Japanese couple travel to Chennai to watch Rajinikanth’s Jailer
ଆଜି ବଡ଼ ପରଦାରେ ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ଜେଲର୍। ଏଥିରେ ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି। ରଜନୀଙ୍କ ଅଭିନୟର ଟିକିଏ ଝଲକ୍ ପାଇବା ପାଇଁ ଫ୍ୟାନ୍ସ ଓ ଦର୍ଶକମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଏପରିକି ବାଣ ଫୁଟାଇ, ରଜନୀଙ୍କ ପୋଷ୍ଟର ଉପରେ ଫୁଲ ପକାଇ ପ୍ରଶଂସକମାନେ ସେଲିବ୍ରେସନ କରିଛନ୍ତି।
ଇତିମଧ୍ୟରେ ରଜନୀଙ୍କ ଫିଲ୍ମ ଦେଖିବାକୁ ହାତଛଡ଼ା କରିନାହାନ୍ତି ଜାପାନର ଦମ୍ପତି। ସେ ଫିଲ୍ମ ଦେଖିବା ପାଇଁ ସୁଦୂର ଜାପାନର ଓସାକାରୁ ଚେନ୍ନାଇକୁ ଯାତ୍ରା କରିଛନ୍ତି। ସ୍ଥାନୀୟ ହଲ୍ରେ ଦୁହେଁ ଫିଲ୍ମ ଦେଖିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଅଧିକ ପଢ଼ନ୍ତୁ: 'ଜେଲର୍' ରିଲିଜ୍ ପରେ ଫିଲ୍ମରୁ ବ୍ରେକ୍ ନେବେ ରଜନିକାନ୍ତ; ହିମାଳୟ ଯିବେ !
ଏ ଫିଲ୍ମକୁ ନେଇ ଉଭୟେ କେତେ ଆଗ୍ରହୀ ଅଛନ୍ତି ତାହା କହିଛନ୍ତି ଜାପାନର ୟସୁଦା ହିଦେଟୋସି, ଯିଏକି ରଜନୀକାନ୍ତଙ୍କ ଜଣେ ବଡ଼ ଫ୍ୟାନ। ସେ ଅନ୍ୟମାନଙ୍କ ସହ ହଲ୍ରେ ଫିଲ୍ମ ଦେଖିଛନ୍ତି। ଜେଲର୍ ଫିଲ୍ମ ଦେଖିବାକୁ ସେ ଜାପାନରୁ ଚେନ୍ନାଇ ଆସିଥିବା କହିଛନ୍ତି। କେବଳ ସେତିକି ନୁହେଁ, ଜାପାନରେ ରଜନୀକାନ୍ତ ଫ୍ୟାନ୍ କ୍ଲବ୍ର ୟସୁଦା ଲିଡର୍ ଅଛନ୍ତି।
ନେଲ୍ସନ୍ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ 'ଜେଲର' ଏକ ମନୋରଂଜନ ଧର୍ମୀ-ଆକ୍ସନ୍ ପ୍ୟାକ୍ରେ ଭରପୂର ସିନେମା। ଏଥିରେ ରଜନୀକାନ୍ତ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଭାବରେ ଦେଖାଦେବେ। ବିଶ୍ୱାସ କରାଯାଏ ଯେ ନିର୍ଦ୍ଦେଶକ ଫିଲ୍ମରେ ଅନେକ ଭାବପ୍ରବଣତାକୁ ବୁଣିଛନ୍ତି।
‘ଜେଲର’ର ଆଡଭାନ୍ସ ବୁକିଂ ୫ ଅଗଷ୍ଟରୁ ଆରମ୍ଭ ହୋଇଥିଲା ଏବଂ ଖୁବ ଶୀଘ୍ର ତାମିଲନାଡୁ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର ଅନେକ ସହରରେ ଚାଲିବ। ୧୫ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶୋ’ ବୁକ୍ ହୋଇଯାଇଥିଲା। ବାଣିଜ୍ୟ ବିଶ୍ଳେଷକ ବିଜୟବାଲାନ୍ ମଧ୍ୟ ପୂର୍ବ ଦିନ ବୁକିଂ ସିଟ୍ର ସ୍କ୍ରିନ୍ସଟ୍ ଶେୟାର କରିଥିଲେ।
ସୂଚନା ଅନୁଯାୟୀ, ଟ୍ୱିଟର ତଥା ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଟିକେଟ୍ ବ୍ଲାକ୍ରେ ବିକ୍ରି ହେଉଛି, ଯାହାର ମୂଲ୍ୟ ୫୦୦୦ ପର୍ଯ୍ୟନ୍ତ ରହିଛି। ଲୋକେ ଏହାକୁକୁ ମଧ୍ୟ କିଣୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691650918.jpg)