Advertisment

ଏଠାରେ ଶାହରୁଖ ଖାନଙ୍କ ପ୍ରଶଂସକମାନେ ଫ୍ରି’ରେ ଦେଖିପାରିବେ ‘ଜବାନ’; ଜାଣନ୍ତୁ କିପରି…

‘ଜବାନ’ର ରିଲିଜ୍ ଉତ୍ସବକୁ ପାଳନ କରିବା ପାଇଁ ‘ନାଗପୁର SRK ଫ୍ୟାନ୍ କ୍ଲବ’ ଫିଲ୍ମ ପାଇଁ ସମ୍ପୂର୍ଣ୍ଣ ଏକ ଅଡିଟୋରିୟମକୁ ବୁକ୍ କରିଛି। ଏହି ଫ୍ୟାନ୍ କ୍ଲବ୍ ପ୍ରଶଂସକମାନଙ୍କ ପାଇଁ ଏକ ଶୋ’ର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛି ଏବଂ ଏଥିରେ ଅଂଶଗ୍ରହଣ କରି ଉତ୍ସବକୁ ଖାସ୍ ଏବଂ ଦମଦାର୍ କରିବାକୁ ସେମାନଙ୍କୁ ନିମନ୍ତ୍ରଣ କରିଛି।

Jawan advanced booking a fan group booked full auditorium for srk fans

Jawan advanced booking a fan group booked full auditorium for srk fans

Advertisment

ଶାହରୁଖ ଖାନ ତାଙ୍କର ପରବର୍ତ୍ତୀ ମେଗା-ଏଣ୍ଟର୍‌ଟେନ୍‌ମେଣ୍ଟ୍ ଚଳଚ୍ଚିତ୍ର ‘ଜବାନ’ ସହିତ କିଛି ଦିନ ମଧ୍ୟରେ ବଡ ପରଦାକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାର ରିଲିଜ୍ ଉତ୍ସବକୁ ପାଳନ କରିବା ପାଇଁ ‘ନାଗପୁର SRK ଫ୍ୟାନ୍ କ୍ଲବ’ ‘ଜବାନ’ ପାଇଁ ସମ୍ପୂର୍ଣ୍ଣ ଏକ ଅଡିଟୋରିୟମକୁ ବୁକ୍ କରିଛି। ଏହି ଫ୍ୟାନ୍ କ୍ଲବ୍ ପ୍ରଶଂସକମାନଙ୍କ ପାଇଁ ଏକ ଶୋ’ର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛି ଏବଂ ଏଥିରେ ଅଂଶଗ୍ରହଣ କରି ଉତ୍ସବକୁ ଖାସ୍ ଏବଂ ଦମଦାର୍ କରିବାକୁ ସେମାନଙ୍କୁ ନିମନ୍ତ୍ରଣ କରିଛି।

Advertisment

ଫ୍ୟାନ୍ କ୍ଲବ୍ ଏକ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ଶେୟାର କରିଛି ଏବଂ ଏହା ନେଟିଜେନ୍‌ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଭିଡିଓରେ ଆପଣ ଦେଖିପାରିବେ ଯେ ଝିଅମାନଙ୍କର ଏକ ଟିମ୍ ଏକ ଥିଏଟରରେ ପ୍ରବେଶ କରୁଛନ୍ତି। ଏହା ପରେ, ସେମାନଙ୍କ ଲିଡର କାଉଣ୍ଟରରେ ତାଙ୍କ ବ୍ରିଫ୍‌କେସ୍ ରଖିଦେଉଛନ୍ତି ଏବଂ ‘ଜବାନ’ର ୯.୪୫ର ଶୋ ପାଇଁ ସମସ୍ତ ଟିକେଟ୍ ବୁକ୍ କରିନେଉଛନ୍ତି। ଏହା ପରେ ଶାହରୁଖ ଖାନଙ୍କ ସ୍ୱର ଆସେ, ‘ରେଡି ଗର୍ଲ୍ସ’ ଏବଂ ଝିଅମାନେ ‘ରେଡି ଚିଫ୍’ ଉତ୍ତର ଦେଇ ଏକତ୍ର ପୋଜ୍ ଦିଅନ୍ତି।

SRK ଫ୍ୟାନ୍ କ୍ଲବ୍‌ ଟ୍ୱିଟରରେ ଏହି ଭିଡିଓ ଶେୟାର କରି ଲେଖିଛି, "ଜୱାନ ଟିକେଟ୍ ରେଡି: ‘ଜବାନ’ର ମହିଳା କେନ୍ଦ୍ରିକ ଥିମ୍ ଉପରେ ପୂରା ଅଡିଟୋରିୟମ୍ ବୁକ୍ କରି ଆମେ ଗର୍ବିତ। ଆମର ଝିଅମାନେ ସେମାନଙ୍କ ଚିଫ୍‌ଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି। @iamsrk @RedChilliesEnt ଆଶା, ଏହା ଆପଣକୁ ପସନ୍ଦ ଆସିବ।"

Advertisment

ଏହି ଭିଡିଓ ଟ୍ୱିଟରରେ ସେୟାର ହେବା ମାତ୍ରେ ଅନେକ ପ୍ରଭାବିତ ନେଟିଜେନ୍‌ ଶାହାରୁଖ ଖାନଙ୍କ ପ୍ରତି ପାଗଳାମି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ଇଣ୍ଟରନେଟ୍ ବ୍ୟବହାରକାରୀ ଲେଖିଛନ୍ତି, "ଶାନଦାର୍"। ସେପଇ ଆଉ ଜଣେ ଲେଖିଛନ୍ତି, ୱା ଭାଇ... ‘ଜବାନ୍’ ଆଡଭାନ୍ସ ବୁକିଂର ସର୍ବୋତ୍ତମ ଭିଡିଓ। ଆଉ ଜଣେ ଲେଖିଛନ୍ତି, "ଆରେ ୱା! ନିଆଁ ଲଗେଇଦେଲ... ଝିଅମାନଙ୍କ ପାଇଁ ଖୁବ ଭଲ!" ଆଉ ଜଣେ କହିଛନ୍ତି, "ଗ୍ରେଟ୍ ଜବ୍ ଗର୍ଲ୍ସ।"

Advertisment

ଭାରତରେ ‘ଜବାନ’ର ଆଡଭାନ୍ସ ବୁକିଂ ଚାଲିଥିବା ବେଳେ ୧,୬୫,୦୦୦ ଟିକେଟ୍ ବିକ୍ରି ହୋଇସାରିଛି। କୁହାଯାଉଛି ଯେ ଶାହାରୁଖ ଖାନଙ୍କ ଅଭିନୀତ ‘ଜବାନ’ ପ୍ରଥମ ୨୪ ଘଣ୍ଟା ମଧ୍ୟରେ ବଲିଉଡ ଚଳଚ୍ଚିତ୍ର ମଧ୍ୟରେ ସର୍ବାଧିକ ପ୍ରି-ସେଲ୍ ରେକର୍ଡ କରିଛି। ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୩୦୫K ଟିକେଟ୍ ବିକ୍ରି ସହିତ ଫିଲ୍ମର ଆଡଭାନ୍ସ ବୁକିଂ ୧୦ କୋଟି ଟଙ୍କା ଅତିକ୍ରମ କରିଛି।

ଏହି ଚଳଚ୍ଚିତ୍ରଟି ୨୪ ଘଣ୍ଟା ମଧ୍ୟରେ ତିନୋଟି ଜାତୀୟ ଚେନ୍ PVR, INOX ଏବଂ ସିନେପୋଲିସ୍‌ରେ ପ୍ରାୟ ୧୬୫K ଟିକେଟ୍ ବିକ୍ରି କରିଛି। ଯାହାକି ‘ପଠାନ’ର ୧୧୭K ଟିକେଟ୍ ରେକର୍ଡ ଭାଙ୍ଗିଛି। ସେପ୍ଟେମ୍ବର ୭ରେ ଜବାନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Bollywood Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ