Advertisment

ଗାଁର ନିଛକ ପ୍ରେମକୁ ବାଣ୍ଟିବ ‘ସମାପାଜୁର ରଘୁ’

ତରଙ୍ଗ ସିନେ ପ୍ରଡକ୍ସନ ଦର୍ଶକଙ୍କୁ ଭେଟିଦେବାକୁ ଯାଉଛି ଏହାର ନୂଆ ଫିଲ୍ମ ‘ସମାପାଜୁର ରଘୁ’। ଏକ ଭିନ୍ନ ଧରଣରେ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ। ତେବେ ଜାଣନ୍ତୁ କେବେ ଓ କେତେବେଳେ ହେବାକୁ ଯାଉଛି ରିଲିଜ୍।

January 30 World Television Premiere of Samapaju Ra Raghu

January 30 World Television Premiere of Samapaju Ra Raghu

Advertisment

ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଅବଦାନ ‘ସମାପାଜୁର ରଘୁ’। ଦର୍ଶକେ ଏହି ଫିଲ୍ମରେ ଏକ ଗାଉଁଲୀ ପ୍ରେମର ଛୁଙ୍କ ପାଇବା ସହିତ ଏକ ପାରିବାରିକ କାହାଣୀର ମଧ୍ୟ ସ୍ୱାଦ ନେଇପାରିବେ। ଦର୍ଶକେ ଏଥିରେ ଏକ ଭିନ୍ନ କାହାଣୀ ସାଙ୍ଗକୁ ଏକ ନୂଆ ଚିନ୍ତାଧାରା ମଧ୍ୟ ପାଇବେ।

Advertisment

କାହାଣୀ କହିଲେ- ଜଣେ ନିରିହ, ଗରିବ, ସରଳ, ଆପାଠୁଆ ଲୋକ। ଗାଁ ତା’ର ଅର୍ଥନୈତିକ, ସାମାଜିକ ବିକାଶଠୁ ଅନେକ ଦୂରରେ। ଶିକ୍ଷା କହିଲେ ସେମାନେ କେବଳ ମଧ୍ୟାହ୍ନ ଭୋଜନକୁ ବୁଝନ୍ତି। ଗାଁରେ ସରକାରୀ ଡାକ୍ତରଖାନା ଅଛି ସତ କିନ୍ତୁ ଡାକ୍ତର ନାହାନ୍ତି। କମ୍ପାଉଣ୍ଡର କି ବେହେରା ହାତରେ ରୋଗୀର ଭାଗ୍ୟ ଝୁଲୁଥାଏ।

ଏମିତି ଅବସ୍ଥାରେ ରଘୁକୁ ଭଉଣୀର କିଡ୍‌ନୀଜନିତ ରୋଗର ଚିକିତ୍ସା ପାଇଁ ଦଲାଲ୍ ହାବୁଡରେ ପଡି ନିଜର ଗୋଟିଏ କିଡ୍‌ନୀ ହରେଇବାକୁ ହୁଏ। ସବୁଆଡୁ ହତାସ ହେବା ପରେ ପର ବୁଦ୍ଧିରେ ପଡି ଜଣେ ଧନୀଲୋକ ଘରର ପିଲାକୁ କିଡ୍‌ନାପ୍ କରିଆଣେ ଓ ପଇସା ପାଇଲେ ତାକୁ ଫେରେଇଦେବାକୁ ଯୋଜନା କରେ। କିନ୍ତୁ ପିଲାଟି ସହ କିଛି ଦିନ ରହିଲା ପରେ ତା’ ପ୍ରତି ମମତା ଜାଗେ। ପିଲାଟି ବି ତାକୁ ଭଲ ପାଇଯାଏ। ଶେଷରେ ପିଲାଟି ମଧ୍ୟ ରୋଗରେ ପଡେ। ତା’ର ଚିକିତ୍ସା ପାଇଁ ତାକୁ ବହୁମୂଲ୍ୟ ଦେବାକୁ ପଡେ।

Advertisment

ତେବେ ଏହି ଫିଲ୍ମଟି ଗାଁର ଏକ ନିଚ୍ଛକ ଛବି ଦେଖଉଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କ ଏକ ନିଆରା ପ୍ରେମ କାହାଣୀକୁ ମଧ୍ୟ କହିଛି। ଏହାର ଏକ ଗୀତ ‘ମୁଁ ଦେହ ହେଲେ ଜୀବନ ତୁ’ ‘ତରଙ୍ଗ ମ୍ୟୁଜିକ୍‌’ର ୟୁଟ୍ୟୁଲ୍ ଚ୍ୟାନେଲ୍‌ରେ ପୋଷ୍ଟ୍‌ ହୋଇଥିବା ବେଳେ ଏହାର ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ଏହାକୁ ୨ଲ‍କ୍ଷ ୫୪ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି।

ଏହି ଗାଉଁଲି ରଘୁ ଚରିତ୍ରକୁ ଅତି ନିଖୁଣ ଭାବେ ନିଭେଇଛନ୍ତି ମନୋଜ ମିଶ୍ର। ତାଙ୍କ ସହ ଏହି ଫିଲ୍ମରେ ସୁରମୟୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ସଂପୂର୍ଣ୍ଣ ଗାଉଁଲୀ ସ୍ତ୍ରୀ ଲୋକର ଭୂମିକାରେ। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ପାର୍ଥ, ମମତା, ଦେବଜାନୀ, ରତନ ମେହେର ପ୍ରମୁଖ। ଏଥିରେ ଶିଶୁ କଳାକାର ଭାବେ ଆଞ୍ଜେଲ୍‌ଙ୍କୁ ଦେଖିବାକୁ ମିଳିବ।

Advertisment

ଏହି ଫିଲ୍ମର ନିର୍ଦ୍ଧେଶନା ଓ ନୃତ୍ୟ ସଂରଚନା ଦାୟିତ୍ୱ ଚିନ୍ମୟ ମିଶ୍ର ନେଇଥିବା ବେଳେ ଅସିତ୍ ତ୍ରିପାଠୀ, ଅନନ୍ୟା ଶ୍ରୀତମ ନନ୍ଦ, ସର୍ବେଶ୍ୱର ଭୋଇ, ପଦ୍ମିନୀ ଡୋରାଙ୍କ କଣ୍ଠରେ ଏହାର ଗୀତଗୁଡିକ ଜୀବନ୍ତ ହୋଇ ଉଠିଛି। ଗୀତଗୁଡିକୁ ସତ୍ୟ ରଂଜନ ବଳ, ସ୍ଥିତ ପଟ୍ଟନାୟକ ଓ ବିନୋଦ ପସାୟତ ରଚନା କରିଛନ୍ତି।

ଜାନୁଆରୀ ୩୦ ରବିବାର ସନ୍ଧ୍ୟା ୬ଟା ୩୦ରେ ଫିଲ୍ମଟି ୱାର୍ଲ୍ଡ ପ୍ରିମିୟର ହେବାକୁ ଯାଉଛି। ଦର୍ଶକେ ଏହାକୁ ଉଭୟ ‘ତରଙ୍ଗ ଟିଭି’ ଓ ‘ତରଙ୍ଗ ପ୍ଲସ୍‌’ରେ ଦେଖିବାର ସୁଯୋଗ ପାଇବେ।

Taranga Plus Tarang Cine Productions Taranga Tv
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ