Advertisment

ସୋନୁ ସୁଦଙ୍କ ଘରେ ଇନ୍‌କମ୍‌ ଟାକ୍ସ ଅଫିସର

ବଲିଉଡ ତଥା ଟଲିଉଡ୍ ଅଭିନେତା ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇସ୍ଥ କାର୍ଯ୍ୟାଳୟକୁ ଇନକମ ଟାକ୍ସ ବିଭାଗ ତରଫରୁ ସର୍ଭେ କରାଯାଇଛି। ସୂଚନା ମୁତାବକ ମୁମ୍ବାଇରେ ଥିବା ତାଙ୍କର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଅନୁସନ୍ଧାନ ଚାଲିଛି। ତେବେ ଇନକମ ଟାକ୍ସ ବିଭାଗ ଅଧିକାରୀ ସୋନୁ ସୁଦଙ୍କ ସମ୍ପତ୍ତି ଉପରେ କାହିଁକି ପଡିଛନ୍ତି ଏହାର କାରଣ ସାମ୍ନାକୁ ଆସିନି।

Sonu Sood

Sonu Sood

Advertisment

ମୁମ୍ବାଇ : ବଲିଉଡ ତଥା ଟଲିଉଡ୍ ଅଭିନେତା ଅଭିନେତାଙ୍କ ମୁମ୍ବାଇସ୍ଥ କାର୍ଯ୍ୟାଳୟକୁ ଇନକମ ଟାକ୍ସ ବିଭାଗ ତରଫରୁ ସର୍ଭେ କରାଯାଇଛି। ସୂଚନା ମୁତାବକ ମୁମ୍ବାଇରେ ଥିବା ତାଙ୍କର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଅନୁସନ୍ଧାନ ଚାଲିଛି। ତେବେ ଇନକମ ଟାକ୍ସ ବିଭାଗ ଅଧିକାରୀ ସୋନୁ ସୁଦଙ୍କ ସମ୍ପତ୍ତି ଉପରେ କାହିଁକି ପଡିଛନ୍ତି ଏହାର କାରଣ ସାମ୍ନାକୁ ଆସିନି। ଖାଲି ଏତିକି ଜଣାଯାଇଛି ଯେ ସୋନୁ ସୁଦଙ୍କ ଆକାଉଣ୍ଟ୍ସ ବୁକ୍, ଇନ୍‌କମ୍, ଖର୍ଚ୍ଚ ଓ ଫାଇନାନ୍‌ସିଆଲ୍ ରେକର୍ଡଗୁଡିକୁ ଛାନ୍‌ଭିନ୍ କରାଯାଉଛି।

Advertisment

ପ୍ରକାଶଥାଉ ଯେ ନିକଟରେ ଦିଲ୍ଲୀ ସରକାର ତରଫରୁ ସ୍କୁଲ୍ ପିଲାଙ୍କ ପାଇଁ ଆରମ୍ଭ ହୋଇଥିବା ମେଣ୍ଟରସିପ୍ କାର୍ଯ୍ୟାକ୍ରମରେ ସୋନୁ ସୁଦଙ୍କୁ ବ୍ରାଣ୍ଡ ଆମ୍ବାସଡର କରାଯାଇଛି।

Advertisment

ଅଗଷ୍ଟ ମାସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲଙ୍କ ସହ ସୋନୁ ସୁଦଙ୍କ ସାକ୍ଷାତ ହୋଇଥିଲା। ଏହି ସାକ୍ଷାତକାର ପରେ କେଜ୍ରୀୱାଲ ଓ ସୋନୁ ସୁଦ୍ ମିଳିତ ଭାବେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ମୁଖ୍ୟମନ୍ତ୍ରୀ କେଜ୍ରୀୱାଲ କହିଥିଲେ ଯେ ଅଭିନେତା ସୋନୁ ସୁଦ୍ ଦିଲ୍ଲୀ ସରକାରର ସ୍ୱତନ୍ତ୍ର ପ୍ରୋଗ୍ରାମ ‘ଦେଶ କୀ ମେଣ୍ଟର୍ସ’ ପାଇଁ ବ୍ରାଣ୍ଡ୍ ଆମ୍ବାସଡର ହେବା ନେଇ ପ୍ରସ୍ତୁତ।

ସେ ପୁଣି କହିଥିଲେ ଯେ ଦିଲ୍ଲୀର ଶିକ୍ଷା ବିଭାଗ ଖୁବ୍ ଶୀଘ୍ର ‘ଦେଶ କୀ ମେଣ୍ଟର୍ସ’ କାର୍ଯ୍ୟକ୍ରମ ଆରମ୍ଭ କରିବ। ସୋନୁ ସୁଦ ଏହାର ବ୍ରାଣ୍ଡ ଆମ୍ଭାସଡର୍ ହେବା ନେଇ ରାଜି ହୋଇଯାଇଛନ୍ତି। ଏହି ଅବସରରେ କେଜ୍ରୀୱାଲ କହିଛନ୍ତି ଯେ ସୋନୁ ସୁଦ୍ ନିଜ କାମ ଓ ସମାଜ ପ୍ରତି ତାଙ୍କର ଥିବା ଦାୟିତ୍ୱକୁ ନିଭେଇଥିବାରୁ ସେ ଲୋକଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି।

Advertisment

ପ୍ରକାଶଥାଉ ଯେ କରୋନା କାଳରେ ବଲିଉଡ କଳାକାରମାନଙ୍କ ଭିତରୁ କେବଳ ସୋନୁ ସୁଦ ନିଜର ମାନବିକତା ଦେଖେଇଥିଲେ। ପ୍ରାୟ ଦେଢ ବର୍ଷ ଧରି ସେ ଅଭାବୀମାନଙ୍କ ପ୍ରତି ସାହାଯ୍ୟର ହାତ ବଢେଇଥିଲେ। ଏନେଇ ସେ ଲୋକଙ୍କ ହୃଦୟରେ ଛାଇ ଯାଇଛନ୍ତି। ସୋନୁ ଯେଉଁଭଳି ଭାବେ ନିସ୍ୱାର୍ଥପର ଭାବେ ଲୋକଙ୍କ ସେବା କରିଛନ୍ତି ସେ ରିଲ୍ ଲାଇଫ୍‌ରୁ ରିଏଲ୍‌ ଲାଇଫ୍‌ ହୀରୋ ହୋଇଯାଇଛନ୍ତି।

କାମର କଥା କହିଲେ ସୋନୁ ସୁଦ ବର୍ତ୍ତମାନ ଫିଲ୍ମ ‘ପୃଥ୍ୱୀରାଜ’ରେ ନଜର ଆସିବେ। ଏଥିରେ ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲର ବି ନଜର ଆସିବେ। ଫିଲ୍ମର ସୁଟିଂ ଶେଷ ହୋଇଛି। ଏହାଛଡା ତାଙ୍କ ପାଖରେ କିଛି ସାଉଥ୍ ପ୍ରୋଜେକ୍ଟ ମଧ୍ୟ ରହିଛି। ପ୍ରଶଂସକମାନେ ‘ପୃଥ୍ୱୀରାଜ’କୁ ଉତ୍ସାହର ସହିତ ଅନେଇ ବସିଥିବା ବେଳେ ଏହା ଆସନ୍ତା ବର୍ଷ ରିଲିଜ ହେବାସ ସମ୍ଭାବନା ରହିଛି।

Sonu Sood Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ