Advertisment

ରଣବୀରଙ୍କ ସପକ୍ଷରେ ଆସିଲେ ଜାହ୍ନବୀ କପୁର, କହିଲେ ଏହା କଳାତ୍ମକ ସ୍ୱାଧୀନତା

ଆଜିକାଲି ରଣବୀର ସିଂହ ନିଜ ନ୍ୟୁଡ୍ ଫଟୋସୁଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ ସୋସିଆଲ୍ ମିଡିଆରେ ତାଙ୍କୁ ଖୁବ୍ ବିରୋଧ କରାଯାଉଛି। ଫଳରେ ବଲିଉଡ୍‌ ତାଙ୍କୁ ଲଗାତର ସମର୍ଥନ କରି ତାଙ୍କୁ ରକ୍ଷା କରୁଥିବା ଦେଖାଯାଉଛି। ଆସନ୍ତୁ ଜାଣିବା କିଏ କ’ଣ କହୁଛନ୍ତି।

Janhvi Kapoor defends Ranveer Singh's nude photoshoot

Janhvi Kapoor defends Ranveer Singh's nude photoshoot

Advertisment

ରଣବୀର ସିଂହ ନିଜ ନ୍ୟୁଡ୍‌ ଫଟୋସୁଟ୍ ପାଇଁ କିଛିଦିନ ହେବ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ମାଗାଜିନ ପାଇଁ ନ୍ୟୁଡ୍ ଫଟୋସୁଟ୍ କରି ସେ ଏମିତି ହଟହଟାରେ ପଡିଛନ୍ତି ଯେ କଥା ଆଇନ ପର୍ଯ୍ୟନ୍ତ ମଧ୍ୟ ଗଲାଣି। ତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଦାଖଲ ହୋଇଛି। ଏହି ବିବାଦରୁ ତାଙ୍କୁ ରକ୍ଷା କରିବା ନେଇ ଅନ୍ୟ କଳାକାରମାନେ ତାଙ୍କ ସପକ୍ଷରେ ବାହାରୁଥିବା ଦେଖାଯାଏ। ବର୍ତ୍ତମାନ ଜାହ୍ନବୀ କପୁର ମଧ୍ୟ ତାଙ୍କୁ ସମର୍ଥନ କରି ଆଗକୁ ଆସିଛନ୍ତି। ସେ କହିଛନ୍ତି ଯେ ମାଗାଜିନ୍ ପାଇଁ ନ୍ୟୁଡ୍‌ ପୋଜ୍ ଦେବା ତାଙ୍କ କଳାତ୍ମକ ସ୍ୱାଧୀନତା। ଏନେଇ ସେ ଦଣ୍ଡିତ ହେବା ଉଚିତ ନୁହେଁ।

Advertisment

ଜାହ୍ନବୀ କପୁର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶୁକ୍ରବାର ଦିଲ୍ଲୀ ଯାଇଥିଲେ। ସେଠାରେ ରଣବୀର ସିଂଙ୍କ ନ୍ୟୁଡ୍ ଫଟୋ ସହ ଜଡିତ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସେ ଅଭିନେତା ଏବଂ ତାଙ୍କ ସ୍ୱାଧୀନତାକୁ ରକ୍ଷା କରିଥିଲେ। ସୋସିଆଲ୍ ମିଡିଆରେ ଶେୟାର ହୋଇଥିବା ଏକ ଭିଡିଓରେ ଅଭିନେତ୍ରୀ କହିଛନ୍ତି ଯେ “ମୁଁ ଭାବୁଛି ଏହା ଏକ କଳାତ୍ମକ ସ୍ୱାଧୀନତା ଏବଂ ମତେ ଲାଗୁ ନାହିଁ ଯେ କଳାତ୍ମକ ସ୍ୱାଧୀନତା ପାଇଁ କାହାକୁ ଦଣ୍ଡ ଦିଆଯିବା ଉଚିତ।

ଜାହ୍ନବୀ କପୁରଙ୍କ ପୂର୍ବରୁ ଅଭିନେତ୍ରୀ ବିଦ୍ୟା ବାଲାନ ଏକ ସାକ୍ଷାତକାରରେ ରଣବୀରଙ୍କ ନ୍ୟୁଡ୍ ଫଟୋ ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ “ଯଦି ଏହି ଫଟୋସୁଟ୍‌ ଦ୍ୱାରା କେହି ଆହତ ହେଉଛନ୍ତି, ତେବେ ଫଟୋକୁ ଦେଖନ୍ତୁ ନାହିଁ। ଏଥିରେ କେହି ମୁଣ୍ଡ ପୁରେଇବା ଦରକାର ନାହିଁ ଯେ ସେ କ’ଣ କରିବେ ଆଉ କ’ଣ ନ କରିବେ। ଫଟୋସୁଟ୍‌କୁ ନେଇ ଯେଉଁସବୁ ଆଲୋଚନା ହେଉଛି ତାହା ସବୁ ବେକାର। ଏହାକୁ ନେଇ ହେଉଥିବା ସମସ୍ତ ବିବାଦ ନିନ୍ଦନୀୟ।”

Advertisment

ସେହିପରି ରଣବୀର ସିଂହଙ୍କ ଏହିସବୁ ଫଟୋକୁ ନେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ମଧ୍ୟ ସୋସିଆଲ ମିଡିଆରେ ଏକ ସର୍ଭେ କରିଥିଲେ ଆଉ ରଣବୀରଙ୍କୁ ମଧ୍ୟ ସମର୍ଥନ କରିଥିଲେ।

ସେହିପରି ରଣବୀର-ଷ୍ଟାରର ‘ଲେଡିଜ୍ ଭର୍ସେସ୍ ରିକି ବାହଲ’ରେ ଅଭିନୟ ଦୁନିଆରେ ପାଦଅ ରଖିଥିବା ପରିଣୀତି ଚୋପ୍ରା ରଣବୀରଙ୍କ ସପକ୍ଷରେ କହିବାକୁ ଯାଇ କହିଛନ୍ତି ଯେ ରଣବୀର ଜଣେ ପ୍ରକୃତ କଳାକାର ଏବଂ ତାଙ୍କ ଛଡା ଆଉ କେହି ଏଭଳି ଫଟୋସୁଟ୍‌ କରିପାରି ନଥାନ୍ତେ ବୋଲି ସେ କହିଛନ୍ତି।

Advertisment

‘ବେଫିକ୍ରେ’ରେ ରଣବୀରଙ୍କ ବିପକ୍ଷରେ ଦେଖାଦେଇଥିବା ବାଣୀ କପୁର ମଧ୍ୟ କହିଛନ୍ତି ଯେ ରଣବୀର ଜଣେ ମହାନ କଳାକାର। ସେ ଜଣେ ଅଭିଜ୍ଞତା ସମ୍ପନ୍ନ କଳାକାର ଏବଂ ଖୋଲା ହୃଦୟର ବ୍ୟକ୍ତି।

ରଣବୀରଙ୍କ ‘ଗୁଲି ବଏ’ର ସହ-ତାରକା ଆଲିଆ ଭଟ୍ଟ ଏକ ଇଭେଣ୍ଟରେ କହିଛନ୍ତି ଯେ ସେ ତାଙ୍କ 'ପ୍ରିୟ' ରଣବୀର ସିଂଙ୍କ ବିଷୟରେ କିଛି ନକାରାତ୍ମକ ଶୁଣିବାକୁ ଚାହୁଁନାହାଁନ୍ତି।

Bollywood Ranveer Singh Ranveer Singh Nude Photoshoot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ