Advertisment

‘KGF 3’ରେ ନଜର ଆସିବେ କି ହ୍ରିତିକ ରୋଶନ ? ମେକର୍ସ କଲେ ବଡ଼ ଖୁଲାସା...

‘KGF 2’ରେ ୟଶ୍‌ଙ୍କ ଆକ୍ସନ ଓ ଦମ୍‌ଦାର୍‌ ଡାଇଲଗ୍‌ ଦର୍ଶକଙ୍କୁ ଏତେ ପସନ୍ଦ ଆସିଛି ଯେ, ଏହାର ପାର୍ଟ-୩ ରିଲିଜ୍‌କୁ ଦର୍ଶକ ଚାହିଁଛନ୍ତି। ଏହାର ପାର୍ଟ-୩ ରିଲିଜ୍ ନେଇ କିଛିଦିନ ପୂର୍ବେ ‘KGF’ ମେକର୍ସ ଘୋଷଣା କରିଥିଲେ।

Is Hrithik Roshan a part of KGF 3?

Is Hrithik Roshan a part of KGF 3?

Advertisment

ଖାଲି ଭାରତ ନୁହେଁ ସାରା ବିଶ୍ୱରେ ‘KGF Chapter 2’ ଧୁମ୍‌ ମଚାଇଛି। ବକ୍ସ ଅଫିସରେ ମଧ୍ୟ ଏହି ଫିଲ୍ମ ସବୁ ରେକର୍ଡ ଭାଙ୍ଗିଛି। ୪୬ ଦିନରେ ଏହି ଫିଲ୍ମ ୧୨୩୦ କୋଟି ଟଙ୍କା ଇନ୍‌କମ୍‌ କରିଛି। ଏମିତିରେ ବି ୟଶ୍‌ ଓରଫ ‘ରକି ଭାଇ’ଙ୍କ ଫ୍ୟାନ୍ସ ଫଲୋର୍ସ ବି କିଛି କମ୍‌ ନୁହଁନ୍ତି। ହଲ୍‌ରେ ଆଜି ବି ‘KGF 2’ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି।

Advertisment

‘KGF 2’ରେ ୟଶ୍‌ଙ୍କ ଆକ୍ସନ ଓ ଦମ୍‌ଦାର୍‌ ଡାଇଲଗ୍‌ ଦର୍ଶକଙ୍କୁ ଏତେ ପସନ୍ଦ ଆସିଛି ଯେ, ଏହାର ପାର୍ଟ-୩ ରିଲିଜ୍‌କୁ ଦର୍ଶକ ଚାହିଁଛନ୍ତି। ଏହାର ପାର୍ଟ-୩ ରିଲିଜ୍ ନେଇ କିଛିଦିନ ପୂର୍ବେ ‘KGF’ ମେକର୍ସ ଘୋଷଣା କରିଥିଲେ। ‘KGF 3’ରେ ଏକ ବଡ଼ ଚେହେରା ଭାବେ ବଲିଉଡ୍‌ର ଆକ୍ସନ ହିରୋ ହ୍ରିତିକ ରୋଶନ(Hrithik Roshan) ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଏହି ଫିଲ୍ମରେ ଅଭିନୟ କରିବା ପାଇଁ ହ୍ରିତିକଙ୍କୁ ଅନୁରୋଧ କରାଯାଇଥିବା କୁହାଯାଉଛି। ହେଲେ ଏନେଇ ଫିଲ୍ମର ମେକର୍ସଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେଣୁ ଏହା ଏକ ଗୁଜବ ବୋଲି କୁହାଯାଉଛି।

ବର୍ତ୍ତମାନ ଯାଏ ‘KGF 3’ରେ କେଉଁମାନେ ଅଭିନୟ କରିବେ ସେନେଇ କିଛି ଫାଇନାଲ୍‌ ହୋଇନାହିଁ ବୋଲି ଫିଲ୍ମର ମେକର୍ସ କହିଛନ୍ତି। ‘KGF’ ପ୍ରଡକ୍ସନ ହାଉସ୍‌ , ହୋମ୍‌ବେଲ୍‌ ଫିଲ୍ମସର କୋ ଫାଉଣ୍ଡର ବିଜୟ Asianet Newsableକୁ ‘KGF 3’ ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment

ଫିଲ୍ମରେ ହ୍ରିତିକଙ୍କ ଅଭିନୟକୁ ନେଇ ସେ କହିଛନ୍ତି, ଚଳିତ ବର୍ଷ ‘KGF 3’ ରିଲିଜ୍‌ ହେବ ନାହିଁ। ଏନେଇ ଆମେ କିଛି ଯୋଜନା କରିଛୁ। ଏବେ ପ୍ରଶାନ୍ତ ନୀଲ୍‌ ଫିଲ୍ମ ‘Salaar’ ରେ ବ୍ୟସ୍ତ ଅଛନ୍ତି। ୟଶ୍‌ ମଧ୍ୟ ତାଙ୍କର ଆଗାମୀ ଫିଲ୍ମ ଘୋଷଣା କରିବାକୁ ଯାଉଛନ୍ତି। ଆମେ ଚାହୁଁଛୁ ସମସ୍ତଙ୍କୁ ନେଇ ‘KGF 3’ର ଶୁଟିଂ ଆରମ୍ଭ କରିବା ପାଇଁ। ଯେତେବେଳେ ଏହି ଫିଲ୍ମ ପାଇଁ ଶୁଟିଂ ଆରମ୍ଭ ହେବ ସେତେବେଳେ ଫିଲ୍ମ ରିଲିଜ୍‌ କେବେ ହେବ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଏହାସହ କେଉଁମାନେ ଅଭିନୟ କରିବେ ସେସମ୍ପର୍କରେ ମଧ୍ୟ ଫାଇନାଲ୍‌ ହେବ ’

KGF 3 Hritik Roshan KGF Chapter 2 KGF Chapter 2 Star Yash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ