Advertisment

Happy Birthday: ରାଜେଶଙ୍କ ଅଭିନୟରେ ଫିଦା ହୋଇ ଯୁବତୀମାନେ ଲେଖୁଥିଲେ ରକ୍ତର ପ୍ରେମପତ୍ର

ଆଜି ରାଜେଶ ଖାନ୍ନାଙ୍କ ୮୦ତମ ଜନ୍ମଦିନ। ସେ ତାଙ୍କ ଜୀବନରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ସେ ବଲିଉଡ୍‌କୁ ଦେଇଛନ୍ତି ଏକ ନୂଆ ଦିଗ। ତାଙ୍କ ଭଳି ଲୋକପ୍ରିୟତା ଆଜି ବି କାହାକୁ ମିଳିନି।

ଅଦ୍ୟତନ ହୋଇଛି
Rajesh Khanna Birthday

Interesting facts about superstar rajesh khanna

Advertisment

ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ଆଜି ଯଦି ଜୀବିତ ଥାଆନ୍ତେ ତେବେ ସେ ତାଙ୍କର ୮୦ତମ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତେ। ରାଜେଶ ୧୯୪୨ ମସିହା ଆଜିର ଦିନରେ ପଞ୍ଜାବର ଅମୃତସର ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନା’ ଥିଲା ଜତିନ୍ ଖାନ୍ନା କିନ୍ତୁ ମାମୁଁଙ୍କ ନିର୍ଦ୍ଦେଶରେ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ୧୯୬୦ ଓ ୭୦ ଦଶକରେ ରାଜେଶ ଖାନ୍ନାଙ୍କ ନା’ ଚଳଚ୍ଚିତ୍ର ସଫଳତାର ଏକ ଗ୍ୟାରେଣ୍ଟି ଭାବରେ ବିବେଚନା କରାଯାଉଥିଲା।

Advertisment

ସୁପରଷ୍ଟାର ରାଜେଶ ଖାନ୍ନାଙ୍କର କୌଣସି ପରିଚୟର ଆବଶ୍ୟକ ନାହିଁ। ଯୁବତୀମାନଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ଏତେ ଥିଲା ଯେ ତାଙ୍କ ପାଖକୁ ରକ୍ତରେ ଲେଖା ପ୍ରେମପତ୍ର ଆସୁଥିଲା। କେତେକ ଝିଅ ମଧ୍ୟ ତାଙ୍କ ଫଟୋକୁ ବିବାହ ମଧ୍ୟ କରିନେଇଥିଲେ।

Tina Munim-Rajesh Khannaଟିନା ମୁନିମ୍ ଓ ରାଜେଶ ଖାନ୍ନା

୧୫ଟି ସୁପରହିଟ୍ ଚଳଚ୍ଚିତ୍ରର ନାୟକ:

ରାଜେଶ ଖାନ୍ନା ତାଙ୍କ ସମୟରେ ଅନେକ ହୀଟ ଫିଲ୍ମ ଦେଇଛନ୍ତି। ସେଥି ମଧ୍ୟରୁ ୧୫ଟି ଚଳଚ୍ଚିତ୍ର ଗୋଟିଏ ପରେ ଗୋଟିଏ ସୁପରହିଟ୍ ହୋଇଥିଲା।ଏଥିମଧ୍ୟରେ ‘ସଚ୍ଚା ଝୁଠା’ ଏବଂ ‘ଆନନ୍ଦ’ ଭଳି ଚଳଚ୍ଚିତ୍ର ରହିଛି। ଏହି ଫିଲ୍ମ ପାଇଁ ମଧ୍ୟ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ମିଳିଛି। ଏହି ଚଳଚ୍ଚିତ୍ରଗୁଡିକ ସୁପର୍‌ହିଟ୍ ହେବା ପରେ ତାଙ୍କୁ ସୁପରଷ୍ଟାର ମାନ୍ୟତା ମିଳିଗଲା। ରାଜେଶ ଖାନ୍ନା ମୋଟ ୧୮୦ ଟି ଚଳଚ୍ଚିତ୍ର ଏବଂ ୧୬୩ଟି ଫିଚର ଫିଲ୍ମରେ ଅଭିନୟ କରିଥିବା ବେଳେ ସେଥିମଧ୍ୟରୁ ୧୨୮ଟିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ୨୨ଟି ଫିଲ୍ମରେ ତାଙ୍କୁ ଡବଲ୍ ରୋଲ୍ କରିବାର ଦେଖାଯାଏ। ଏହା ବ୍ୟତୀତ ସେ ୧୭ଟି କ୍ଷୁଦ୍ର ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ‘ଜୀବନର ଶେଷ ପର୍ଯ୍ୟନ୍ତ ରାଜା ଭଳି ଜୀଉଥିଲେ ରାଜେଶ’

Tina Munim-Rajesh Khanna Affair(ଟିନା ମୁନିମ୍ ଓ ରାଜେଶ ଖାନ୍ନାଙ୍କ ସହ ଥିଲା ପ୍ରେମ ସମ୍ପର୍କ)

ରାଜେଶ ଖାନ୍ନାଙ୍କ ଜୀବନରେ ଏପରି ଏକ ସମୟ ଥିଲା ଯେତେବେଳେ ପ୍ରଶଂସକମାନେ ତାଙ୍କ ଉପରେ ଏତେ ପ୍ରଭାବିତ ହୋଇଥିଲେ ଯେ ରାଜେଶଙ୍କ ନା’ ଏକ କ୍ରେଜ୍ ହୋଇଗଲା। ଯଦି ୧୯୬୯ ରୁ ୧୯୭୫ର ସମୟକୁ ଦେଖିବା ତେବେ ଏହି ସମୟରେ ଜନ୍ମ ହୋଇଥିବା ଅଧିକାଂଶ ପୁଅଙ୍କ ନାମ ‘ରାଜେଶ’।

ଗେହ୍ଲାରେ ବଢିଥିଲେ ରାଜେଶ:

ରାଜେଶ ଖାନ୍ନା ତାଙ୍କ ସ୍କୁଲ ଦିନରୁ ଅଭିନୟକୁ ଭଲ ପାଉଥିଲେ ଏବଂ କଲେଜକୁ ଗଲା ବେଳକୁ ଅଭିନୟ ପ୍ରତି ତାଙ୍କର ଆଗ୍ରହ ଆହୁରି ବଢିଯାଇଥିଲା। ରାଜେଶ ଖାନ୍ନା ତାଙ୍କ ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଅତି ଗେହ୍ଲାରେ ପାଳିତ ହୋଇଥିଲେ। ସେମାନେ ରାଜେଶ ଖାନ୍ନାଙ୍କୁ କେବେ ବି ଅଲଗା ହେବାକୁ ଦେଉ ନଥିଲେ।

Advertisment

ଅଭିନୟ କ୍ଷେତ୍ରରେ ନିଜର କ୍ୟାରିୟର କରିବା ପାଇଁ ସେ ଚଳଚ୍ଚିତ୍ର ନିର୍ମାତାଙ୍କ ପାଖରେ ଅନେକ ଚକ୍କର କାଟିଛନ୍ତି। ୧୯୬୬ ମସିହାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ଆଖିର ଖତ' ମୁକ୍ତିଲାଭ କରିଥିଲା। ଏଥିରେ ତାଙ୍କର ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା। ଏହାର ୩ ବର୍ଷ ପରେ, ‘ଆରାଧନା’ ଏବଂ ‘ଦୋ ରାସ୍ତେ’ ଭଳି ଚଳଚ୍ଚିତ୍ରର ସଫଳତା ପରେ ତାଙ୍କ କ୍ୟାରିୟର ଗ୍ରାଫ୍ ଉପରକୁ ଉଠିବା ଆରମ୍ଭ କରିଥିଲା।

ରାଜେଶଙ୍କ ଲୋକପ୍ରିୟତା:

Interesting facts about superstar rajesh khanna(ରାଜେଶ ଖାନ୍ନାଙ୍କ ଝଲକ ପାଇବା ପାଇଁ ଲାଗୁଥିଲା ଜନଗହଳି)

ସିନେ ଜଗତର ଲୋକମାନେ ରାଜେଶ ଖାନ୍ନାଙ୍କୁ କାକା ବୋଲି ଡାକୁଥିଲେ। ସଂଘର୍ଷ ଦିନରେ ମଧ୍ୟ ସେ ତାଙ୍କର ଧୈର୍ଯ୍ୟକୁ ହରେଇ ନଥିଲେ। ତେବେ ଲଗାତର ଫିଲ୍ମ ହିଟ୍ ହେବା ପରେ ତାଙ୍କ ଜୀବନର ସଂଘର୍ଷ କମିଗଲା ଏବଂ ତାଙ୍କୁ ଜଣେ ସୁପରଷ୍ଟାର ଭାବରେ ବିବେଚନା କରାଗଲା। ତାଙ୍କୁ ଯେତିକି ଲୋକପ୍ରିୟତା ମିଳିଛି ଅନ୍ୟ କେହି ସେପରି ଲୋକପ୍ରିୟତା ହାସଲ କରିନାହାଁନ୍ତି।

ଯୁବତୀଙ୍କ ପାଗଳାମୀ:

ଝିଅମାନେ ରାଜେଶ ଖାନ୍ନାଙ୍କ ଅଭିନୟ ଦେଖିବା ପରେ ପାଗଳ ହୋଇ ଯାଉଥିଲେ। ସେମାନେ ତାଙ୍କର ଟିକିଏ ଝଲକ ପାଇବା ପାଇଁ ଅସ୍ଥିର ହୋଇଯାଉଥିଲେ। ଏମିତି କି ଯୁବତୀମାନେ ତାଙ୍କୁ ବିବାହ କରିବା ନେଇ ରକ୍ତରେ ଚିଠି ଲେଖି ପଠଉ ଥିଲେ। ଅନେକ ଝିଅ ଅପେକ୍ଷା ନ କରିପାରି ତାଙ୍କ ଫଟୋକୁ ହିଁ ସ୍ୱାମୀ ଭାବି ବିବାହ କରିବାର ଉଦାହରଣ ମଧ୍ୟ ଅଛି।

Rajesh Khanna Happy Birthday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ