Advertisment

ଏୟାରପୋର୍ଟରେ ବାପା ବୋନୀ କପୁରଙ୍କୁ ଗାଳି କଲେ ଜାହ୍ନବୀ, ଜାଣନ୍ତୁ କାହିଁକି?

ମଙ୍ଗଳବାର ଜାହ୍ନବୀ କପୁର ତାଙ୍କ ବାପା ବୋନୀ କପୁରଙ୍କ ସହିତ ଏୟାରପୋର୍ଟରେ ନଜର ଆସିଥିଲେ। ତେବେ ମା ଶ୍ରୀଦେବୀ ଏ ଦୁନିଆରୁ ବିଦାୟ ନେବା ପରେ ଜାହ୍ନବୀ ତାଙ୍କ ବାପାଙ୍କର ବହୁତ କେୟାର ନେଉଛନ୍ତି। ଏୟାରପୋର୍ଟରେ ଯେତେବେଳେ ସେମାନଙ୍କୁ ଫଟୋଗ୍ରାଫର ମାନେ ଭେଟିଥିଲେ ବୋନୀ କପୁରଙ୍କୁ ମାସ୍କ କାଢିବା ନେଇ କହିଥିଲେ। ସେ ଯେତେବେଳେ ମାସ୍କ କାଢିଛନ୍ତି ଜାହ୍ନବୀ ବାପାଙ୍କ ଉପରେ ରାଗିଯାଇଥିଲେ ଓ ଗାଳି ମଧ୍ୟ କରିଥିଲେ।

Janhvi Kapoor gets angry on Boney Kapoor

Janhvi Kapoor gets angry on Boney Kapoor

Advertisment

ମୁମ୍ବାଇ: ଶ୍ରୀଦେବୀ ଲଳନା ଜାହ୍ନବୀ କପୁରଙ୍କ ପରିଚୟର କୌଣସି ଆବଶ୍ୟକତା ନାହିଁ। ସେ ତାଙ୍କ ଅଭିନୟର ଯାଦୁରେ ଏହା ପ୍ରମାଣିତ କରିଦେଇଛନ୍ତି ଯେ ସେ କାହାଠାରୁ ବି କମ ନୁହଁନ୍ତି। ତାଙ୍କୁ ଅନେକ ସମୟରେ ସୋସିଆଲ୍ ମିଡିଆରେ ନିଜର ଗ୍ଲାମରସ୍ ଫଟୋ ଶେୟାର କରିବାର ଦେଖାଯାଏ। ସେ ବର୍ତ୍ତମାନ ୟୁଥ୍ ଆଇକନ ବନିଯାଇଛନ୍ତି। ତାଙ୍କର ବାସ୍ତବ ଜୀବନ କଥା ଦେଖିଲେ ସେ ବହୁତ ବିନମ୍ର ଓ ଶାନ୍ତ ସ୍ୱଭାବର। କିଛି ଦିନ ପୂର୍ବରୁ ଜାହ୍ନବୀ କପୁର ଛୁଟି କାଟିବା ନେଇ ବାହାରକୁ ଯାଇଥିଲେ। ଏହି ଅବସରରେ ସେ ସୋସିଆଲ୍ ମିଡିଆରେ ଫଟୋ ମଧ୍ୟ ଶେୟାର କରିଥିଲେ। ଜାହ୍ନବୀ ତାଙ୍କ ସାଙ୍ଗମାନଙ୍କ ସହିତ ଖୁବ ମସ୍ତି କରିଥିଲେ।

Advertisment
Janhvi Kapoor gets angry on Boney Kapoorବାପା ବୋନୀ କପୁରଙ୍କୁ ଗାଳି କଲେ ଜାହ୍ନବୀ

ବର୍ତ୍ତମାନ ସେ ମୁମ୍ବାଇ ଫେରିଛନ୍ତି। ମଙ୍ଗଳବାର ସେ ତାଙ୍କ ବାପା ବୋନୀ କପୁରଙ୍କ ସହିତ ଏୟାରପୋର୍ଟରେ ନଜର ଆସିଥିଲେ। ତେବେ ମା ଶ୍ରୀଦେବୀ ଏ ଦୁନିଆରୁ ବିଦାୟ ନେବା ପରେ ଜାହ୍ନବୀ ତାଙ୍କ ବାପାଙ୍କର ବହୁତ କେୟାର ନେଉଛନ୍ତି। ଏୟାରପୋର୍ଟରେ ଯେତେବେଳେ ସେମାନଙ୍କୁ ଫଟୋଗ୍ରାଫର ମାନେ ଭେଟିଥିଲେ ବୋନୀ କପୁରଙ୍କୁ ମାସ୍କ କାଢିବା ନେଇ କହିଥିଲେ। ସେ ଯେତେବେଳେ ମାସ୍କ କାଢିଛନ୍ତି ଜାହ୍ନବୀ ବାପାଙ୍କ ଉପରେ ରାଗିଯାଇଥିଲେ ଓ ଗାଳି ମଧ୍ୟ କରିଥିଲେ।

Janhvi Kapoor gets angry on Boney Kapoorବାପା ବୋନୀ କପୁରଙ୍କୁ ଗାଳି କଲେ ଜାହ୍ନବୀ
Advertisment

ବିରଲ ଭୟାନୀ ପେଜ୍‌ରେ ବଲିଉଡ୍ ଫଟୋଗ୍ରାଫର ତରଫରୁ ଏକ ଭିଡିଓ ଶେୟାର କରାଯାଇଛି। ଏହି ଭିଡିଓରେ ଦେଖାଯାଏ ଯେ ଯେତେବେଳେ ଜାହ୍ନବୀ ତାଙ୍କ ବାପା ବୋନୀ କପୁରଙ୍କ ସହିତ ଏୟାରପୋର୍ଟରୁ ବାହାରୁଛନ୍ତି ଫଟୋଗ୍ରାଫର ମାନେ ଫଟୋ ନେବା ନେଇ ସେମାନଙ୍କୁ ଘେରିଯାଆନ୍ତି। ସେମାନେ ବୋନୀ କପୁରଙ୍କୁ ମାସ୍କ କାଢିବା ନେଇ କୁହନ୍ତି। ସେମାନଙ୍କ କଥାକୁ ମାନି ବୋନୀ ଯେତେବେଳେ ମାସ୍କ କାଢନ୍ତି ଜାହ୍ନବୀ ତାଙ୍କୁ ଗାଳି ଦିଅନ୍ତି ଓ ତାଙ୍କୁ ମାସ୍କ ପିନ୍ଧିବା ନେଇ କୁହନ୍ତି। ବୋନୀ ମଧ୍ୟ ଝିଅର କଥାକୁ ମାନି ପୁନର୍ବାର ମାସ୍କ ପିନ୍ଧି ନିଅନ୍ତି। କିନ୍ତୁ ଫଟୋଗ୍ରାଫର ମାନେ ଜାହ୍ନବୀଙ୍କୁ ଯେତେବେଳେ କୁହନ୍ତି ଯେ କିଛି ହେବନି ସେ ପାଲଟା ଜବାବ ଦେଇ କୁହନ୍ତି ଯେ ଭୁଲ ଉପଦେଶ ଦିଅ ନାହିଁ। ଏହାପରେ ଉଭୟ ଫଟୋ ପାଇଁ ପୋଜ୍ ଦିଅନ୍ତି ଏବଂ ଗାଡିରେ ବସି ଚାଲିଯିବା ଭିଡିଓରେ ଦେଖାଯାଏ।

Advertisment

ଏହି ଭିଡିଓରେ ଫଟୋଗ୍ରାଫରମାନେ ମଧ୍ୟ ଜାହ୍ନବୀଙ୍କୁ ତାଙ୍କ ଟାଟୁ ଦେଖେଇବା ନେଇ କୁହନ୍ତି। ଏହାର ଉତ୍ତର ରଖି ଜାହ୍ନବୀ କୁହନ୍ତି ଯେ, “ମୁଁ ବହୁତ ଦେଖେଇଛି। ଇନ୍‌ଷ୍ଟାଗ୍ରାମରେ ବି ପୋଷ୍ଟ କରିଦେଇଛି।” ପ୍ରକାଶଥାଉ ଯେ ନିକଟରେ ଜାହ୍ନବୀ ନୂଆ ଟାଟୁ କରିଥିବା ବେଳେ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋ ଶେୟାର କରିଥିଲେ। ଏହି ଟାଟୁରେ ସେ ଆଇ ଲଭ୍ ୟୁ ମାଏ ଲବ୍‌ବୁ ବୋଲି ଲେଖିଥିଲେ। ପ୍ରକୃତରେ ଶ୍ରୀଦେବୀ ଘରେ ଜାହ୍ନବୀଙ୍କୁ ଏହି ନାମରେ ଡାକୁଥିଲେ। ତେବେ ଜାହ୍ନବୀ ବୋଧେ ତାଙ୍କ ମା’ଙ୍କୁ ମନେରଖିବା ନେଇ ଏହି ଟାଟୁ କରିଛନ୍ତି।

Bollywood Janhvi Kapoor Boney Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ