Advertisment

ଟାଇଗରଙ୍କୁ ନେଇ ଏମିତି କହିଲେ ଜ୍ୟାକି ଶ୍ରଫ୍‌, କହିଲେ ସେ କାହିଁକି ଘରେ ଦୁଃଖରେ ରହେ…

ପୁଅ ଟାଇଗର ଶ୍ରଫଙ୍କ କ୍ୟାରିୟର ବିଷୟରେ ଜ୍ୟାକି ଶ୍ରଫ୍‌ ଖୋଲାଖୋଲି ଭାବେ କହିଛନ୍ତି। ଯେତେବେଳେ ତାଙ୍କ ପୁଅ ଟାଇଗରଙ୍କ କୌଣସି ଫିଲ୍ମ ବକ୍ସ ଅଫିସରେ ସଫଳ ପାଏନି ତାଙ୍କୁ କିପରି ଲାଗେ ସେ କହିଛନ୍ତି।

Jackie shroff reveals son tiger shroff get upset

Jackie shroff reveals son tiger shroff get upset

Advertisment

ବଲିଉଡର ଦିଗ୍ଗଜ ଅଭିନେତା ଜ୍ୟାକି ଶ୍ରଫ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୩ ବର୍ଷ ପୂରଣ କରିଛନ୍ତି। ଆଜି ବି ସେ ସିନେମା ଜଗତରେ ବହୁତ ସକ୍ରିୟ ଏବଂ କ୍ରମାଗତ ଭାବରେ ଚଳଚ୍ଚିତ୍ର କରୁଛନ୍ତି। ବର୍ତ୍ତମାନ ସେ ପୁଅ ଟାଇଗର ଶ୍ରଫଙ୍କ କ୍ୟାରିୟର ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଯେତେବେଳେ ତାଙ୍କ ପୁଅ ଟାଇଗରଙ୍କ କୌଣସି ଫିଲ୍ମ ବକ୍ସ ଅଫିସରେ ସଫଳ ପାଏନି ତାଙ୍କୁ କିପରି ଲାଗେ ସେ କହିଛନ୍ତି। କେବଳ ଏତିକି ନୁହେଁ ଜ୍ୟାକି ତାଙ୍କ ପୁଅର କାମକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ସେ ପ୍ରତ୍ୟେକ ଫିଲ୍ମ ପାଇଁ ତାଙ୍କୁ ୧୦୦% ଦିଅନ୍ତି।

Advertisment

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଜ୍ୟାକି ଶ୍ରଫ୍‌ କହିଛନ୍ତି ଯେ “ଯେତେବେଳେ କୌଣସି ଚଳଚ୍ଚିତ୍ର ଭଲ କାମ କରେ ନାହିଁ, ପୁଅ ଟାଇଗର ଦୁଃଖିତ ହୋଇପଡେ ଏବଂ ତାଙ୍କ ହୃଦୟ ମଧ୍ୟ ଯନ୍ତ୍ରଣାରେ ଭରିଯାଏ। ସେ ଘରେ ଉଦାସ ହୋଇ ବସେ। ମୁଁ କିନ୍ତୁ ତାକୁ କୁହେ ଯେତେ ପଡିବୁ, ସେତେ ସମ୍ଭାଳିବୁ ଏବଂ ଆଗକୁ ଯିବୁ। ଏହା ତ ମୋ ପୁଅ ଜାଣେ।”

ଜାକି ଆହୁରି କହିଛନ୍ତି ଯେ “ସେ ପୂରା ହୃଦୟରୁ କଠିନ ପରିଶ୍ରମ କରେ, ବାକି କାମ ତ ଟେକ୍ନିସିଆନମାନ ଦ୍ୱାରା କରାଯାଇଥାଏ। କିନ୍ତୁ ମୋ ପିଲା ତ ବିନ୍ଦାସ ହୋଇ ଖେଳେ। ଯେତେବେଳେ ସେ ତା’ର ପରିଶ୍ରମ ପାଇଁ ପ୍ରଶଂସିତ ହୁଏ, ସେତେବେଳେ ଏହା ଭଲ ଲାଗେ। ଲୋକମାନେ ଟାଇଗର ପ୍ରତି ପ୍ରେମ ଏବଂ ସ୍ନେହ ଦିଅନ୍ତି। ବାକି ସବୁ ଉପରବାଲା ହାତରେ।

Advertisment

ଏହା ବ୍ୟତୀତ ଜ୍ୟାକି ଶ୍ରଫ୍ ମଧ୍ୟ ନିଜ କାମକୁ ନେଇ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ତାଙ୍କ ପାଇଁ କୌଣସି ଚରିତ୍ର କଷ୍ଟକର ହୋଇ ନାହିଁ। ଜ୍ୟାକି ଶ୍ରଫ୍ କହିଛନ୍ତି, “ମୋର କ’ଣ ବା ଅଛି, ସସୁ ଅସୁବିଧା ତ ନିର୍ଦ୍ଦେଶକଙ୍କର। ଥରେ ସେ ମୋତେ ପିକ୍ଚରରେ ନେଇଗଲେ ତ ମୁଁ ପିଲା ପରି ପ୍ରବେଶ କରିଯାଏ। ବାକି ଟେନସନ ହେଉଛି ତାଙ୍କର, ନିର୍ଦ୍ଦେଶକ, ଟେକ୍ନିସିଆନ, ଏଡିଟର, କ୍ୟାମେରା ମ୍ୟାନ୍, ସଙ୍ଗୀତ ଲେଖକଙ୍କର। ତେବେ ମୋର କ’ଣ ଚିନ୍ତା? ଆମେ ତ କେବଳ କ୍ଲୋଜ ଅପ୍ ଦେବାକୁ ଆସିଛେ।”

ଜ୍ୟାକି ଶ୍ରଫଙ୍କୁ ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ତାମିଲ ଚଳଚ୍ଚିତ୍ର ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି। ‘ଜେଲର’ ସାରା ବିଶ୍ୱରେ ୬୦୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିଛି। ବର୍ତ୍ତମାନ ଜ୍ୟାକି ଶ୍ରଫ୍ ଫିଲ୍ମ 'ବାପ୍'ରେ ନଜର ଆସିବେ। ଏଥିରେ ସନ୍ନି ଦେଓଲ୍, ସଞ୍ଜୟ ଦତ୍ତ ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ଷ୍ଟାର୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ଏଥି ସହିତ ଟାଇଗର ଶ୍ରଫଙ୍କୁ ତାଙ୍କର ନୂଆ ଆକ୍ସନ୍ ଫିଲ୍ମ 'ଗଣପତ'ରେ ଦେଖିବାକୁ ମିଳିବ, ଯାହା ୨୦ ଅକ୍ଟୋବର ୨୦୨୩ରେ ପ୍ରେକ୍ଷାଳୟକୁ ଆସିବ।

Advertisment
Bollywood Tiger Shroff Jackie Shroff
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ