Advertisment

ରାବଣ ବିନା ଶ୍ରୀରାମ ଏତେ ମହାନ ହୋଇପାରିନଥାନ୍ତେ?: ବଲିଉଡ୍‌ ଅଭିନେତା କିରଣ କୁମାର

ବଲିଉଡ୍‌ର ବ୍ୟାଡ୍‌ ମ୍ୟାନ୍‌ କିରଣ କୁମାର। ୨୫୦ ଫିଲ୍ମରେ ନାୟକ ହୋଇବି ବଲିଉଡ୍‌ ଭିଲେନ୍‌ ଭାବେ ସେ ଦର୍ଶକଙ୍କ ପ୍ରିୟ। ସେ ଓଡ଼ିଶା ଆସିବା ଅବସରରେ ତାଙ୍କର ସାକ୍ଷାତକାର ନେଇଛନ୍ତି ଓଟିଭି ରିପୋର୍ଟର ପ୍ରଭାତ ବିଷୋୟୀ

Bollywood Actor Kiran Kumar

Bollywood Actor Kiran Kumar

Advertisment

ପ୍ର:- ଜଗନ୍ନାଥର ଧାମକୁ ଆପଣ ଆସିଛନ୍ତି। ଆପଣଙ୍କୁ କିପରି ଅନୁଭବ ହେଉଛି।

ଉ:- ମୁଁ ଆଗରୁ ଓଡ଼ିଶା ଆସିଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଥିଲି। କିନ୍ତୁ ଏଥର ମୋତେ ଦର୍ଶନ କରିବାର ସୁଯୋଗ ମିଳିଲାନି।  

Advertisment

ପ୍ର:- ନାୟକରୁ ଖଳନାୟକ କାହିଁକି ହୋଇଗଲେ?

ଉ:- ମୁଁ ୩୦୦ରୁ ଅଧିକ ଫିଲ୍ମରେ ନାୟକ ଚରିତ୍ରରେ ଅଭିନୟ କରିଛି। ଏସବୁ ଫିଲ୍ମ ହିଟ୍‌ ମଧ୍ୟ ହୋଇଛି। ମୁଁ ଜଣେ ଭିଲେନ୍‌ ନୁହେଁ, ମୁଁ ଅଭିନୟକୁ ଗୁରୁତ୍ୱ ଦେଇଥାଏ। ଅଭିନୟର ଖେଳରେ ମୁଁ ଜଣେ ଅଂଶ ବୋଲି ମୋତେ ଅନୁଭବ ହୋଇଥାଏ। ଯଦି କାଲି ମୋତେ କାମ ମିଳିବନି, ତାହାହେଲେ ମୁଁ ସ୍ପଟବୟ କିମ୍ବା ଲାଇଟମ୍ୟାନ୍‌ ହୋଇଯିବି। ମୋ ଜୀବନର ଲକ୍ଷ୍ୟ ହେଉଛି ଯେପର୍ଯ୍ୟନ୍ତ ମୋ ଜୀବନ ଥିବ, ସେପର୍ଯ୍ୟନ୍ତ ଲାଇଟ୍‌ ତଳେ କାମ କରୁଥିବି। ଭଗବାନଙ୍କ ଆଶ୍ରୀବାଦ ଓ ଦର୍ଶକଙ୍କ ଭଲ ପାଇବା ମୋତେ ଆଗକୁ ନେଇପାରିଛି। ନାୟକ ଓ ଖଳନାୟକ ମଧ୍ୟରେ କୌଣସି ଫରକ ନଥାଏ। ମାନିନିଅନ୍ତୁ ଯଦି ରାବଣ ନଥାନ୍ତା, ତାହାହେଲେ କଣ ପ୍ରଭୁ ଶ୍ରୀରାମ ଏତେ ମହାନ୍ ହୋଇପାରିଥାନ୍ତେ। ନାୟକଙ୍କୁ ମହାନାୟକ କରିବା ପାଇଁ ଖଳନାୟକ ଆବଶ୍ୟକ ପଡ଼ିଥାଏ। 

ପ୍ର:- ନିଜ କ୍ୟାରିଅର ପାଇଁ ଆପଣ କାହାକୁ ଆଦର୍ଶ ବୋଲି ମାନିଛନ୍ତି?
ଉ:- ମୋ ବାପା ମୋ ପାଇଁ ଆଦର୍ଶ। ସେ ଜଣେ ମହାନ କଳାକାର ଥିଲେ। ନାରଦ ମୁନି ଭାବେ ସେ ୬୦ ଫିଲ୍ମରେ ଅଭିନୟ କରିଛନ୍ତି, ଯାହାକି ବିଶ୍ୱରେକର୍ଡ। ଯଦି କେହି ନାରଦ ମୁନିର କ୍ୟାଲେଣ୍ଡର ତିଆରି କରନ୍ତି ସେଥିରେ ମୋ ବାପାଙ୍କ ଚିତ୍ର ରଖନ୍ତି। 

Advertisment

ପ୍ର:-ଓଡ଼ିଆ ଫିଲ୍ମରେ ଯଦି ସୁଯୋଗ ମିଳେ, ଆପଣଙ୍କ ନିଷ୍ପତ୍ତି କଣ ରହିବ?
ଉ:- ଯଦି ସୁଯୋଗ ମିଳେ, ନିଶ୍ଚୟ କରିବି। ଏଠି ଭାଷା ଗୁରୁତ୍ୱପୂର୍ଣ୍ଣ ନୁହେଁ, କେଉଁ ଚରିତ୍ରରେ ଆପଣ ଅଭିନୟ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ଯଦି ଓଡ଼ିଆରେ ଭଲ ଚରିତ୍ର ମିଳିବ ମୁଁ ନିଶ୍ଚୟ କରିବି। 

Kiran Kumar Bollywood Actor Interview
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ