୍ରେଣ୍ଡିଂ ସର୍ଚ୍ଚରେ ଶାହରୁଖ ଖାନଙ୍କ ରାଜତ୍ୱ ବର୍ଷସାରା ଜାରିରହିଛି।

ଗୁଗୁଲ୍ ଟ୍ରେଣ୍ଡିଂ ସର୍ଚ୍ଚ ତାଲିକାରେ 'ଦ କେରଳ ଷ୍ଟୋରୀ'ର ନାମ ଷଷ୍ଠ ସ୍ଥାନରେ ରହିଛି ଏବଂ ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'କୁ ସାତ ନମ୍ବରରେ ଖୋଜାଯାଇଛି। ଅଷ୍ଟମ ସ୍ଥାନରେ ଥାଲାପାତି ବିଜୟଙ୍କ ଫିଲ୍ମ ‘ଲିଓ’ ରହିଛି। ନଅ ନମ୍ବରରେ ସଲମାନ ଖାନଙ୍କ 'ଟାଇଗର ୩' ଏବଂ ଦଶ ନମ୍ବରରେ ବିଜୟଙ୍କ ଫିଲ୍ମ 'ୱାରିସୁ ୨' ରହିଛି।

Google Search Bollywood Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ