Advertisment

ବୋଲ୍ଡ୍ ଅବତାର ନେଇ ଟ୍ରୋଲ୍ ହେଲେ ଜାହ୍ନଭୀ; ଲୋକେ କହିଲେ ପୁନମ୍ ପାଣ୍ଡେଙ୍କ ହାଇ କ୍ଲାସ୍‌ ଭର୍ସନ୍

ଅଡୁଆରେ ଜାହ୍ନଭୀ କପୁର। ନିଜର ବୋଲ୍ଡ ଅବତାର ନେଇ ଟ୍ରୋଲ୍ ହେଉଛନ୍ତି। ଲୋକେ ତାଙ୍କୁ ଯାହା କହୁଛନ୍ତି ଲାଜରେ ମୁଣ୍ଡ ନଇଁ ଯିବ।

ଅଦ୍ୟତନ ହୋଇଛି
Janhvi Kapoor trolled for bold outfit

Janhvi Kapoor trolled for bold outfit

Advertisment

ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଲଳନା ତଥା ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଜାହ୍ନଭୀ କପୁରଙ୍କ ଚର୍ଚ୍ଚା ଏବେ ସାଧାରଣ ହୋଇଗଲାଣି। ତାଙ୍କ ମା’ଙ୍କ ପରି ଜାହ୍ନଭୀ ମଧ୍ୟ ତାଙ୍କ ଷ୍ଟାଇଲ୍ ଏବଂ ଇଣ୍ଡଷ୍ଟ୍ରିରେ ଡ୍ରେସିଂ ସେନ୍ସ ପାଇଁ ସବୁବେଳେ ହେଡ୍‌ଲାଇନ୍‌ରେ ରହିଥା’ନ୍ତି। ଗତକାଲି ତାଙ୍କର ନୂଆ ଫିଲ୍ମ୍ 'ଗୁଡ୍‌ଲକ୍ ଜେରୀ'ର ରିଲିଜ୍ ତାରିଖ ଘୋଷଣା ହୋଇଥିବାବେଳେ ତାଙ୍କ ବୋଲ୍ଡ ଡ୍ରେସ୍‌କୁ ବି-ଟାଉନ୍‌ରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି।

Advertisment

ନିକଟରେ ଏକ ଇଭେଣ୍ଟରୁ ଜାହ୍ନଭୀଙ୍କ କିଛି ସିଜ୍ଲିଙ୍ଗ୍ ଏବଂ ହଟ୍‌ ଫଟୋ ସାମ୍ନାକୁ ଆସିଥିଲା। ଏହି ଫଟୋଗୁଡ଼ିକରେ ତାଙ୍କର ବୋଲ୍ଡ ଷ୍ଟାଇଲ୍ ଦେଖି ନେଟେନିଜେନ୍ସମାନେ ତାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି। ଉପଭୋକ୍ତାମାନେ ତାଙ୍କ ଷ୍ଟାଇଲ୍‌କୁ ଆଦୌ ପସନ୍ଦ କରୁ ନାହାନ୍ତି। ସେମାନେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଉପରେ ବିଭିନ୍ନ ନକାରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି।

ଜାହ୍ନଭୀ ତାଙ୍କର ଆଗାମୀ ଫିଲ୍ମ 'ଗୁଡ୍‌ଲକ୍ ଜେରୀ' କୁ ନେଇ ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ଗତକାଲି ତାଙ୍କ ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହେବା ପରେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏକ ଇଭେଣ୍ଟରେ ଯୋଗ ଦେବା ତାଙ୍କୁ ଭାରି ପଡିଛି। ତାଙ୍କ ପୋଷାକକୁ ନେଇ ସେ ଏବେ ଟ୍ରୋଲ୍ ହେଉଛନ୍ତି।

Advertisment

ଇନ୍‌ଷ୍ଟାଗ୍ରାମରେ ଏକ ଇଭେଣ୍ଟରୁ ଅଭିନେତ୍ରୀଙ୍କ ଫଟୋ ଏବଂ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜାହ୍ନଭୀ ଏକ ଥାଇ ହାଇ ସ୍ଲିଟ୍ ବ୍ଲାକ୍ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ସେ ଏହି କଳା ରଙ୍ଗର ପୋଷାକରେ ଖୁବ ଆକର୍ଷଣ ଦେଖାଯାଉଥିଲେ। ତାଙ୍କର ଏହି ଫଟୋକୁ ଦେଖି କିଛି ପ୍ରଶଂସକ ପ୍ରଶଂସା କରୁଥିବାବେଳେ ଆଉ କିଛି ଲୋକ ତାଙ୍କର ଏହି ଭିଡିଓ ଉପରେ କ୍ରମାଗତ ମନ୍ତବ୍ୟ ଦେଇ ଅଭିନେତ୍ରୀଙ୍କୁ ଅପମାନିତ କରୁଛନ୍ତି।

ଜାହ୍ନଭୀ ତାଙ୍କର ପୋଷାକ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଟାର୍ଗେଟକୁ ଆସିଛନ୍ତି। ସେମାନେ ହାହ୍ନଭୀଙ୍କୁ ଏଭଳି ପୋଷାକରେ ଦେଖି ଧୈର୍ଯ୍ୟ ଧରି ପାରୁ ନାହାନ୍ତି। ନେଟେନିଜେନ୍ସମାନେ ତାଙ୍କର ଏହି ସମ୍ବେଦନଶୀଳ ଚେହେରାକୁ ପରିହାସ କରୁଛନ୍ତି। କେହି କେହି ତାଙ୍କୁ ପୁନମ୍ ପାଣ୍ଡେଙ୍କ ସହ ତୁଳନା କରୁଥିବାବେଳେ କେହି କେହି ତାଙ୍କ ଡ୍ରେସିଂ ସେନ୍ସକୁ ନେଇ ପ୍ରଶ୍ନ କରୁଛନ୍ତି। ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇ ଲେଖିଛନ୍ତି, “ଏହା ହେଉଛି ପୁନମ୍ ପାଣ୍ଡେଙ୍କର ହାଇ କ୍ଲାସ ଭର୍ସନ୍।”

Advertisment

ତେବେ ଆଉ ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ସବୁ ବଲିଉଡ୍ ଅଭିନେତ୍ରୀଙ୍କୁ ଟାର୍ଗେଟ୍ କରି କମେଣ୍ଟ କରିଛନ୍ତି ଯେ “ପୋଷାକ ଖୋଲିବାର ପ୍ରତିଯୋଗିତା ଚାଲିଛି।” ଆଉ ଜଣେ ତ ତାଙ୍କୁ ଏମିତି କିଛି ପ୍ରଶ୍ନ କରିଛନ୍ତି ଯେ ଏହା ଶୁଣି ବୋଧହୁଏ ଜାହ୍ନଭୀଙ୍କୁ ତାଙ୍କ ପୋଷାକ ସଂଗ୍ରହକୁ ନେଇ ନବୀକରଣ କରିବାକୁ ପଡିପାରେ। ସେ ଲେଖିଛନ୍ତି ଯେ “ଏଥିରେ କୌଣସି ପୋଷାକ ନାହିଁ କି?”

ତେବେ ଏଭଳି ଘଟଣାକୁ ନେଇ ଟ୍ରୋଲ୍ ହେବା ଜାହ୍ନବୀଙ୍କ ପାଇଁ ନୂଆ ନୁହେଁ। ଏହାପୂର୍ବରୁ ସେ ତାଙ୍କ ପୋଷାକକୁ ନେଇ କରଣ ଜୋହରଙ୍କ ପାର୍ଟୀରେ ମଧ୍ୟ ବହୁତ ଟ୍ରୋଲ୍‌ ହୋଇଥିଲେ।

Bollywood Janhvi Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ