Advertisment

International Yoga Day 2023: ଯୋଗ ଦିବସରେ ଯୋଗ କଲେ ବଲିଉଡ୍‌ ସୁନ୍ଦରୀ

ଆଜି ସାରା ବିଶ୍ୱ ଯୋଗ ଦିବସ ପାଳନ କରୁଛି। ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନରେ ଶାନ୍ତି ଖେଳିଯାଏ। ବଲିଉଡ ସୁନ୍ଦରୀମାନେ ମଧ୍ୟ ଏହାକୁ ଆଜିକାଲି ସେମାନଙ୍କ ଦୈନନ୍ଦିନ ଜୀବନରେ ଆପଣେଇ ନେଇଛନ୍ତି। ସେମାନଙ୍କ ସୌନ୍ଦର୍ଯ୍ୟର ଏହା ହେଉଛି ରହସ୍ୟ। ଆସନ୍ତୁ ଜାଣିବା ଏହି ସୁନ୍ଦରୀମାନଙ୍କୁ।

ଅଦ୍ୟତନ ହୋଇଛି
International Yoga Day 2023: The celebreties keep themselves fit with yoga

International Yoga Day 2023: The celebreties keep themselves fit with yoga

Advertisment

ଆଜି ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସକୁ ଧୂମଧାମରେ ପାଳନ କରାଯାଉଛି। ପ୍ରତିବର୍ଷ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ସାରା ବିଶ୍ୱର ଲୋକମାନେ ଆଜି ଯୋଗ କରି ସେମାନଙ୍କର ଯୋଗ ଫଟୋ ଶେୟାର କରୁଛନ୍ତି। ଏହି ଅବସରରେ ବଲିଉଡ୍‌ ସେଲିବ୍ରେଟିମାନେ ମଧ୍ୟ ପଛରେ ନାହାଁନ୍ତି। ସେମାନେ ମଧ୍ୟ ଯୋଗ କରି ନିଜ ପ୍ରଶଂସକଙ୍କ ସହ ଫଟୋ ଶେୟାର କରୁଛନ୍ତି।

Advertisment

ଅନେକ ସେଲିବ୍ରେଟି ଅଛନ୍ତି ଯେଉଁମାନେ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ଦୈନିକ ଯୋଗ କରି ନିଜକୁ ଫିଟ୍ ମଧ୍ୟ ରଖିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ବଲିଉଡ୍‌ ସୁନ୍ଦରୀମାନଙ୍କୁ ଯେଉଁମାନେ ଯୋଗକୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ପରିଣତ କରିଛନ୍ତି।

ଶିଳ୍ପା ଶେଟ୍ଟୀ:

Advertisment

ଯୋଗ ଏବଂ ଫିଟନେସ୍ ବିଷୟରେ ଯେତେବେଳେ କଥା ଉଠେ ସେତେବେଳେ ଶିଳ୍ପା ଶେଟ୍ଟୀଙ୍କ ନା’ ପ୍ରଥମେ ଆସେ। ଶିଳ୍ପା ଶେଟ୍ଟୀଙ୍କୁ ଏବେ ୪୮ ବର୍ଷ ହୋଇଥିଲେ ମଧ୍ୟ ସେ ଖୁବ୍ ୟଙ୍ଗ୍‌ ଏବଂ ଫିଟ୍ ଦେଖାଯାଉଛନ୍ତି। ଯୋଗ ହେଉଛି ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ। ସେ ଏହି ବୟସରେ ମଧ୍ୟ ଯୁବ ତାରକାମାନଙ୍କ ସହ ପ୍ରତିଯୋଗିତା କରନ୍ତି। ସେ ପ୍ରତିଦିନ ଯୋଗ କରନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଯୋଗ କରିବାକୁ ପରାମର୍ଶ ଦିଅନ୍ତି।

କଙ୍ଗନା ରାଣାୱତ୍:

Advertisment

ବଲିଉଡ୍‌ର ପଙ୍ଗା କ୍ୱିନ୍ କଙ୍ଗନା ରାଣାୱତ୍ ତାଙ୍କ ଖୁଲମଖୁଲା କଥା ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର ପ୍ରତ୍ୟେକ ଫିଲ୍ମର ଚରିତ୍ର ପାଇଁ ବହୁତ କଠିନ ପରିଶ୍ରମ କରନ୍ତି। ଏହା ପଛରେ ରହିଛି ତାଙ୍କର ଫିଟ୍‌ନେସ୍ ମାନିଆ। ଦୈନିକ ଜିମ୍ କରିବା ସହିତ ସେ ଯୋଗ ମଧ୍ୟ କରନ୍ତି।

ମଲାଇକା ଅରୋରା:

ଫିଟ୍‌ନେସ୍ ସେଲିବ୍ରେଟିଙ୍କ ତାଲିକା ହେବ ଆଉ ସେଥିରେ ମଲାଇକା ଅରୋରା ରହିବେ ନାହିଁ ଏହା ସମ୍ଭବ ନୁହେଁ। ମଲାଇକା ପ୍ରାୟତଃ ଜିମ୍ ଯିବା ଏବଂ ଯୋଗ କରୁଥିବା ଦେଖିବାକୁ ମିଳିଥାଏ। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଏହି ବୟସରେ ମଧ୍ୟ ସେ ନିଜର ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ବଜାୟ ରଖିବା ପାଇଁ ଦୈନିକ ଯୋଗ କରନ୍ତି।

ବିପାଶା ବସୁ:

ବଲିଉଡ୍‌ର ଜଣେ ଆଗଧାଡି ଅଭିନେତ୍ରୀଙ୍କ ତାଲିକାରେ ବିପାଶା ବସୁଙ୍କ ନା’ ରହିଛି। ସେ କିଛି ଦିନ ପୂର୍ବରୁ ତାଙ୍କ ଝିଅକୁ ଜନ୍ମ ଦେଇଛନ୍ତି। ମା’ ହେବା ପରେ ବିପାଶା ଯୋଗ କରି ନିଜକୁ ଫିଟ୍ ରଖୁଛନ୍ତି। କେବଳ ଏତିକି ନୁହେଁ, ବିପାଶା ଚଳଚ୍ଚିତ୍ରରେ କାମ କରିବା ସମୟରେ ମଧ୍ୟ ଯୋଗ ମାଧ୍ୟମରେ ନିଜକୁ ଫିଟ୍ ରଖୁଥିଲେ। ଯୋଗ କରି ସେ ନିଜର ଫଟୋ ମଧ୍ୟ ଶେୟାର କରନ୍ତି।

କରୀନା କପୁର:

ବଲିଉଡର ବେବୋ କରୀନା କପୁର ପ୍ରାୟତଃ ଜିମ୍ ଯାଉଥିବା ନଜର ଆସନ୍ତି। ଜିମ୍‌ ସହିତ ସେ ଯୋଗ କରିବା ସମୟରେ ନିଜ ଫଟୋ ଏବଂ ଭିଡିଓକୁ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଥାଆନ୍ତି। ଯୋଗ ହେତୁ ଆଜି କରୀନା ଦୁଇଟି ସନ୍ତାନର ମା’ ହେବା ପରେ ମଧ୍ୟ ବହୁତ ଫିଟ୍ ଏବଂ ସୁନ୍ଦର ଦେଖାଯାଉଛନ୍ତି।

ଆଲିଆ ଭଟ୍ଟ:

ଗତ ବର୍ଷ ଆଲିଆ ଭଟ୍ଟ ତାଙ୍କ ଝିଅ ରାହାଙ୍କୁ ଜନ୍ମ ଦେଇଥିଲେ। ଗର୍ଭାବସ୍ଥାରେ ଆଲିଆଙ୍କ ଓଜନ ବହୁତ ବୃଦ୍ଧି ପାଇଥିଲା, ଏହା ପରେ ଆଲିଆ ଯୋଗ ଏବଂ ଜିମ୍ ସହିତ ନିଜକୁ ଫିଟ୍ କରିଥିଲେ। ଆଜି ଆଲିଆ ବହୁତ ଫିଟ୍ ଆଉ ସୁନ୍ଦରୀ ଦେଖାଯାଉଛନ୍ତି। ତାଙ୍କର ଏତେ ଶୀଘ୍ର ପରିବର୍ତ୍ତନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସାରା ଅଲି ଖାନ୍:

ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ ଫିଲ୍ମରେ ପ୍ରବେଶ କରିବା ପୂର୍ବରୁ ଖୁବ ମୋଟା ଥିଲେ। ତାଙ୍କର ପୂର୍ବ ଫଟୋଗୁଡ଼ିକୁ ଦେଖିଲେ, ସେ ସାରା ବୋଲି ଚିହ୍ନିହେବ ନାହିଁ। ଆଜି ସାରା ଖୁବ୍ ଫିଟ୍ ଏବଂ ବହୁତ ସୁନ୍ଦରୀ ମଧ୍ୟ। ଏ ସବୁ ପଛର ରହସ୍ୟ ହେଉଛି ଯୋଗ। ସାରା ଯୋଗକୁ ତାଙ୍କର ଦୈନନ୍ଦିନ ଜୀବନର ଏକ ଅଂଶ କରିଦେଇଛନ୍ତି।

ଆସନ୍ତୁ ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କରି ଫଟୋ ଶେୟାର କରିଥିବା ଆଉ କିଛି ଅଭିନେତ୍ରୀମାନଙ୍କୁ ଦେଖିନେବା।

Shilpa Shettyଶିଳ୍ପା ଶେଟ୍ଟୀ
 
Riddhima Kapoorରିଦ୍ଧିମା କପୁର
 
DJ Shahଡେଜି ଶାହା
 
Isha Deolଈଶା ଦେଓଲ
Hansika Motwaniହଂଶିକା ମୋଟୱାନୀ
Kareena Kapoor Bollywood Alia Bhatt Shilpa Shetty International Yoga Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ