Advertisment

ଖୁବ ଶୀଘ୍ର ରିଲିଜ୍ ହେବ ଇରଫାନ୍ ଖାନ୍‌ଙ୍କ 'ଅପନୋ ସେ ବେୱାଫାଇ'

ଇରଫାନ୍ ଖାନ୍‌ଙ୍କ ମୃତ୍ୟୁର ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଚରିତ୍ର ଓ ଚଳଚ୍ଚିତ୍ର ସବୁବେଳେ ତାଙ୍କ ଉପସ୍ଥିତିକୁ ଜାହିର ରଖିଛି। ତେବେ ବର୍ତ୍ତମାନ ଇର୍‌ଫାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଅଭିନେତାଙ୍କର ଏକ ଫିଲ୍ମ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
Irrfan Khan’s film apno se bewafai to be released

Irrfan Khan’s film apno se bewafai to be released

Advertisment

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଇରଫାନ୍ ଖାନ୍ ତାଙ୍କର ଉତ୍କୃଷ୍ଟ ଅଭିନୟ ଓ ଦମଦାର ସଂଳାପ ପାଇଁ ବେଶ ଜଣାଶୁଣା। ଆଜି ସିନା ଅଭିନେତା ଆମ ଗହଣରେ ନାହାନ୍ତି କିନ୍ତୁ ତାଙ୍କର ଅଭିନୟ ତାଙ୍କୁ ଆଜି ଲୋକମାନଙ୍କ ପାଖରେ ବଞ୍ଚାଇ ରଖିଛି। ଇଣ୍ଡଷ୍ଟ୍ରିର ସର୍ବୋତ୍ତମ ଏବଂ ଦକ୍ଷ ଅଭିନେତାମାନଙ୍କ ମଧ୍ୟରୁ ଇରଫାନ୍ ଖାନ୍ ତାଙ୍କର ପ୍ରତ୍ୟେକ ଚରିତ୍ରରେ ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ସକ୍ଷମ ହୋଇଥିଲେ।

Advertisment

ଅଭିନେତାଙ୍କ ଯିବାର ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଚରିତ୍ର ଓ ଚଳଚ୍ଚିତ୍ର ସବୁବେଳେ ତାଙ୍କ ଉପସ୍ଥିତିକୁ ଜାହିର ରଖିଛି। ତେବେ ବର୍ତ୍ତମାନ ଇର୍‌ଫାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଅଭିନେତାଙ୍କର ଏକ ଫିଲ୍ମ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି।

ହଠାତ୍ ଦୁନିଆରୁ ବିଦାୟ ନେଇଥିବା ଇରଫାନ୍ ଖାନ୍ ଅନେକ ଚଳଚ୍ଚିତ୍ର ଏବଂ ପ୍ରୋଜେକ୍ଟକୁ ଅସମ୍ପୂର୍ଣ୍ଣ ଛାଡିଦେଇ ଯାଇଥିଲେ। ତାଙ୍କର ଅନେକ ପ୍ରୋଜେକ୍ଟ ଅଛି ଯାହା ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ତାଙ୍କର ଗୋଟିଏ ଚଳଚ୍ଚିତ୍ର ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। ଇରଫାନ୍ ଖାନଙ୍କ ଫିଲ୍ମ 'ଅପନୋ ସେ ସେ ବେୱାଫାଇ' ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି।

Advertisment

ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ ପୀୟୁଷ ଶାହା ଏ ବିଷୟରେ କହିଛନ୍ତି ଯେ “ଆମେ ଚାହୁଁଥିଲୁ ଯେ ଦର୍ଶକମାନେ ଆମର ଏହି ପ୍ପାରିବାରିକ ମନୋରଞ୍ଜନ ଫିଲ୍ମକୁ ଦେଖନ୍ତୁ।” କିନ୍ତୁ ଏପ୍ରିଲ୍ ୨୯ ପୂର୍ବରୁ ତିନୋଟି ଚଳଚ୍ଚିତ୍ର ରିଲିଜ୍ ହେବାର ଥିଲା। ଚଳଚ୍ଚିତ୍ର 'ଅପନୋ ସେ ସେ ବେୱାଫାଇ'କୁ ୨୦୧୯ରେ CBFC ରୁ ସାର୍ଟିଫିକେଟ୍ ମିଳିଯାଇଥିଲା୍, ଯାହା ପରେ ନିର୍ମାତା ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ପରେ ପୁଣିଥରେ କରୋନା ଭାଇରସ୍ କାରଣରୁ ଫିଲ୍ମଟି ରିଲିଜ୍ ହୋଇପାରିଲା ନାହିଁ।

ଏହାକୁ ନେଇ ପୀୟୁଷ ଶାହା କହିଛନ୍ତି ଯେ, “ଆମେ ଏପ୍ରିଲ୍ ୨୦୨୦ରେ 'ଅପନୋ ସେ ବେୱାଫାଇ' ଫିଲ୍ମ ରିଲିଜ୍ କରିବାକୁ ଚାହୁଁଥିଲୁ। ଏହି ଚଳଚ୍ଚିତ୍ରଟି ‘ଅଙ୍ଗ୍ରେଜି ମିଡିୟମ’ର ଠିକ୍ ପରେ ମୁକ୍ତିଲାଭ କରିବାକୁ ଥିଲା, କିନ୍ତୁ ତା’ପରେ ଲକଡାଉନ୍ ହେବାରୁ ଫିଲ୍ମର ରିଲିଜ୍ ଯୋଜନାକୁ ସ୍ଥଗିତ ରଖିବାକୁ ପଡିଲା। ତେବେ ଫିଲ୍ମକୁ ନେଇ ଇରଫାନଙ୍କୁ କ’ଣ ମତ ଥିଲା ସେ ଏହା ମଧ୍ୟ କହିଛନ୍ତି। ପୀୟୁଷ କହିଛନ୍ତି ଯେ “ସେ ଜଣେ ଭଦ୍ର ବ୍ୟକ୍ତି ଥିଲେ ଏବଂ ସେ ମୋତେ କହିଥିଲେ ଫିଲ୍ମକୁ ରିଲିଜ୍ କରିଦିଅନ୍ତୁ, ମୋର ସମ୍ପୂର୍ଣ୍ଣ ସମର୍ଥନ ତୁମ ସହିତ ଅଛି।”

Advertisment

‘ଅପନୋ ସେ ବେୱାଫାଇ’ ଫିଲ୍ମ ବ୍ୟତୀତ ଦର୍ଶକମାନେ ମଧ୍ୟ ଇରଫାନଙ୍କ ଚଳଚ୍ଚିତ୍ର ‘ଦି ସଙ୍ଗ୍‌ ଅଫ୍ ସ୍କର୍ପିଓନ୍’ ରିଲିଜ୍‌କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଏହି ଫିଲ୍ମ କେବେ ରିଲିଜ ହେବ ସେନେଇ କୌଣସି ସୂଚନା ପ୍ରକାଶ ପାଇ ନାହିଁ। ଉଲ୍ଲେଖନୀୟ ବିଷୟ ହେଉଛି, ଏପ୍ରିଲ୍ ୨୯, ୨୦୨୦ରେ ଅଭିନେତା ଇରଫାନ୍ ଖାନ୍ ଦୁନିଆରୁ ବିଦାୟ ଦେଇଥିଲେ। କର୍କଟ ରୋଗ କାରଣରୁ ୫୪ ବର୍ଷ ବୟସରେ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Bollywood Irfan Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ