Advertisment

ଜେଲ୍‌ରେ କେମିତି ରହିବେ, କ’ଣ ଖାଇବେ ଆର୍ଯ୍ୟନ?

ଏବେ ଜେଲ୍‌ର ଚାରିକାନ୍ଥରେ ରାତି କାଟିବେ ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ। ପ୍ରଥମ ଥର ପାଇଁ ଏନ୍‌ସିବି ଅଧିକାରୀ ତାଙ୍କୁ ଆର୍ଥର ରୋଡ୍ ଜେଲ୍‌କୁ ନେଇଥିଲେ। କିନ୍ତୁ କିଲା କୋର୍ଟର ଶୁଣାଣି ଚାଲିଥିଲା। ଆଶା ଥିଲା ଜାମିନ୍ ମିଳିଯିବ। କିନ୍ତୁ ଆର୍ଯ୍ୟନଙ୍କୁ ଝଟକା ଲାଗିଥିଲା ଯେତେବେଳେ କୋର୍ଟ ତାଙ୍କ ଜାମିନକୁ ଖାରଜ କରିଦେଇଥିଲେ। ତେବେ ଆସନ୍ତୁ ଜାଣିବା ଜେଲ୍‌ରେ ଆର୍ଯ୍ୟନଙ୍କ ଜୀବନ କିପରି କଟିବ।

Jail shedule of Aryan Khan

Jail shedule of Aryan Khan

Advertisment

ନୂଆଦିଲ୍ଲୀ : ଏବେ ଜେଲ୍‌ର ଚାରିକାନ୍ଥରେ ରାତି କାଟିବେ ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ। ପ୍ରଥମ ଥର ପାଇଁ ଏନ୍‌ସିବି ଅଧିକାରୀ ତାଙ୍କୁ ଆର୍ଥର ରୋଡ୍ ଜେଲ୍‌କୁ ନେଇଥିଲେ। କିନ୍ତୁ କିଲା କୋର୍ଟର ଶୁଣାଣି ଚାଲିଥିଲା। ଆଶା ଥିଲା ଜାମିନ୍ ମିଳିଯିବ। କିନ୍ତୁ ଆର୍ଯ୍ୟନଙ୍କୁ ଝଟକା ଲାଗିଥିଲା ଯେତେବେଳେ କୋର୍ଟ ତାଙ୍କ ଜାମିନକୁ ଖାରଜ କରିଦେଇଥିଲେ। ତେବେ ଆସନ୍ତୁ ଜାଣିବା ଜେଲ୍‌ରେ ଆର୍ଯ୍ୟନଙ୍କ ଜୀବନ କିପରି କଟିବ।

Advertisment

କ୍ରୁଜ୍ ରେଭ୍ ପାର୍ଟିରେ ଆର୍ଯ୍ୟନଙ୍କ ସହିତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଜେଲର ପ୍ରଥମ ମହଲାର ବାରାକ୍ ନମ୍ବର ୧ ରେ ରଖାଯାଇଛି। ଖବର ଲେଖାହେବା ବେଳକୁ କାହାରିକୁ ବି ୟୁନିଫର୍ମ ଦିଆଯାଇ ନ ଥିଲା। ସମସ୍ତଙ୍କୁ ୫ ଦିନ ପାଇଁ ବାରାକ ନମ୍ବର ୧ରେ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ଯଦି ସେମାନଙ୍କ ମଧ୍ୟରୁ କାହାରି ପାଖରେ କରୋନା ଲକ୍ଷଣ ଦେଖାଯାଏ ତେବେ ଟେଷ୍ଟ୍‌ କରାଯିବ। ତେବେ ଆର୍ଯ୍ୟନଙ୍କ ସମେତ ଅନ୍ୟ ୮ ଜଣ ଅଭିଯୁକ୍ତ ନେଗେଟିଭ୍‌ ଅଛନ୍ତି।

Advertisment

ସମସ୍ତଙ୍କୁ କୋଭିଡ୍-୧୯ର ଦୁଇଟିଯାକ ଡୋଜ୍ ଦିଆସରିଛି। ଏନେଇ ସେମାନଙ୍କୁ କେବଳ ୫ ଦିନ ପାଇଁ କ୍ୱାରାଣ୍ଟାଇନରେ ରଖାଯିବ। କାହାରିକୁ ବି ସ୍ୱତନ୍ତ୍ର ସେବା ମିଳିବ ନାହିଁ ବୋଲି କୁହାଯାଇଛି। ଏମାନେ ସମସ୍ତେ ସାଧାରଣଙ୍କ ଭଳି ଜେଲରେ ରହିବେ। ତାଙ୍କୁ ଘରର ଖାଇବା ଆବଶ୍ୟକ ହେଲେ କୋର୍ଟଙ୍କ ଅନୁମତି ନେବାକୁ ପଡିବ। କିନ୍ତୁ କାହାରିକୁ ବି ଘରର ଖାଦ୍ୟ ମିଳି ପାରିବନି ବୋଲି କୋର୍ଟଙ୍କ କଡା ନିର୍ଦ୍ଦେଶ ରହିଛି।

ସେହିପରି ଜେଲ୍‌ର ରୁଟିନକୁ ମଧ୍ୟ ସେମାନଙ୍କୁ ମାନିବାକୁ ପଡିବ। ସକାଳ ୬ଟାରେ ଉଠିବାକୁ ହେବ। ୭ଟା ବେଳେ ଜଳଖିଆ ମିଳିବ। ଏଥିରେ କେବଳ ଶୀରା ଓ ଚୁଡା ମିଳିବ। ୧୧ଟାରେ ମଧ୍ୟାହ୍ନ ଭୋଜନ ଦିଆଯିବ। ଦିନ ଓ ରାତିର ଖାଇବାରେ ଭାତ-ଡାଲି ଓ ରୁଟି-ତରକାରୀ ଦିଆଯିବ। ଯଦି ସେମାନେ ଅଲଗା ଖାଦ୍ୟ ଖାଇବାକୁ ଚାହିଁବେ ତେବେ କ୍ୟାଣ୍ଟିରୁ ମିଳିବ କିନ୍ତୁ ଏନେଇ ଦେୟ କରିବାକୁ ହେବ। ତେବେ ଆର୍ଯ୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଜେଲ୍ ଭିତରେ ବୁଲିବାର ଅନୁମତି ନାହିଁ।

Advertisment

ଜେଲରେ ରାତି ଖାଇବା ସନ୍ଧ୍ୟା ୬ରେ ମିଳୁଥିବା ବେଳେ କାହାରିକୁ ମଧ୍ୟ ୮ଟାରେ ମିଳେ। ତାଙ୍କୁ ଅନ୍ୟମାନଙ୍କ ଭଳି ପାଖରେ ପ୍ଲେଟ୍ ରଖିବାକୁ ପଡିବ। ଜେଲ୍‌ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେବଳ ଅଧିକାରୀମାନଙ୍କ ପାଇଁ ଖୋଲା ରହିବ। ଏହାପରେ କାହାରିକୁ ଭିତରକୁ ଅନୁମତି ଦିଆଯିବ ନାହିଁ।

Entertainment Aryan Khan SRK Son Aryan Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ